ଟିକାକୁ ନେଇ ରାଜନୀତି : ପୋଷ୍ଟରରେ ନଥିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

Published By : Prameya-News7 Bureau | June 21, 2021 IST

ଜୟପୁର ୨୧।୬: ଆଜିଠାରୁ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ବ୍ୟାପକ ଟିକାକରଣ । ଜିଲ୍ଲାର ସବୁ ସହରାଞ୍ଚଳ ସମେତ ୧୪ଟି ବ୍ଲକର ମୋଟ୍ ୭୪ଟି କେନ୍ଦ୍ରରେ ଆଜିଠାରୁ ଦିଆଯାଉଛି ଟିକା । ତେବେ ଟିକା କେନ୍ଦ୍ର ବାହାରେ ଲାଗିଥିବା ପୋଷ୍ଟରକୁ ନେଇ ଦେଖାଦେଇଛି ବିବାଦ ।

ତେବେ ପୋଷ୍ଟର ଓ ହିତାଧିକାରୀଙ୍କୁ ଦିଆଯାଉଥିବା କୁପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ। ଯାହାକୁ ନେଇ ବିଜେପି ନେତା ଓ କର୍ମୀ ଜୟପୁରରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାୟ ଘଣ୍ଟାଏ ସମୟ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବିଜେପି ନେତା ଓ କର୍ମୀ ଘେରାଉ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନାରାବାଜି କରିଥିଲେ।

ସେପଟେ ଏ ସଂପର୍କରେ ଜିଲ୍ଲାପାଳଙ୍କୁ  ଅବଗତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.