ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ: ବିଜେପି କହିଲା କେନ୍ଦ୍ର ଦେଇଛି ପଇସା, ବିଜେଡି କଲା ଖଣ୍ଡନ, କଂଗ୍ରେସର ଯୁକ୍ତି କମ୍ ସେ କମ୍ ୧୦ ହଜାର ଦିଅ

Published By : Prameya-News7 Bureau | January 13, 2019 IST

ଭୁବନେଶ୍ବର୧୩|୧: ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ପରେ ବିରୋଧୀ କ୍ୟାମ୍ପରେ କମ୍ପନ । ଅଙ୍ଗନବାଡ଼ିଙ୍କ କର୍ମୀଙ୍କ ଲାଗି କାହାର କେତେ ଦରଦ ସେ ପ୍ରମାଣ ଦେବାକୁ ପ୍ରତିଯୋଗିତା ଆରମ୍ଭ କରିଛନ୍ତି ସବୁ ଦଳ ।  

{"id":73604}

ବିଜେପି କହିଛି, ବର୍ଦ୍ଧିତ ୧୫ ଶହ ଟଙ୍କା ରାଜ୍ୟ ନୁହେଁ ବରଂ କେନ୍ଦ୍ରର ଅନୁଦାନ। ଯାହାର ଜବାବରେ ବିଜେଡି ଖୋଲା ମଞ୍ଚରେ ତର୍କର ଆହ୍ବାନ ଦେଇଛି । ସେପଟେ କଂଗ୍ରେସ କହିଛି, ଏତିକି ନୁହେଁ, କମ୍ ସେ କମ୍ ୧୦ ହଜାର ଦିଅ ।

{"id":73603}

୧୫ ଶହ କାହାର ? ନିର୍ବାଚନରେ କାହା ଭାଗକୁ ଯିବ ଏହାର ଶ୍ରେୟ? ଘୋଷଣାର ଖୁସି ଏ ଯାଏଁ ସରିନି । ହେଲେ ତାହା ଭିତରେ ଏମିତି କିଛି ପଲିଟିକ୍ସ ପଶିଲାଣି । ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି, ସହାୟିକାଙ୍କ ଲାଗି ରାଜ୍ୟ ସରକାର ଗତକାଲି ଖଜାନା ଖୋଲିଥିଲେ । ପ୍ରାୟ ଦେଢ ଲକ୍ଷ କର୍ମୀଙ୍କ ଭୋଟ୍ ବିଜେଡି ଆକାଉଣ୍ଟକୁ ଚାଲିଯିବ ଆଶଙ୍କାରେ ଏବେ ଏଥିରେ ନାକ ପୂରାଇଛି ବିଜେପି । ବଢିଥିବା ୧୫ ଶହ ଟଙ୍କା ରାଜ୍ୟ ନୁହେଁ ବରଂ କେନ୍ଦ୍ର ଦେଇଥିବା ଦାବି କରିଛି । କାଗଜପତ୍ର ଦେଖାଇ ହିସାବ ବି ଥୋଇଛି ।

{"id":73605}

ଗତ ସେପ୍ଟେମ୍ବର ୨୦ରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ସମସ୍ତ ରାଜ୍ୟକୁ ଚିଠି ଲେଖିଥିଲେ ।  ଅଙ୍ଗନୱାଡ଼ି କର୍ମୀଙ୍କ ଲାଗି କେନ୍ଦ୍ର ନିଜ ଭାଗର ୩୦୦୦ ବଦଳରେ ଅକ୍ଟୋବର ୧ରୁ ସାଢେ ୪ ହଜାର ଦେବାକୁ ଘୋଷଣା କରିଥିଲା । ହେଲେ ଆଜି ଯାଏଁ ରାଜ୍ୟ ବର୍ଦ୍ଧିତ ଟଙ୍କା କାହିଁକି ଦେଇ ନ ଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

{"id":73606}

ସେପଟେ ବିଜେପିର ଏ ହିସାବ କିତାବର ଜବାବରେ ବିଜେଡି କହିଛି, ଏ କାଗଜ ପତ୍ରର କିଛି ମାନେ ନାହିଁ, ଖୋଲା ମଞ୍ଚରେ ତର୍କ କଲେ କିଏ କେତେ ଦେଉଛି ଜଣା ପଡ଼ିଯିବ ।

{"id":73607}

ରାଜନୀତିରେ ସେଣ୍ଟରକୁ ଚାଲି ଆସିଛି ଅଙ୍ଗନବାଡ଼ି । ଏତେ ବଡ଼ ଭୋଟ୍ ବ୍ୟାଙ୍କରେ ବିଜେପି-ବିଜେଡି଼ର ଟଣାଓଟରାରେ କଂଗ୍ରେସ ବି ପଛେଇବାକୁ ଚାହୁଁନି । 

{"id":73610}

ଅଙ୍ଗନବାଡ଼ି କର୍ମୀଙ୍କ ଲାଗି ଦରଦ ଦେଖେଇବାକୁ ଯାଇ ଦଳ କହିଛି, ଯିଏ ଯେତେ ଦେଉଛ ଦିଅ, ହେଲେ କମ୍ ସେ କମ୍ ମାସିକ ୧୦ ହଜାର ଦରମା କର । ଏ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କୁ କଂଗ୍ରେସ ସଚେତନ କରେଇବ ବୋଲି ଏହାର ସଭାନେତ୍ରୀ କହିଛନ୍ତି ।

{"id":73611}

ଏହାରି ଭିତରେ ସଂଖ୍ୟାକୁ ନେଇ ତିଆରି ହେଲାଣି କନଫ୍ୟୁଜନ ।  ଗତକାଲି ପ୍ରେସ୍ ଇସ୍ତାହାରରେ ରାଜ୍ୟ ସରକାର ନିଜ ଭାଗରେ ୪୮୦୦ ଟଙ୍କା ଦେଉଥିବା କହିଛନ୍ତି । ସେପଟେ ବିଜେପି କହିଛି କେନ୍ଦ୍ର ଦେଉଛି ୪୫୦୦ । ତାହେଲେ ଅଙ୍ଗନୱାଡ଼ି କର୍ମୀ ୯୩୦୦ ବଦଳରେ ୭୫୦୦ କେମିତି ପାଇବେ ? ମାନେ କେହି ତ ଦେଖାଉଛି ଭୁଲ୍ ହିସାବ ।

{"id":73612}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.