ବିଜୁ ପକ୍କାଘର ବଣ୍ଟନ, ଜୋର ଧରିଛି ରାଜନୀତି : ନାଁକୁ ନେଇ ବିଜେପି ବିଜେଡି ମୁହାଁମୁହିଁ

Published By : Prameya-News7 Bureau | February 09, 2020 IST

ଭୁବନେଶ୍ବର ୯।୨: ବିଜୁ ପକ୍କାଘର ବଣ୍ଟନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି । ପ୍ରଧାନମନ୍ତ୍ରୀ ଆବାସକୁ ନେଇ ମିଛ କହୁଛନ୍ତି ସରକାର । ବିଜୁ ବାବୁଙ୍କ ନାଁକୁ ନେଇ ୩୬୫ ଦିନ ଉତ୍ସବ ପାଳନ କରନ୍ତୁ ଆପତ୍ତି ନାହିଁ । କିନ୍ତୁ ଗରିବଙ୍କ ଦାବିକୁ ଅବହେଳା ବରଦାସ୍ତ କରାଯିବନି ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତ୍ତନ ନେଇ ଜୋର ଧରିଛି ରାଜନୀତି । କୌଣସି ମତେ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଚେତାବନୀ ଦେଇଛି ବିଜେପି । ଏବେ ସୁଦ୍ଧା ରାଜ୍ୟରେ ଚୂଡାନ୍ତ ହିତାଧିକାରୀ ତାଲିକାଟିଏ ସରକାର ପ୍ରସ୍ତୁତ କରି ପାରିନାହାନ୍ତି ବୋଲି ଦଳ ଅଭିଯୋଗ କରିଛି ।

ଅନ୍ୟପଟେ ଏହାର ଜବାବ ରଖି ବିଜେଡି କହିଛି, କେନ୍ଦ୍ରୀୟ ଯୋଜନା ନେଇ ବିଜେପି ଡିଣ୍ଡିମ ପିଟୁଛି, ପ୍ରଥମେ ବିଜେପି ସ୍ପଷ୍ଟ କରୁ ଯେ, କେନ୍ଦ୍ରୀୟ ଯୋଜନାରେ କାହାର କେତେ ଅଂଶଧନ । ତେଣୁ ଏହାକୁ କେବଳ କେନ୍ଦ୍ର ଯୋଜନା କହିବା ଠିକ୍ ନୁହେଁ । ବିଜେପି ଯେଉଁ ଅଯୋଗ୍ୟ ହିତାଧିକାରୀଙ୍କ କଥା କହୁଛି ତାହା କେନ୍ଦ୍ର ଦେଇଥିବା ତଥ୍ୟକୁ ଦେଖି କରାଯାଉଥିବା ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.