ରାଜନେତାଙ୍କ ସୁନ୍ଦରୀ ପତ୍ନୀ ଅଭିନେତ୍ରୀଙ୍କଠୁ କମ୍ ନୁହଁନ୍ତି : ସେମାନେ କିଏ କିଏ ?

Published By : Prameya-News7 Bureau | August 27, 2019 IST

ନୂଆ ଦିଲ୍ଲୀ୨୭|୮:  ଭାରତୀୟ ନାରୀଙ୍କୁ ବିଶ୍ବର ସବୁଠୁ ସୁନ୍ଦରୀ ମହିଳାଙ୍କ ମଧ୍ୟରେ ଗଣତି କରାଯାଏ। ଭାରତରେ ବଲିଉଡ ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀ ମାନଙ୍କୁ ଦେଖିଲେ କାହାରି ନଜର ହଟେ ନାହିଁ। ଭାରତରେ ସବୁଠୁ ଅଧିକ ସୁନ୍ଦରୀ ମହିଳା ଦେଖିବାକୁ ମିଳନ୍ତି। ଆମ ଦେଶରେ ଏମିତି ଅନେକ ମହିଳା ଅଛନ୍ତି ଯିଏ ସୌନ୍ଦର୍ଯ୍ୟ ମାମଲାରେ ବଲିଉଡ ଅଭିନେତ୍ରୀଙ୍କୁ ମଧ୍ୟ ଟକ୍କର ଦିଅନ୍ତି। ତେବେ ଭାରତୀୟ ନେତାଙ୍କ ସୁନ୍ଦରୀ ପତ୍ନୀମାନେ କୌଣସି ବଲିଉଡ ଅଭିନେତ୍ରୀଙ୍କଠୁ କମ ନୁହଁନ୍ତି ।

{"id":149498}

୧- ପ୍ରିୟଦର୍ଶନୀ ରାଜେ ସିନ୍ଧିୟା- ବରୋଦାରେ ଗାୟକୱାଡ ପରିବାରର ରାଜକୁମାରୀ ହେଉଛନ୍ତି ପ୍ରିୟଦର୍ଶନୀ ରାଜେ ସିନ୍ଧିୟା ।୨୦୧୨ ମସିହାରେ ଫେମିନା ପତ୍ରିକା ଦ୍ବାରା ଆୟୋଜିତ କରାଯାଇଥିବା ପ୍ରତିଯୋଗୀତାରେ ଜଣା ପଡିଥିଲା ଯେ, ବିଶ୍ବର ୫୦ ଜଣ ସୁନ୍ଦରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରିୟଦର୍ଶନୀ। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟଙ୍କ ପତ୍ନୀ ହେଉଛନ୍ତି ପ୍ରିୟଦର୍ଶନୀ ରାଜେ। ପ୍ରିୟଦର୍ଶନୀ ଦେଖିବା ପାଇଁ ବହୁତ ସୁନ୍ଦର। ଉଭୟଙ୍କ ପ୍ରେମ ବିବାହ ବେଶ ଚର୍ଚ୍ଚାରେ ଥିଲା।

{"id":149499,"width":587,"height":486}

୨- ସାରା ଅବଦୁଲ୍ଲାହ ପାୟଲଟ- କଂଗ୍ରେସ ରାଜନେତା ସଚୀନ ପାୟଲଟଙ୍କ ପତ୍ନୀ ହେଉଛନ୍ତି ସାରା ଅବଦୁଲ୍ଲାହ ପାୟଲଟ। ସାରା କୌଣସି ଅଭିନେତ୍ରୀଠୁ କମ ଲାଗନ୍ତି ନାହିଁ। ଦେଖିବା ପାଇଁ ଖୁବ ସୁନ୍ଦର ସାରା। ୨୦୦୪ ମସିହାରେ ସାରା ଓ ସଚୀନଙ୍କ ବିବାହ ହୋଇଥିଲା। ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ସଚୀନ ସାରାଙ୍କୁ ବହୁତ ପସନ୍ଦ କରନ୍ତି। ବିନା ସଂକୋଚରେ ସେ ସବୁବେଳେ ନିଜ ସ୍ତ୍ରୀର ପ୍ରଶଂସା କରନ୍ତି।

