ନୂଆଦିଲ୍ଲୀ୨୯|୧: ସତରେ କ’ଣ ୨୦୧୪ ସାଧାରଣ ନିର୍ବାଚନରେ ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲା ? ୨୦୦ ଆସନରେ ଯନ୍ତ୍ରାଦେଶକୁ ଆଧାରକରି କ୍ଷମତାକୁ ଆସିଥିଲା ବିଜେପି ? ଏକଥା ଆଗରୁ ଖୁଲାସା ନକରି ନିର୍ବାଚନ ଯାଏ କାହିଁକି ଅପେକ୍ଷା କଲେ ନିଜକୁ ଆତ୍ମଘୋଷିତ ହ୍ୟାକର କହୁଥିବା ସୟେଦ ସୁଜା । କ’ଣ ପ୍ରକୃତରେ ତାଙ୍କ ଉଦେଶ୍ୟ ? ତାଙ୍କ ଉଦେଶ୍ୟ ଯାହା ହେଉନା କାହିଁକି- ଇଭିଏମ୍ ର ସ୍ବଚ୍ଛତାକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା ନେତାଙ୍କୁ ଏହା ଆଣି ଦେଇଛି ମୌକା । ଇସି ଯେତେ ଯାହା ସଫେଇ ଦେଲେବି ଏହାକୁ ସେମାନେ ବିଶ୍ବାସକୁ ନେବାକୁ ନାରାଜ ।
{"id":79377,"width":591,"height":401}ସତରେ କ’ଣ ଇଭିଏମ୍ ରେ ଟ୍ୟାମ୍ପରିଂ ସମ୍ଭବ ? ଜଣକୁ ଭୋଟ ଦେଲେ ଆଉ ଜଣଙ୍କ ଖାତାରେ ପଡ଼ିବ ? କେତେ ସତ ଇଭିଏମ୍ ହ୍ୟାକିଂ ? ୨୦୧୪ରେ କ’ଣ ଇଭିଏମ୍ ହ୍ୟାକିଂ କରି ବିଜେପି କ୍ଷମତାକୁ ଆସିଥିଲା ? କାହିଁକି ଇଭିଏମ୍ କୁ ନେଇ ଦୁଇ ଭାଗ ଦେଶର ରାଜନୀତି ? କାହିଁକି ବାରମ୍ବାର ଇଭିଏମ୍ ର ବିଶ୍ବସନୀୟତାକୁ ନେଇ ଉଠିଛି ପ୍ରଶ୍ନ ? ବିଶେଷଜ୍ଞ କରୁଥିବା ଦାବି କେତେ ଯଥାର୍ଥ ? କାହିଁକି ପୁଣି ବାଲାଟ ପେପର ଦାବି ଉଠୁଛି ? କାହିଁକି ବାରମ୍ବାର ଇସିଙ୍କୁ ଟଣା ଯାଉଛି କାଠଗଡ଼ାକୁ ? କାହିଁକି ନିର୍ବାଚନ କମିଶନଙ୍କୁ ବିଶ୍ବାସକୁ ନେଇ ପାରୁନାହାନ୍ତି ନେତା ?
