Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଜୋର୍‌ ଧରିଲା ଟିକାକରଣ: ଭ୍ୟାକ୍‌ସିନ୍‌ ଅଭିଯାନରେ ସାମିଲ୍‌ ହେଲେ ରାଜନେତା, କ୍ରୀଡ଼ାବିତ୍‌ ଏବଂ ସିନେ ତାରକା

2/03/2021 at 6:11 PM

ନୂଆଦିଲ୍ଲୀ, ୦୨/୦୩: ଦେଶରେ କୋଭିଡ୍‌ ପାଇଁ ଟିକାକରଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କୁ ଏହି ଟିକା ଦିଆଯାଇଥିଲା । ଏହାପରେ ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଦ୍ୱ ବୟସ୍କ ବ୍ୟକ୍ତି ଏବଂ ରୋଗୀଣା ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ଏହି ଦ୍ୱିତୀୟ ପ୍ରର୍ଯ୍ୟାୟ ଅଭିଯାନରେ ଦେଶର ବିଭିନ୍ନ ରାଜନେତା, କ୍ରୀଡ଼ାବିତ୍‌ ଏବଂ ସିନେ ତାରକା ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି ।

ଗତକାଲି ଅର୍ଥାତ ସୋମବାର ୭୦ ବର୍ଷୀୟ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରର୍ଯ୍ୟାୟ ଟିକା ନେଇଥିଲେ । ୭୧ ବର୍ଷୀୟ ଭାରତର ଉପ-ରାଷ୍ଟ୍ରପତି ଏମ୍‌ ଭିଙ୍କିଆ ନାୟିଡ଼ୁ ମଧ୍ୟ ଏହି ଟିକା ନେଇଛନ୍ତି ।

୬୬ ବର୍ଷୀୟ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟନାଠାରେ ତାଙ୍କର ପ୍ରଥମ ପର୍ଯ୍ୟାୟ ଟିକା ଗ୍ରହଣ କରିଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଏହି ଟିକା ଗ୍ରହଣ କରିଥିବା ଜଣାପଡ଼ିଛି । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆର୍‌ ଆର୍‌ ହସ୍ପିଟାଲରେ ଆଜି ଏହି ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି । ଏନେଇ ସେ ଟ୍ୱିଟର୍‌ ଯୋଗେ ଦେଶବାସୀଙ୍କୁ କୋଭିଡ୍‌ ମୁକ୍ତ ଭାରତ ଦିଗରେ ଅଗ୍ରସର ହେବାକୁ କହିଛନ୍ତି ।

 ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ୭୪ ବର୍ଷୀୟ ନବୀନ ପଟ୍ଟନାୟକ ବିଧାନସଭା ଡିସ୍‌ପେନ୍ସସାରିରେ ଟିକା ନେଇଥିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ୭୦ ବର୍ଷୀୟ ନୀତିଶ କୁମାର ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ଦିଆଯାଉଥିବା ଟିକାର ଖର୍ଚ୍ଚ ବିହାର ସରକାର ବହନକରିବା ନେଇ ଘୋଷଣା କରିବା ପରେ ସେ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି । ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ କମିଟିର ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆଜି କଟକସ୍ଥିତ ଅଶ୍ୱୀନ ହସ୍ପିଟାଲ୍‌ରେ କରୋନାର ପ୍ରଥମ ଡୋଜ୍‌ ନେଇଥିବା ସୂଚନା ମିଳିଛି ।

୬୬ ବର୍ଷ ବୟସ୍କ ତାମିଲ୍‌ ସୁପର୍‌ ଷ୍ଟାର୍‌ କମଲ୍‌ ହାସନ୍‌ ଚେନ୍ନାଇଠାରେ ପ୍ରଥମ ଡୋଜ୍‌ ଟିକା ଗ୍ରହଣ କରିଛନ୍ତି । ସେହିପରି ୫୮ ବର୍ଷୀୟ ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ରବି ଶାସ୍ତ୍ରୀ ଅହମ୍ମଦାବାଦ୍‌ର ଆପୋଲୋ ହସ୍ପିଟାଲ୍‌ରେ ଏହି ଟିକା ନେଇଥିବା ଜଣାପଡ଼ିଛି ।

   Related Posts