ଶାହାଙ୍କ ଆହ୍ବାନକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ : ବିଜେପି ଉତଫୁଲ୍ଲିତ, ବିଜେଡି କହିଲା ନବୀନଙ୍କ ଷ୍ଟ୍ରାଟେଜି ଆଗରେ ବିଜେପି ଫେଲ, କଂଗ୍ରେସର ଆକ୍ଷେପ ଶଙ୍ଖ-ପଦ୍ମ ସଲାସୁତୁରା
9/06/2020 at 6:33 PM

ଶାହାକୁ ନେଇ ପୁଣି ଓଡିଶା ରାଜନୀତି ରେ କମ୍ପନ । ଓଡ଼ିଶାକୁ ବିଜେପି ଦୁର୍ଗ କରିବାକୁ ନେଇ ଅହ୍ବାନ ଦେଇଛନ୍ତି ଶାହା । ଶାହାଙ୍କ ଏହି ଆହ୍ବାନରେ ବିଜେଡି ବିଚଳିତ ନଥିବା କହିଥିବା ବେଳେ କଂଗ୍ରେସ ବିଜେଡି ବିଜେପି ସମ୍ପର୍କ କଥାକୁ ଦୋହରାଇଛି।
ଓଡିଶାକୁ ବିଜେପିର ଅଭେଦ୍ୟ ଦୁର୍ଗ କର । ଅମିତ ଶାହାଙ୍କ ଏଭଳି ଆହ୍ବାନ ଓଡିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେଡି ଓ କଂଗ୍ରେସକୁ ପୁଣି ଚ୍ୟାଲେଞ୍ଜ ଦେଇଛନ୍ତି ଶାହା । ଦୀର୍ଘ ୨୦ ବର୍ଷ ଧରି ଓଡିଶା ବିଜେଡିର ଅଭେଦ୍ୟ ଦୁର୍ଗ ହୋଇ ରହିଛି । ୨୦୧୯ ରେ ଏହି ଦୁର୍ଗକୁ ଭେଦ କରିପାରିନଥଲା ବିଜେପି। ତଥାପି ଶାହାଙ୍କ ନଜର ଏବେ ବି ଓଡିଶା ଉପରେ ରହିଛି । କିନ୍ତୁ ଶାହାଙ୍କ ଏଭଳି ଆହ୍ବାନ ବିଜେଡି ଉପରେ ଟିକେବି ପ୍ରଭାବ ପକାଇନି। କାରଣ ଶାହା ଷ୍ଟ୍ରଟେଜି ନବୀନଙ୍କ ଷ୍ଟ୍ରଟେଜି ପାଖରେ ଫେଲ ମାରିଛି। ତେଣୁ ବିଜେଡି ଟିକେ ବି ବଚଳିତ ହୋଇନି। ଏପଟେ କଂଗ୍ରେସ କହିଛି ଓଡିଶା ଏବେ ବିଜେଡି ଦୁର୍ଗ ହୋଇ ରହିଛି। ବିଜେଡି ବିଜେପି ମିଶିଥିବାରୁ ବିଜେପି ଏମିତି କହିଥାଇପାରେ ବୋଲି ବୋଲି କଂଗ୍ରେସ କହିଛି।
ବିଜେପି କିନ୍ତୁ ଶାହାଙ୍କ ଆହ୍ବାନ ସତ ହେବା ନେଇ ଖୁବ ଆଶାବାଦୀ। ଗତକାଲି ଭରଚ୍ୟୁଆଲ ରାଲିରେ ୩୦ଲକ୍ଷ ଓଡିଆ ଯୋଡି ହୋଇଛନ୍ତି ବୋଲି ବିଜେପି ପ୍ରକାଶ କରିଛି । ମୋଦିଙ୍କ ସଫଳତାକୁ ଆଧାର କରି ବ୍ଲକ ସ୍ତରରୁ କାର୍ଯ୍ୟ ଆରମ୍ଭ କରିବ ବିଜେପି। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷର ସଫଳତାର ଲିପ୍ ଲେଟକୁ ୩୭ ହଜାର ବୁଥରେ ଲୋକଙ୍କୁ ଘରେ ଘରେ ବାଣ୍ଟିବେ। ପ୍ରତି ବୁଥର ୨ଜଣ ବିଜେପି କର୍ମୀ ଏହି ଲିପଲେଟ ବାଣ୍ଟିବେ।
୨୦୧୯ରେ ଶାହାଙ୍କ ଆହ୍ବାନରେ ବିଜେପି ନିର୍ବାଚନ ଲଢ଼ିଥିଲା। ବିଜେଡିକୁ ଗାଦିରୁ ତଡିବାକୁ ସଂକଳ୍ପ କରିଥିଲା ତଥାପି ବିବିଜେପି ଫେଲ ମାରିଥିଲା। କେବଳ କଂଗ୍ରେସକୁ ପ୍ରମୁଖ ବିରୋଧୀ ଦଳରୁ ତଡିବାରେ ସଫଳ ହୋଇଥିଲେ ବିଜେପି। ଏବେ ପୁଣି ଶାହା ଓଡିଶା ଜନ ସମ୍ବୋଧନ ଜରିଆରେ କର୍ମୀଙ୍କୁ ପୁଣି ଆଶା ଦେଖାଇଛନ୍ତି।