{"id":79378,"width":593,"height":367}
ଏ ପ୍ରଶ୍ନ ସେତିକି ବେଳେ ଉଠିଛି ଯେତେବେଳେ ଦେଶ ନିର୍ବାଚନ ମୁହାଁ ହୋଇଛି । ଏ ପ୍ରଶ୍ନ ସେତିକି ବେଳେ ଉଠୁଛି ଯେତେବେଳେ କୌଣସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ସେତିକି ବେଳେ ଉଠିଛି- ଯେତେବେଳେ ଜନା ଦେଶକୁ ଯନ୍ତ୍ରାଦେଶ କହି ପରିହାସ କରିଛନ୍ତି ବିରୋଧୀ । ସେତିକି ବେଳେ ଉଠିଛି- ଯେତେବେଳେ ନିର୍ବାଚନ କମିଶନଙ୍କ ଅଭୟବାଣୀ କାମ ଦେଇନି । ବାରମ୍ବାର ଇଭିଏମ୍ ର ସ୍ବଚ୍ଛତା, ବିଶ୍ବସନୀୟତା ନେଇ ଉଠିଛି ପ୍ରଶ୍ନ ।
{"id":79379,"width":595,"height":334}୨୦୧୪ ନିର୍ବାଚନ ପରଠୁ ବାରମ୍ଭାର, ଅନେକ ଥର ଏହାକୁ ନେଇ ସରକାର, ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସମେତ ଅନେକ ଦଳ । ଏହାକୁ ବଳ ଦେଇଛନ୍ତି କିଛି ବିଶେଷଜ୍ଞ । ସେମାନଙ୍କ ଦାବି ହେଲା ଇଭିଏମ୍ କୁ ସହଜରେ ଟ୍ୟାମ୍ପରିଂ କରିହେବ । ଯାହାକୁ ଆଧାର କରି ଯେକୌଣସି ଦଳ ସହଜରେ ନିର୍ବାଚନ ବୈତରଣୀ ପାର୍ ହୋଇପାରିବ । ୫ ବର୍ଷ ହେଲା ଏହାକୁ ନେଇ ତର୍କ ବୀତର୍କ- ବୟାନବାଜୀ, ବିଶ୍ଲେଷଣ ଚାଲିଥିବା ବେଳେ କୁହୁଳୁଥିବା ନିଆଁରେ ଘିଅ ଢାଳିଛନ୍ତି ଆତ୍ମଘୋଷିତ ଜଣେ ହ୍ୟାକର । ଲଣ୍ଡନରେ ସାମ୍ବାଦିକ ସମ୍ମିଳନୀ କରି ୨୦୧୪ରେ ଇଭିଏମ ହ୍ୟାକ୍ ହୋଇଥିଲା ବୋଲି ଛାତି ପିଟିଛି କହିଛନ୍ତି ସୟେଦ ସୁଜା ।
{"id":79380}ସୟେଦ ସୁଜାର ସାମ୍ବାଦିକ ସମ୍ମିଳନୀ ପରଠୁ ଭାରତୀୟ ରାଜନୀତିରେ ସୁନାମି ଉଠିଛି। ପୁଣି କାଠଗଡ଼ାକୁ ଚାଲି ଆସିଛନ୍ତି ଇସି, ଚାଲି ଆସିଛି ଇଭିଏମ୍ । ସୟେଦ କେବଳ ହ୍ୟାକିଂ କଥା କହିନାହାନ୍ତି ଏ ସଂପର୍କରେ ଜାଣି ଥିବାରୁ ବିଜେପିର ଷ୍ଟଲଓ୍ବାର୍ଟ ଗୋପୀନାଥ ମୁଣ୍ଡେଙ୍କୁ ହତ୍ୟା କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆଣିଛି । ଏମିତିକି ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାକୁ ଏହାସହ ଯୋଡିଛନ୍ତି । ଯେଉଁ କାର୍ଯ୍ୟକ୍ରମରେ ସୟେଦ ଇଭିଏମ୍ କୁ ବଦନାମ କଲେ, ତ ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠାଇଲେ ସେଠାରେ ଉପସ୍ଥିତ ଥିଲେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ।
