ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ନେଇ ରାଜନୀତି : 9pm Discussion (05.12.2018)
5/12/2018 at 11:57 PM

ଆଜିର ଆଲୋଚନା – “ଜାତୀୟ କୋର୍ଟରେ ମହିଳା କାର୍ଡ”.
ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଏବେ ଘମାସାନ ହେଲାଣି ରାଜନୀତି। ପ୍ରଥମେ ବିଧାନସଭାରେ ସଂକଳ୍ପ ପାରିତ ଆଉ ତାପରେ ଆଉ ପାଦେ ଆଗେଇ ଏବେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜାତୀୟ ଦରବାରକୁ ନେବାକୁ ସଜବାଜ ହେଲାଣି ବିଜେଡି । ଏ ସଂପର୍କରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଆଉ ଆଜି ବିଜେଡି ନିଷ୍ପତ୍ତି ନେଇଛି ଯେ ଜାତୀୟ ସ୍ତରରେ ୨୨ଟି ବିଭିନ୍ନ ରାଜନୈତିକ ଦଳକୁ ଭେଟି ଏ ନେଇ ସମର୍ଥନ ଲୋଡ଼ିବେ ବିଜେଡି ପ୍ରତିନିଧି। ବିରୋଧୀ କିନ୍ତୁ ବିଜେଡିର ଆନ୍ତରିକତାକୁ ନେଇ ଉଠାଇଲେଣି ପ୍ରଶ୍ନ। ଆଉ ସବୁଠୁ ବଡ଼ ପ୍ରଶ୍ନ ୨୦୧୦ରୁ ଏ ନେଇ ଗୁରୁତ୍ୱର ସହ ଉଦ୍ୟମ ଆରମ୍ଭ ହୋଇଥିଲେ ବି ଏବେ ବି ସ୍ୱପ୍ନ ହୋଇ ରହିଛି । ତେଣୁ ୨୦୧୯ ରେ ବିଜେଡିର ଏ ଅଭିଯାନ ସଫଳ ହେବ , ଦେଶ ଗୋଟେ ୟୁଗାନ୍ତକାରୀ ପରିବର୍ତ୍ତନ ଦେଖିବ ତ !