Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଅଭିନନ୍ଦନଙ୍କୁ ନେଇ ଆରମ୍ଭ ହେଲା ରାଜନୀତି : ସଲମାନ ଖୁର୍ସିଦ କହିଲେ ୟୁପିଏ ଶାସନକାଳରେ ଯୋଗଦେଇଥିଲେ ସାହସୀ ପାଇଲଟ

3/03/2019 at 1:16 PM

ଦିଲ୍ଲୀ ୩/୩ : ଶତ୍ରୁ ଦେଶରୁ ନିଜ ଦେଶକୁ ସକୁଶଳ ଫେରିବା ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି | କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିବାବେଳେ ଦଳର ଆଉ ଜଣେ ବରିଷ୍ଠ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ, ଅଭିନନ୍ଦନ ୟୁପିଏ ଶାସନକାଳରେ ପାଇଲଟ ହୋଇଥିଲେ | ଏହାକୁ ନେଇ ସେ ଗର୍ବ କରୁଛନ୍ତି |


ଏନେଇ ଖୁର୍ସିଦ ଟ୍ୱିଟ କରିଛନ୍ତି ଯେ, ଶତ୍ରୁର ଆକ୍ରମଣାତ୍ମକ ସ୍ଥିତି ସାମ୍ନାରେ ଭାରତୀୟ ପ୍ରତିରୋଧ କମାଣ୍ଡର ଅଭିନନ୍ଦନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ସଙ୍କଟ ସ୍ଥିତିରେ ସେ ବହୁତ ଭଲ ସନ୍ତୁଳନ ଏବଂ ଆତ୍ମା ବିଶ୍ୱାସ ଦେଖାଇଛନ୍ତି ବୋଲି କହିଛନ୍ତି ଖୁର୍ସିଦ | ୨୦୦୪ ମସିହାରେ ଅଭିନନ୍ଦନ ବାୟୁସେନାରେ ଯୋଗ ଦେଇଥିଲେ | ସଂଯୁକ୍ତ ପ୍ରଗତିଶୀଳ ମହାମେଣ୍ଟ (ୟୁପିଏ) ଶାସନକାଳରେ ଅଭିନନ୍ଦନ ଫାଇଟର ପାଇଲଟ ହୋଇଥିଲେ | ସେଥିପାଇଁ ସେ ଗର୍ବିତ ବୋଲି ଟ୍ୱିଟ କରିଛନ୍ତି ଖୁର୍ସିଦ |

Many kudos for Wing Commander abhi Varthaman the face of India’s resistance to enemy aggression. Great poise and confidence in face of adversity. We are proud that he received his wings in 2004 and matured as fighter pilot during UPA— Salman Khurshid (@salman7khurshid) March 2, 2019


ଖୁର୍ସିଦଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡ଼ିଆରେ ଲୋକେ ରାଗିଯାଇଛନ୍ତି | ୟୁଜର୍ସ କହିଛନ୍ତି ଯେ, ସେନାଙ୍କୁ ରାଜନେତାମାନେ ରାଜନୀତି ନକରନ୍ତୁ |


ଶନିବାର ଦିନ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କହିଥିଲେ ଯେ, ଯଦି କିଏ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛି ତାହେଲେ ସରକାର ପ୍ରମାଣ ଦେଇ ସେମାନଙ୍କ ମୁହଁ ବନ୍ଦ କରିଦେବା ଉଚିତ | ଏହାଛଡା ଅଭିନନ୍ଦନଙ୍କୁ ମୁକ୍ତ କରିଥିବା ଯୋଗୁଁ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣେଇଥିଲେ |


ଇନ୍ଦୋରରେ ଏକ ସମାରୋହରେ ଯୋଗଦେଇଥିବା ଅବସରରେ ଦିଗବିଜୟ ସିଂ କହିଥିଲେ ଯେ, ପୁଲବାମା ହମଲା ପାଇଁ ଜୈସ-ଏ-ମହମ୍ମଦ ସଂଗଠନ ଦୋଷୀ ବୋଲି ସେ ନିଜେ ସ୍ୱୀକାର କରିବା ପରେ ପାକିସ୍ତାନ କାହିଁକି ପ୍ରମାଣ ମାଗୁଛି | ପାକିସ୍ତାନ ନିଜ ମାଟିରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରିବା ଉଚିତ | ପାକିସ୍ତାନ ପୁଲବାମା ଘଟଣା ପରେ ମସୁଦ ଅଜହର ଏବଂ ହାଫିଜ ସୟିଦକୁ ଗିରଫ କରି ଭାରତକୁ ହସ୍ତାନ୍ତର କରିବା ଉଚିତ ବୋଲି କହିଥିଲେ ଦିଗବିଜୟ |

   Related Posts