{"id":79381,"width":594,"height":359}ସୟେଦ ନିଜକୁ ଇଲେକଟ୍ରୋନିକ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡର ଜଣେ ପୂର୍ବତନ କର୍ମଚାରୀ ବୋଲି ଦାବି କରିଛନ୍ତି। ୨୦୧୪ ପରେ ତାଙ୍କ ଜୀବନ ପ୍ରତି ବିପଦ ଦେଖାଦେବାରୁ ସେ ଭାରତ ଛାଡ଼ି ଆମେରିକା ପଳାଇ ସେଠାରେ ରାଜନୈତିକ ଶରଣ ନେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ୨୦୦ଟି ଆସନରେ ଯେଉଁଠି କଂଗ୍ରେସ ନିର୍ବାଚନ ଜିତିଥାନ୍ତା ସେଠାରେ ବିଜେପି ସପକ୍ଷରେ ଇଭିଏମ ରିଗିଂ କରାଯାଇଛି। ‘ମିଲିଟାରି ଗ୍ରେଡ ମଡ୍ୟୁଲେଟର’ ଲଗାଯାଇ ଡାଟା ଟ୍ରାନ୍ସମିସନରେ ହେରଫେର କରାଯାଇଥିବା ନେଇ ସେ ଦାବି କରିଛି ।
{"id":79382,"width":594,"height":377}କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଭାଷାରେ ଏହାକୁ ନିନ୍ଦା କରିଛନ୍ତି। ହ୍ୟାକିଂ ନେଇ ଯେଉଁ ତଥ୍ୟ ରଖାଯାଇଛି ତାହାକୁ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା କପିଲ ସିବଲଙ୍କ ଉପସ୍ଥିତି ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।ହାରିବା ଭୟରେ କଂଗ୍ରେସ ଏମିତି ପ୍ରାୟୋଜିତ କାର୍ଯ୍ୟକ୍ରମ କରିଥିବା ସେ ଅଭିଯୋଗ କରିଛନ୍ତି ।
{"id":79384,"width":600,"height":381}ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଖସିଯାଇପାରେ ବୋଲି କହିଛି ବିଜେପି ।ଏତିକି ବେଳେ ଏସ୍ ପି ଓ ବିଏସପି ଇଭିଏମ୍ ର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇବା ସହ ୨୦୧୯ ସାଧାରଣ ନିର୍ବାଚନକୁ ବାଲଟ୍ ପେପରରେ କରିବା ଲାଗି ଦାବି କରିଛନ୍ତି।
{"id":79385}ଆତ୍ମ ଘୋଷିତ ସାଇବର ବିଶେଷଜ୍ଞର ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନ । ସୟେଦ ବିରୋଧରେ ମାମଲା ରୁଜୁ ପାଇଁ ଦିଳ୍ଲୀ ପୋଲିସକୁ ନିର୍ଦେଶ ଦିଆଯାଇଛି । ଗୁଜବ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏହା ଉଦ୍ୟମ ବୋଲି କମିଶନ କହିଛନ୍ତି ।
