ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ, କିନ୍ତୁ ସରୁନି ଚର୍ଚ୍ଚା : ବିରୋଧୀଙ୍କ ଆକ୍ଷେପ ସବୁ ପାଟକୁରା ପାଇଁ

Published By : Prameya-News7 Bureau | June 18, 2019 IST

କେନ୍ଦ୍ରାପଡା ୧୮|୬: ସରିଗଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ। କିନ୍ତୁ ସରୁନି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନାନବେଦୀରେ ପ୍ରଭୁ ବଳଦେବଙ୍କ ଦର୍ଶନ କରିବା ପରେ ତାଙ୍କ ଗସ୍ତକୁ ନେଇ ଏବେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହୋଇ ଉଠିଛି। ପାଟକୁରା ନିର୍ବ।ଚନକୁ ଟାର୍ଗଟେ୍ କରି ନବୀନ କେନ୍ଦ୍ରାପଡା ଆସିଥିବା ନେଇ ବିରୋଧୀ ଶିବିରରେ ଚର୍ଚ୍ଚା ଜୋର ଧରିଥିବା ବଳେ ମୁଖ୍ୟମନ୍ତ୍ରୀ ପାଟକୁରା ପାଇଁ ଆଶୀର୍ବ।ଦ ଭିକ୍ଷାକରିବାକୁ ଆସିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପରିବାର ଲୋକେ। ତବେ ଏହି ଅବସରରେ ପ୍ରଭୁ ବଳଦେବଙ୍କ ନିକଟରେ ନିଜର ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି।     

{"id":124325}

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରାପଡା ଗସ୍ତ। ସୋମବାର ଦିନ ସ୍ନାନପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାବେଦୀରେ ପ୍ରଭୁ ଶ୍ରୀ ବଳଦେବଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦେବ ଦର୍ଶନକୁ ନେଇ କେନ୍ଦ୍ରାପଡାରେ ରାଜନୀତି ଜୋର ଧରିଛି। ବିଭିନ୍ନ ରାଜନୈତକି ଦଳ ଏହି ଗସ୍ତକୁ ରାଜନୀତିର ରଂଗ ଦେଉଛନ୍ତି।

{"id":124326}

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପାଟକୁରା ପାଇଁ ଆଶୀର୍ବ।ଦ ଭିକ୍ଷା କରିବାକୁ ଆସିଥିବା କହିଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପରିବାର। ଗୋଟେ ପଟେ ମୁଖ୍ୟମନ୍ତ୍ରୀ ପାଟକୁରା ନିର୍ବ।ଚନରେ ଦଳର ବିଜୟ ପାଇଁ ମାନସିକ କରିବାକୁ ଆସିଥିବା ବଳେ ଅନ୍ୟପଟେ ମାନସିକ ପୂରଣ ହେବାରୁ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ନିର୍ବ।ଚନ ଜିତି ଥିବାରୁ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା କନକ ଦୁର୍ଗ। ମନ୍ଦିରରେ ସାଂସଦ ଅନୁଭବ ମହାନ୍ତି ପୂଜାର୍ଚ୍ଚନା କରିଛନ୍ତି। ଏଥିରୁ ଯାହା ବୁଝା ପଡୁଛି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ କରୁଣା ପାଇ ବିଜେଡି କେନ୍ଦ୍ରାପଡା ଗଡକୁ ଦଖଲ କରିବାରେ ସଫଳ ହୋଇଛି। ଏବେ ପୁର୍ନବାର ପାଟକୁରା ପାଇଁ ତିନି ଦିଅଙ୍କ ସରଣାପନ୍ନ ହୋଇଛି ଟିମ୍ ବିଜେଡି।

{"id":124330}

ତବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର ଡଜନେରୁ ଅଧିକ ମନ୍ତ୍ରୀ, ବିଧାୟକ ଓ ନେତା ରଥଦାଣ୍ଡରେ ପହଁଚିଥିଲେ। ସେମାନଙ୍କ ଭିତରେ ଥିଲେ ବିଧାୟକ ଶଶୀ ଭୂଷଣ ବହେରା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁବାସ ସିଂହ, ସଂଜୟ ଦାଶବର୍ମ।, ପ୍ରତାପ ଦେବ, ମନ୍ତ୍ରୀ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ଧୃବ ଚରରଣ ସାହୁ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପ୍ରଣବ ବଳବ’ ରାୟ, ସମୀର ଦାଶଙ୍କ ସମେତ ଆହୁରି ଅନେକ।

{"id":124327}

ଯେକୌଣସି ମୂହୂର୍ତରେ ବି ପାଟକୁରା ନିର୍ବ।ଚନ ପାଇଁ ତାରିଖ ଘୋଷଣା ହୋଇପାରେ। ସେ ଦୃଷ୍ଟିରୁ କେନ୍ଦ୍ରାପଡା ଜିଲ୍ଲାରେ ରାଜନୈତିକ ଦଳମାନେ ବେଶ୍ ସକ୍ରୀୟ ହୋଇ ଉଠିଛନ୍ତି। ପାଟକୁରାକ ନିର୍ବ।ଚନକୁ ଦୃଷ୍ଟିରେ ରଖି ବିଜେଡି ତାର ମଜବୁତ୍ ରଣନିତୀ ପ୍ରସ୍ତୁତ କରିଥିବା ବଳେ ବିଜେପି ରୋଡ ଶୋ ଓ ପଥପ୍ରାନ୍ତ ସଭାମାନ ଆରମ୍ଭ କରିଦେଲାଣି। କଂଗ୍ରେସ୍ ପ୍ରାର୍ଥୀ ମଧ୍ୟ ଦଳୀୟ କର୍ମୀଙ୍କ ସହିତ ଗୁପ୍ତ ବୈଠକରେ ମାତିଲେଣି। ଏ ସବୁ ସତ୍ବେ ମୁଖ୍ୟନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତକୁ ଭିନ୍ନଦୃଷ୍ଟିରେ ଦେଖୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

{"id":124328}

ବିଜେପି କହିଛି ପାଟକୁରାକୁ ନଇ ବିଜେଡି ଟିକେ ଅଧିକ ବ୍ୟସ୍ତ ହୋଇ ପଡୁଛି। ଅନ୍ୟପକ୍ଷରେ ପାଟକୁରା ଆଶନ ନିଜ ମୁଠାକୁ ଯିବା ନେଇ ନିଶ୍ଚିତ ହୋଇଛି କଂଗ୍ରେସ୍। 

କେନ୍ଦ୍ରାପଡାରେ ପ୍ରତିଦିନ ଘଟୁଥିବା ଏମିତି ରାଜନୈତିକ କାର୍ଯ୍ୟକଳାପ ଭିତରେ ସମସ୍ତଙ୍କ ଅପେକ୍ଷା କିନ୍ତୁ ରହିଛି ପାଟକୁରା ନିର୍ବ।ଚନ ତାରିଖକୁ ନେଇ। କାହିଁକି ନା ତାରିଖ ଘୋଷଣା ପରେ ହିଁ ହେବ ଅସଲ ଲଢେଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.