Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭିଆଇପିଙ୍କ ବାହାଘରରେ କରୋନା ନିୟମ ଉଲଙ୍ଘନ: ନିୟମ କ’ଣ କେବଳ ସାଧାରଣ ଜନତାଙ୍କ ପାଇଁ, ନେତାଙ୍କ ପାଇଁ ନୁହେଁ ?

22/02/2021 at 12:24 PM

ମୁମ୍ବାଇ ୨୨/୦୨ : ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଅମରାବତୀରେ ସପ୍ତାହେ ପାଇଁ ଲକଡାଉନ, ପୁନେରେ ନାଇଟ କର୍ଫ୍ୟୁ ଓ ରାଜ୍ୟର ବିଭିନ୍ନ ସହରରେ କଟକଣା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ ସୋମବାର ଠାରୁ ରାଜ୍ୟରେ ସମସ୍ତ ରାଜନୈତିକ, ଧାର୍ମିକ ଓ ସାମାଜିକ ସମାରୋହରେ ଲୋକଙ୍କ ଭିଡ ଉପରେ କଟକଣା ଜାରି କରାଯିବ। କରୋନା ନିୟମ ନ ମାନିଲେ ରାଜ୍ୟରେ ପୁଣି ଲକଡାଉନ ଲଗାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ନିୟମ କେବଳ ସାଧାରଣ ଜନତାଙ୍କ ପାଇଁ ଜାରି କଲାଭଳି ଜଣାପଡୁଛି। କାରଣ ରବିବାର ଦିନ ବିଜେପିର ପୂର୍ବତନ ସାଂସଦ ଧନଞ୍ଜୟ ମହାଦୀକଙ୍କ ପୁଅ ବାହାଘରରେ ଅନେକ ନେତା ସାମିଲ ହୋଇଥିଲେ। ନେତାମାନେ କୌଣସି କରୋନା ନିୟମ ମାନିନଥିଲେ। ଏହିଭଳି ସ୍ଥିତିରେ ଏଠାରେ ପ୍ରଶ୍ନ ଉଠୁଛି ନେତା ଓ ଭିଆଇପିଙ୍କ ପାଇଁ ଅଲଗା କିଛି ନିୟମ ଅଛି କି ?

ଏହି ବିବାହ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ବିନା ମାସ୍କରେ ପହଞ୍ଚିଥିଲେ। ଶିବସେନା ନେତା ସଞ୍ଜୟ ରାଉତ ଓ ଅରବିନ୍ଦ ସାୱନ୍ତ ମଧ୍ୟ କରୋନା ନିୟମ ଅଣଦେଖା କରିଥିବା ନଜର ଆସିଥିଲେ। ବିବାହ ସମାରୋହରେ ୭୦୦ ଅତିଥି ଉପସ୍ଥିତ ଥିଲେ। କିନ୍ତୁ ସରକାର ପୁନେରେ ବିବାହ ସମାରୋହରେ ୨୦୦ରୁ ଅଧିକ ଅତିଥି ଉପରେ ପ୍ରତିବନ୍ଧ ଲଗାଇଛନ୍ତି। କିଛି ଦିନ ପୂର୍ବରୁ ଏନସିପିର ଜଣେ ନେତାଙ୍କ ଘରେ ବାହାଘର ଥିଲା ଯାହାକୁ ନେଇ ବିଜେପି ପ୍ରଶ୍ନ କରିଥିଲା।

ସୋମବାର ଦିନ ଉଦ୍ଧବ ଠାକରେ ସରକାରଙ୍କ ଅପିଲ ପରେ ଅନେକ ନେତା ନିଜ କାର୍ଯ୍ୟକ୍ରମ ରଦ୍ଦ କରିଦେଇଛନ୍ତି। ସୁପ୍ରିୟା ସୁଲେ ଓ ଉଦୟ ସାୱନ୍ତ ନିଜ କାର୍ଯ୍ୟକ୍ରମ ରଦ୍ଦ କରିଛନ୍ତି। ଠାକରେ ଟେଲିଭିଜନରେ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ କିଛି ଦିନ ପାଇଁ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ।

ରବିବାର ଦିନ ମହାରାଷ୍ଟ୍ରରେ ୬ ହଜାର ୯୭୧ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ପାର କରିସାରିଛି। ଲଗାତାର ୩ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ପାର କରିଛି। ରବିବାର ଦିନ ୩୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

   Related Posts