{"id":149500}

୩- ହରସିମରତ କୋର ବାଦଲ- ପଂଜାବର ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ପତ୍ନୀ ହେୁଛନ୍ତି ହରସିମରତ କୋର ବାଦଲ।୧୯୯୯ ମସିହାରେ ଉଭୟଙ୍କ ବିବାହ ହୋଇଥିଲା।ହରସିମରତ କୋର ବାଦଲଙ୍କୁ ଦେଖିଲେ ତାଙ୍କୁଠୁ ନଜର ହଟେ ନାହିଁ। ସେ ଦେଖିବାକୁ ଭାରି ସୁନ୍ଦର।ହରସିମରତ ମଧ୍ୟ ଭଟିଣ୍ଡା ଲୋକସଭା ସାଂସଦ।

{"id":149501}

୪- ଅମୃତା ରାଏ- ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସୁନ୍ଦରୀ ପତ୍ନୀ ହେଉଛନ୍ତି ଅମୃତା ରାଏ। ୨୦୧୫ ମସିହାରେ ଚେନ୍ନାଇରେ ଉଭୟଙ୍କ ବିବାହ ହୋଇଥିଲା। ଅମୃତାଙ୍କର ଦ୍ବିତୀୟ ସ୍ବାମୀ ହେଉଛନ୍ତି ଦିଗବିଜୟ। ଦିଗବିଜୟଙ୍କଠାରୁ ଅମୃତା ୨୪ ବର୍ଷ ସାନ।

{"id":237512,"sizeSlug":"large"}

୫. ଡିମ୍ପଲ୍ ଯାଦବ - ୧୯୭୮ମସିହା ଜାନୁୟାରୀ ୧୫ତାରିଖରେ ମହାରାଷ୍ଟ୍ରର ପୁଣେରେ ଡିମ୍ପଲ ଯାଦବଙ୍କ ଜନ୍ମ ହୋଇଥିଲା। ସେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଧର୍ମପତ୍ନୀ ହେବା ସହ ଜଣେ ରାଜନେତ୍ରୀ ମଧ୍ୟ। ରାଜନୈତିକ କ୍ଷେତ୍ରରେ ପ୍ରଥମ ନିର୍ବାଚନ ହାରିବା ପରେ ତାଙ୍କ ସ୍ବାମୀ ଅଖିଳେଶ ଜିତିଥିବା କନୌଜ ଲୋକସଭା ଆସନ ତାଙ୍କ ପାଇଁ ଛାଡ଼ି ଦେଇଥିଲେ। ୨୦୧୨ଲୋକସଭା ଉପ-ନିର୍ବାଚନରେ ନିର୍ବିରୋଧୀ ଜିତି ଡିମ୍ପଲ୍ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଥିଲେ। ତାଙ୍କୁ ଉତ୍ତରପ୍ରଦେଶରେ ସେଲିବ୍ରିଟି ସାଂସଦ ଭାବେ ମଧ୍ୟ ଜଣାଯାଏ।

{"id":237520,"sizeSlug":"large"}

୬. ପୂଜା ସେଟ୍ଟୀ ଦେଓରା : ପ୍ରସିଦ୍ଧ ବ୍ୟବସାୟୀ ମନମୋହନ ସେଟ୍ଟୀଙ୍କ ଝିଅ ପୂଜା ସେଟ୍ଟୀ ମୁମ୍ବାଇର ରାଜନେତା ମିଲିନ୍ଦ ଦେଓରାଙ୍କ ପତ୍ନୀ। ପୂଜା ସେଟ୍ଟୀ ଜଣେ ଫିଲ୍ମ ନିର୍ମାତା ମଧ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.