{"id":79386,"width":594,"height":336}ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ୍ ର ବିଶ୍ବସନୀୟତା ନେଇ ପ୍ରଶ୍ନ ହେବା ଉଚିତ ନୁହେଁ ବୋଲି କହିସାରିଛନ୍ତି । ଏମିତିକି କଂଗ୍ରେସର ଏମିତି ଅଭିଯୋଗ ଅଭ୍ୟାସଗତ ବୋଲି କହିଥିଲେ ।୧୯ ନିର୍ବାଚନରେ ଯେ ଇଭିଏମ୍ ଏକ ମୁଦ୍ଦା ହୋଇ ରହିବ ଏହା ଏବେଠୁ ଜଳ ଜଳ ଦିଶିଲାଣି ।
{"id":79388}ଇଭିଏମ୍କୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ` ଏହି ଇଭିଏମ୍ ସ୍କାମ୍ କଣ ? ସତରେ କଣ ଏଥିରେ ହେରାଫେରି ସମ୍ଭବ ? ଏ ସମସ୍ତ ପ୍ରଶ୍ନର ଜବାବ ଜାଣିବା ପାଇଁ ଦେଖନ୍ତୁ ଏହି ରିପୋର୍ଟ.. କେମିତି ଅପରେଟ ହୁଏ
{"id":79390,"width":596,"height":388}ଇଭିଏମ୍ କୌଣସି ଇଣ୍ଟିଗ୍ରେଟେଡ୍ ସଫଟୱେୟାର, ନେଟ୍ୱର୍କ କିମ୍ବା ସେଣ୍ଟ୍ରାଲାଇଜ୍ ସର୍ଭର ସହ କନେକ୍ଟେଟ ହୋଇନଥାଏ । ଏପରିକି କୌଣସି ଇଣ୍ଟରନେଟ୍ ମାଧ୍ୟମରେ ବି ଅପରେଟ୍ ହୋଇପାରିବ ନାହିଁ । ମେସିନରେ କେବଳ ଏକ ମାଇକ୍ରୋ ଚିପ୍ ଥାଏ, ଯାହାକୁ ମେସିନ୍ର ମେମୋରୀ କୁହାଯାଏ । ଏହି ମେମୋରିରେ ହିଁ ସମସ୍ତ ଭୋଟ୍ ସୁରିକ୍ଷିତ ଭାବେ ଷ୍ଟୋର ହୋଇଥାଏ । ଏପରିକି ଏହି ମେମୋରିକୁ ୧୦ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଷ୍ଟୋର କରାଯାଇପାରିବ ।
{"id":79391,"width":593,"height":358}ଇଭିଏମ୍କ ସବୁଠୁ ବଡ଼ ସୁରକ୍ଷା କଣ ? ଇଭିଏମ୍ ପ୍ରସ୍ତୁତ ହେବା ସମୟରେ ହିଁ ଏଥିରେ ଏକ ମାଇକ୍ରୋ ଚିପ୍ ସିଲ୍ କରିଦିଆଯାଏ । ଯଦି ଚିପ୍ ସହ କୌଣସି ଛେଡ୍ଖାନି କରାଯାଏ ତେବେ ପୁରା ମେସିନ୍ ଖରାପ ହୋଇଯାଇଥାଏ । ନିର୍ବାଚନୀ ଆୟୋଗଙ୍କ ଯୁକ୍ତି ହେଲା ଇଭିଏମ୍ରେ କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ମୁତାବକ ପ୍ରଗ୍ରାମିଙ୍ଗ କରିବା ଅସମ୍ଭବ ।
{"id":79392,"width":595,"height":384}ଇଭିଏମ୍ ସ୍ବତନ୍ତ୍ର ଭାବେ ଦୁଇଟି ୟୁନିଟ ଅର୍ଥାତ ଇଭିଏମ୍ କଣ୍ଟ୍ରୋଲ ୟୁନିଟ୍ ଏବଂ ବାଲେଟିଙ୍ଗ ୟୁନିଟ ଦ୍ବାରା ଯୋଡିହୋଇଥାଏ । ୫ ମିଟର ଏକ ତାର ମାଧ୍ୟମରେ ଏହି ଦୁଇ ୟୁନିଟକୁ ସଂଯୋଗ କରାଯାଇଥାଏ ।କଣ୍ଟ୍ରୋଲ ୟୁନିଟ୍ ମତଦାନ ଅଧିକାରୀଙ୍କ ପାଖରେ ଥିବା ବେଳେ ବାଲେଟିଙ୍ଗ ୟୁନିଟର ବ୍ଲୁ ବଟମକୁ ଭୋଟର ବ୍ୟବହାର କରିଥାଏ । କଣ୍ଟ୍ରୋଲ ୟୁନିଟରେ ବାଲଟ ବଟମ୍ ପ୍ରେସ୍ କରିବା ପରେ ହିଁ ଭୋଟର ବ୍ଲୁ ବଟମ୍ ପ୍ରେସ୍ କରି ଭୋଟ୍ ଦେଇପାରିଥାଏ ।
