Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଅସଦୁଦ୍ଦୀନ ଅବୈସୀଙ୍କ ପାର୍ଟି AIMIM ନେତାଙ୍କ ବିବାଦୀୟ ବୟାନ, କହିଲେ- କରୋନା ମୁସଲମାନଙ୍କୁ ନପୁଂଶକ କରିବାକୁ ଏକ ଚାଲ୍

6/05/2020 at 5:07 PM

ନୂଆଦିଲ୍ଲୀ ୦୬।୦୫: ପୂରା ଦେଶ ଓ ଦୁନିଆ କରୋନା ଭାଇରସ୍‌ ସହ ଲଢେଇ କରୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ସରକାର ଅନେକ ଅଞ୍ଚଳକୁ କଣ୍ଟେନମେଣ୍ଟ  ଜୋନ୍‌ କରିଛନ୍ତି ଏବଂ ଲୋକଙ୍କ କରୋନା ଟେଷ୍ଟ କରୁଛନ୍ତି। ଏହା ମଧ୍ୟରେ ଅସଦୁଦ୍ଦୀନ ଅବୈସୀଙ୍କ ପାର୍ଟି AIMIMର ନେତା ଅବୁ ଫୈଜଲଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପାର୍ଟିର ନେତା ସଂକ୍ରମଣ ବିଷୟରେ କଥା କହି ମୁସଲିମ ସମୁଦାୟର ଲୋକ କରୋନା ଚିକିତ୍ସା ନକରିବାକୁ କହିଛନ୍ତି।

ଭିଡିଓରେ ଫୈଜଲ ଦାବି କରୁଛନ୍ତି ଯେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଯେ କରୋନା ହେଉଛି ଏକ ମାତ୍ର ବାହାନା।  ବାସ୍ତବରେ ସରକାର ଓ ଡାକ୍ତର ମିଶି ମୁସଲିମ ମହିଳାଙ୍କୁ ଏମିତି ଇଞ୍ଜେକ୍ସନ ଦେଉଛନ୍ତି, ଯେମିତି ସେମାନଙ୍କ କୌଣସି ସନ୍ତାନ ଜନ୍ମ ହେବ ନାହିଁ ଏବଂ ମୁସଲିମ ଜନ ସଂଖ୍ୟା ବୃଦ୍ଧି ଘଟିବ ନାହିଁ।

ନିଜର ଏହି ଭିଡିଓରେ ସେ ଅଶ୍ଳୀଳ ଭାଷାର ପ୍ରୟୋଗ କରି ମୁସଲିମ ଲୋକଙ୍କୁ ଉପଦେଶ ଦେଉଛନ୍ତି ଯେ, ସେମାନେ କୌଣସି ପ୍ରକାରର ଇଞ୍ଜେକ୍ସନ  ବ୍ୟବହାର କରନ୍ତୁ ନାହିଁ। ଯଦି ସେମାନଙ୍କୁ କେହି ବାରମ୍ବାର ଚିକିତ୍ସା କରାଇବା କଥା କହିବେ, ତେବେ ତାର ହାତ ଭାଙ୍ଗି ଦିଅନ୍ତୁ କିମ୍ବା ସେହି ଇଞ୍ଜେକ୍ସନକୁ ତା ଦେହରେ ମାରି ଦିଅନ୍ତୁ।

ଫୈଜଲ ଏହା ମଧ୍ୟ କହିଛନ୍ତି କରୋନା-ସରୋନା ଏହା କିଛି ନୁହେଁ। ଏହ ଭାଇରସ୍‌କୁ ଆରଏସଏସ ସଞ୍ଚାଳନ କରୁଛି। ସବୁ ମିଡିଆକୁ ଆରଏସଏସ ଏହି କାମରେ ଲଗାଇ ଦେଇଛି। ମୁସଲିମ ଓ ଇସଲାମକୁ ଟାର୍ଗେଟ୍ କରିବାକୁ କୁହାଯାଇଛି, ଯେମିତି ଦେଶର ମାହୋଲ ଖରାପ ହେବ।

   Related Posts