Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

Under worldକୁ ନେଇ ଦେଶରେ ଉଷ୍ମ ହେଉଛି ରାଜନୀତି, ଜାଣନ୍ତୁ କିଏ କହିଲେ କ’ଣ?

ମୁମ୍ବାଇ ୧୬।୧:  ଶିବସେନା ସାଂସଦଙ୍କ ଅଣ୍ଡର ୱାର୍ଲଡ ବୟାନ ଏବେ ଦେଶର ରାଜନୀତିକୁ ସରଗରମ କରିଛି। ସାଂସଦ ସଞ୍ଜୟ ରାଉତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଅଣ୍ଡରୱାର୍ଲଡ ଡନ କରିମ ଲାଲାକୁ ଭେଟିବାକୁ ମୁମ୍ବାଇ ଆସୁଥିଲେ ବୋଲି କହିଥିଲେ। କରିମ ଲାଲା ଏକ ଆଫଗାନ ନାଗରିକ ଓ ସେ ବ୍ୟବସାୟ ଉଦ୍ଦେଶ୍ୟରେ ଆସି ଭାରତର ମୁମ୍ବାଇରେ ରହିଯାଇଥିଲା। ଏବେ ତାର ପରିବାର ମୁମ୍ବାଇରେ ବସବାସ କରୁଛନ୍ତି। ତେବେ କରିମ ଲାଲା ଓ ଇନ୍ଦିରା ଗାନ୍ଧି ସମ୍ପର୍କକୁ ନେଇ ସଞ୍ଜୟଙ୍କ ବୟାନ ପରେ ରାଜନୀତିରେ ଏବେ ଝଡ ଉଠିଛି ।

ସଞ୍ଜୟଙ୍କ ବୟାନକୁ ନେଇ କଂଗ୍ରେସ ଓ ଶିବସେନା ମୁହଁଫୁଲାଫୁଲି ବି ହେଲେଣି। ଏଣୁ ସଞ୍ଜୟ ରାଉତ ତାଙ୍କ ବୟାନରୁ ଓହରି ଯାଇଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ନେଇ ଅଣ୍ଡରୱାର୍ଲଡ ସହ ଯୋଡିଛି। ମହାରାଷ୍ଟ୍ର କଂଗ୍ରେସ   ଅଧ୍ୟକ୍ଷ ବାଲାସାହେବ ଥୋର୍ରଟ ସଞ୍ଜୟଙ୍କ ବୟାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୂଚିତ କରଦିଆଯାଇଥିବା ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏହା ପରେ ସଞ୍ଜୟ ତାଙ୍କର ବୟାନ ନେଇ ସ୍ପଷ୍ଟିକରଣ ବି ଦେଇଛନ୍ତି।

ତେବେ ଥୋର୍ରଟ ଦେବେନ୍ଦ୍ର ଫଡନବିଶଙ୍କୁ ନେଇ କରିଥିବା ଟ୍ୱିଟ୍ କିନ୍ତୁ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। କୁଆଡେ ଏକ ବର୍ଷଣ ମୁଖର ରାତିରେ ମୁମ୍ବାଇ ଅଣ୍ଡରୱାର୍ଲଡର ଜଣେ କୁଖ୍ୟାତ ଡନ ଏକଦା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କ ନିବେଦନରେ ମୁଖ୍ୟମନ୍ତ୍ରୀ ଫଡନବୀଶ ମୁନ୍ନା ଯାଦବ ନାମକ ଜନୈକ ଗୁଣ୍ଡାକୁ ନା କେବଳ ସଂରକ୍ଷଣ ଦେଇଥିଲେ ତାକୁ ସରକାରୀ ଚାକିରୀରେ ବି ମୁକରିର କରିଦେଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ପ୍ରସଙ୍ଗରେ ଫଡନବିଶ କିଛି କହିବା ତାଙ୍କୁ ଶୋଭାପାଏନା ବୋଲି ଲେଖିଛନ୍ତି। ସେହିପରି ସଞ୍ଜୟ ରାଉତ ଏବେ ତାଙ୍କ ବୟାନ ପ୍ରତ୍ୟାହାର କରିସାରିଥିବାରୁ ଆମ ଭିତରେ ବିବାଦ ଏଇଠି ସମାପ୍ତ ହୋଇଥିବା ଥର୍ରୋଟ ଲେଖିଛନ୍ତି।

219 Views

   ସମ୍ବନ୍ଧିତ ଖବର


Loading...