ରଙ୍ଗଶାଳା ରାଜନୀତି : ବିଜେପି ନେତ୍ରୀଙ୍କ ଆକ୍ଷେପ ପ୍ରମାଣ ନଷ୍ଟ କରିବାକୁ ଭାଙ୍ଗିଲେ ବିବାଦୀୟ ଗେଷ୍ଟହାଉସ୍, ବିଜେଡି କହିଲା ଆଇନ ତା ବାଟରେ ଯାଉଛି

Published By : Prameya-News7 Bureau | February 08, 2020 IST

ଭୁବନେଶ୍ବର ୮।୨: ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ ଭଙ୍ଗାଯିବାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ କହିଛନ୍ତି ଯେ, ୨୦୧୮ମସିହାରେ ରଂଗଶାଳା ଭଙ୍ଗା ଯାଇଥିବା କୁହାଯାଉଥିଲେ ବି ଏଯାଏଁ କାହିଁକି ରହିଥିଲା । ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତରାଣୀ ମରି ନଥାଆନ୍ତେ । ସ୍ମିତରାଣୀଙ୍କ ମୃତ୍ୟୁ ମାମଲାରେ  ତଥ୍ୟ ଓ ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା ବୋଲି ଲେଖାଶ୍ରୀ କହିଛନ୍ତି । ରଂଗଶାଳା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମନ୍ଦ ରହିଛି । ତଦନ୍ତକୁ ଦିଶାହୀନ କରିବା, ଠୋସ୍ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି । ସ୍ମିତରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇବାକୁ ଏଭଳି ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି । ତଦନ୍ତ ଅଧିକ ଗତିଶୀଳ ହେଉ, ନହେଲେ ଅନେକ ସତ୍ୟ ଲୁଚି ଯିବ। ଏ ପ୍ରସଙ୍ଗରେ ଆଗକୁ ଜୋରଦାର ପ୍ରତିବାଦ କରିବ ବିଜେପି ।

{"id":221845,"sizeSlug":"large"}

ଅନ୍ୟପଟେ ଗୃହରାଷ୍ଟ୍ର ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ର କହିଛନ୍ତି ରୂପେଶ ଭଦ୍ରଙ୍କ ଘଟଣାର ତଦନ୍ତ ତତ୍ପରତାର ସହ କରାଯାଉଛି । ମୋ ସରକାର ଓ ୫-ଟି ପରେ ପୋଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି । ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ ।

{"id":221846,"sizeSlug":"large"}

ସୂଚନାଯୋଗ୍ୟ ଯେ, ସରକାରୀ ଜମି ଉପରେ ନିର୍ମିତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍‌ ଉପରେ ଗତକାଲି ବୁଲଡୋଜର ବୁଲିଥିଲା । ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଏବେ ଜେଲ୍‌ରେ ଥିବାବେଳେ ତାଙ୍କ ଗେଷ୍ଟ ହାଉସ୍‌ ଉପରେ ବୁଲିଛି ବୁଲଡୋଜର । ତେବେ ଗତକାଲି ରଙ୍ଗଶାଳା ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରୂପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ପ୍ରବଳ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

{"id":221847,"sizeSlug":"large"}

ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ବିରୋଧ ସତ୍ତ୍ବେ ଗେଷ୍ଟହାଉସ ଭାଙ୍ଗିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦସ୍ଥଳରେ ୪ ଜଣ ମାଜିଷ୍ଟ୍ରେଟ୍ ଓ ମହିଳା ପୋଲିସକର୍ମୀଙ୍କ ସମେତ ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ରଙ୍ଗଶାଳାଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

{"id":221848,"sizeSlug":"large"}

ଗତବର୍ଷ ୧୬ ଅକ୍ଟୋବରରେ ରୂପେଶଙ୍କ ରଙ୍ଗଶାଳାରେ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସଂଦେହ ଜନକ ମୃତ୍ୟୁ ସାମ୍ନାକୁ ଆସିଥିଲା । ରୂପେଶଙ୍କ ସହ ସ୍ମିତାରାଣୀଙ୍କ ସମ୍ପର୍କ ଥିବା ଏବଂ ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ରୂପେଶ ରଙ୍ଗଶାଳାରେ ଉପସ୍ଥିତ ଥିବା କଥା ସାମ୍ନାକୁ ଆସିବା ପରେ ରୂପେଶଙ୍କୁ ଗିରଫ କରିଥିଲା ପୋଲିସ । ସେପଟେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏହି ରଙ୍ଗଶାଳାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ତେବେ ସ୍ମିତାରାଣୀଙ୍କ ମୃତ୍ୟୁକୁ ପାଖାପାଖି ୪ମାସ ବିତିବାକୁ ବସିଥିବାବେଳେ ଏବେ ରଙ୍ଗଶାଳା ଉପରେ ବୁଲଡୋଜର ଚଳାଇଛି ଜିଲ୍ଲା ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.