ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ନେଇ ଜୋର୍ ଧରିଲା ରାଜନୀତି: କେବଳ ନିର୍ବାଚନୀ ଷ୍ଟଣ୍ଟ କହିଲେ ବିରୋଧୀ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର୨୧|୧୧: ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ନେଇ ଜୋର୍ ଧରିଲା ରାଜନୈତିକ ବୟାନବାଜି । କାଲି ସିନା ବିଧାନସଭାରେ ଏନେଇ ଆସିଥିବା ପ୍ରସ୍ତାବକୁ ପାରିତ କରିଦେଲେ କିନ୍ତୁ ଏହା ଯେ ଆଇନରେ ପରିଣତ ହେବା ମୁସ୍କିଲ, ତାହା ସମସ୍ତଙ୍କୁ ଜଣା । ଯେତେବେଳେ ଏହି ବିଲ ଲୋକସଭାରେ ପାରିତ୍ ହୋଇ ପାରିନି ଓଡ଼ିଶା କଥା ଶୁଣିବ ବା କିଏ ? କିନ୍ତୁ ଏହା କରି ବିଜେଡି, ମହିଳା ଭୋଟ ହାତେଇବା ଯୋଜନାରେ ଥିବା ସନ୍ଦେହ କରୁଛନ୍ତି ବିରୋଧୀ । ଯେଉଁଥି ପାଇଁ ୨୦୧୯ ନିର୍ବାଚନରେ ବିଜେଡିକୁ ଦେଇଛନ୍ତି ଆହ୍ୱାନ । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ବିଧାନସଭାରେ ବିଜେଡି ଯେଉଁ ପ୍ରସ୍ତାବ ଆଣିଲା, ତାକୁ ନେଇ ରାଜ୍ୟ ରାଜନୀତି ଗରମ । ଏହା ପଲିଟିକାଲ ଷ୍ଟଣ୍ଟ ନା ଏହା ପଛରେ ଆନ୍ତାରିକତା ଅଛି, ସେନେଇ ବିରେ।ଧୀ ଉଠାଇଲେଣି ପ୍ରଶ୍ନ । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇପାରି ନଥିବା ବେଳେ ଓଡ଼ିଶା ବିଧାନସଭାରେ ଏହାକୁ ପ୍ରସ୍ତାବ ଆକାରରେ ପାସ୍ କରାଇବା ପଛରେ ରାଜନୈତିକ ଗନ୍ଧ ବାରିଛନ୍ତି ବିରୋଧୀ । ନିର୍ବାଚନ ପାଖେଇ ସୁଥିବା ବେଳେ ବିଜେଡିର ଏହା ଚାଲ୍ ବୋଲି ସେମାନେ କହୁଛନ୍ତି । ୨୦୧୯ ନିର୍ବାଚନ ପାଇଁ ବିଜେଡିକୁ ଆହ୍ୱାନ ଦେଇଛନ୍ତି ବିଜେପି ଓ କଂଗ୍ରେସ । ବିରୋଧୀଙ୍କ କହିବା କଥା, ୨୦୦୯ ନିର୍ବାଚନ ବେଳେ ବିଜେଡି, ଲୋକସଭା ପାଇଁ ଜଣେ ଏବଂ ବିଧାନସଭା ପାଇଁ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିଲା । ସେହିଭଳି ୨୦୧୪ରେ ଦଳ ଲୋକସଭା ପାଇଁ ବିଧାନସଭା ପାଇଁ ୧୫ ମହିଳାଙ୍କୁ ଛି଼ଡା କରିଥିଲା ପ୍ରତିଶତ ଦୃଷ୍ଟିରୁ ଏହା ପ୍ରତିଶତ ବି ହେଉନି ତେଣୁ ବିରୋଧୀଙ୍କ କହିବା ସ୍ବାଭାବିକ । ବିଜେଡି କିନ୍ତୁ ମହିଳା  ସଶକ୍ତିକରଣର ପାଠ ପଢ଼ାଉଛି । ଦଳ, ପଞ୍ଚାୟତ ନିର୍ବାଚନକୁ ଉଦାହରଣ କରିଥିବା ବେଳେ ମହିଳା ଭୋଟ ବ୍ୟାଙ୍କ ରାଜନୀତିକୁ ଖଣ୍ଡନ କରିଛି । ସମାଜବାଦୀ ପାର୍ଟି ଏବଂ ଆରଜେଡି ଭଳି କିଛି ଦଳ କେନ୍ଦ୍ରରେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରୁଛନ୍ତି । ବିଜେଡି କିନ୍ତୁ ଭଲ ପ୍ରସ୍ତାବ ଉଠାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, ଆଇନକୁ ଆସିବାକୁ ଅପେକ୍ଷା ନକରି ଆଗାମୀ ସାଧାରଣ ନିର୍ବାଚନରେ ଉଦାହରଣ ସୃଷ୍ଟି କରୁ । ଉଭୟ ଲୋକସଭା ଓ ରାଜ୍ୟସଭା ପାଇଁ ୩୩ ପ୍ରତିଶତ ଲେଖାଏଁ ମହିଳାଙ୍କୁ ଦଳ ଟିକେଟ୍ ଦେଇ ନିର୍ବାଚନ ମୈଦାନରେ ଛିଡ଼ା କରାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.