{"id":79393}ଇଭିଏମ୍ ପ୍ରୋଗ୍ରାମିଙ୍ଗ ଅନୁସାରେ ଗୋଟେ ମିନିଟରେ କେବଳ ୫ଟି ଭୋଟ୍ ଗ୍ରହଣ କରିପାରିବ। ଅର୍ଥାତ ଏହି ସମୟ ଅନୁଶାରେ ୩୦ ମିନିଟରେ ୧୫୦ରୁ ଅଧିକ ଭୋଟ୍ ଦେବା ସମ୍ଭବ ହୋଇ ପାରିବ ନାହିଁ ।
{"id":79394,"width":590,"height":401}ପ୍ରଶ୍ନ ଉଠେ ଇଭିଏମ୍ରେ ଏକାଧିକ ଭୋଟ୍ ସମ୍ଭବ କି ? ଉତ୍ତର ନା । ଜଣେ ଭୋଟର ଗୋଟେ ଭୋଟ୍ରୁ ଅଧିକ ଦେଇ ପାରିବେ ନାହିଁ । କାରଣ ବାଲେଟିଙ୍ଗ ବଟମ ପ୍ରେସ କରିବା ପରେ ଭୋଟ୍ ଗ୍ରହଣୀୟ ହୋଇ ମେସିନ୍ ଆପେ ଆପେ ଲକ୍ ହୋଇ ଯାଇଥାଏ ।
{"id":79395,"width":590,"height":391}କିନ୍ତୁ ସାଇବର ବିଶେଷଜ୍ଞ ବୋଲି କହୁଥିବା ସୟେଦ ଲଣ୍ଡନରେ ଯେଉଁ ଦାବି କରିଛନ୍ତି ତାହା ହେଲା ‘ମିଲିଟାରି ଗ୍ରେଡ ମଡ୍ୟୁଲେଟର’ ଲଗାଯାଇ ଡାଟା ଟ୍ରାନ୍ସମିସନରେ ଇଭିଏମ୍ ରେ ହେରଫେର କରାଯାଇପାରିବ । ଏହା ପୂର୍ବରୁ ଅନେକ ବିଶେଷଜ୍ଞ ଇଭିଏମ୍ ର ବିଶ୍ବସନୀୟତା ନେଇ ଉଠାଇଛନ୍ତି ପ୍ରଶ୍ନ ।
{"id":79396,"width":591,"height":366}ଇଭିଏମ୍ କୁ ସହଜରେ ହ୍ୟାକ୍ କରାଯାଇପାରିବ ବୋଲି ଦାବି କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଇଭିଏମ୍ ରେ ଭୋଟର ନିଜର ଭୋଟ ରେକର୍ଡ ହେଲା ନା ନାହିଁ ତାହା ଦେଖି ପାରିବ ନାହିଁ । ଇଭିଏମ୍ ର ସ୍ବଚ୍ଛତା ଏବଂ ପ୍ରମାଣସାଦ୍ଧତା ସମସ୍ୟା ପାଇଁ ଭିଭିପାଟ୍ କେବଳ ଆଂଶିକ ସମାଧାନ ବୋଲି ବିଶେଷଜ୍ଞ କୁହନ୍ତି । ସେହିପରି ଗୋପନୀୟତା ରକ୍ଷା କ୍ଷେତ୍ରରେ ମଧ୍ୟ ଇଭିଏମ୍ ର ଦୁର୍ବଳତା ରହିଛି ।
{"id":79397,"width":592,"height":382}କେବଳ ଭାରତ ନୁହେଁ, ବିଶ୍ବର ଅନେକ ଦେଶରେ ଇଭିଏମ୍ ର ବିଶ୍ବସନୀୟତା ନେଇ ଉଠିଛି ପ୍ରଶ୍ନ । ୨୦୦୯ରେ ଜର୍ମାନୀରେ ତ ସ୍ବଚ୍ଛତା ପରୀକ୍ଷାରେ ଇଭିଏମ୍ ଫେଲ୍ ମାରିଥିଲା । ସେଠାକାର ସାମ୍ବିଧାନିକ ଅଦାଲତ ରାୟ ଦେବା ପରେ ସେଠାରେ ଇଭିଏମ୍ ବ୍ୟବହାର ବନ୍ଦ କରାଯାଇ ବାଲାଟରେ ଭୋଟ ଚାଲିଛି । ସେହିପରି ନେଦରଲାଣ୍ଡ, ଆୟାରଲାଣ୍ଡ, ଭଳି ପ୍ରଯୁକ୍ତି ପ୍ରବଣ ଦେଶ ମଧ୍ୟ ଇଭିଏମ୍ ବ୍ୟବହାର କରୁନାହାନ୍ତି ।
{"id":79398,"width":592,"height":378}