Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିଜେପୁର ପୂଜାମଣ୍ଡପରେ ନେତାଙ୍କ ଭିଡ

6/10/2019 at 8:06 PM

ବିଜେପୁର ୦୬।୧୦ ବିଜେପୁର ପୂଜାମଣ୍ଡପରେ ନେତାଙ୍କ ଭିଡ।  ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିରେ ମଣ୍ଡପରୁ ମଣ୍ଡପ ବୁଲୁଥିବା ​‌ବେଳେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବି  ସେହି ଧାରାରେ ଉଦ୍ୟମ ଜାରି ରଖିଛନ୍ତି। ବି​ଜେପି ପ୍ରାର୍ଥୀ ସନତ ଗଡତିଆ କିନ୍ତୁ ଗାଇସିଲେଟ କର୍ମୀଙ୍କୁ ଏକାଠି କରିବାରେ ଲାଗିଛନ୍ତି। ତେବେ ପୂଜା ଥିଲେ ବି ଜମି ପାରୁନି ପ୍ରଚାର । ନବରାତ୍ରି ସରିବା ପରେ ଯାଇ ବିଜେପୁରରେ ଘମାଘୋଟ ପ୍ରାଚାର ହେବ ବୋଲି କୁହାଯାଉଛି।…  

ପୂଜା ମଣ୍ଡପରେ ନେତାଙ୍କ ଭିଡ । ଠାକୁର ଦେଖା କଦଳି ବିକା ଏକାସାଙ୍ଗରେ ଚାଲିଛି।   ମଣ୍ଡପରୁ ମଣ୍ଡପ ବୁଲୁଛନ୍ତି ପ୍ରାର୍ଥୀ । ମାଆଙ୍କୁ  ଦର୍ଶନ କରିବା ସହ ମାଙ୍କ ଭରସାରେ ରହିଛନ୍ତି।  ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିରୁ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ  ଦର୍ଶନ କରିବା​‌ ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଏପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁରରେ ପୂଜା ମଣ୍ଡପ ବୁଲି ମାଆଙ୍କୁ  ଦର୍ଶନ କରିଛନ୍ତି। ଲୋକଙ୍କୁ ମଧ୍ୟ ଏହି ଅବସରରେ ଭେଟିଛନ୍ତି। କିନ୍ତୁ ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲଟରେ କର୍ମୀ ମାନଙ୍କ ସହିତ ବୈଠକ କରି ରଣନୀତି ନେଇ ଆଲୋଚନା କରିଛନ୍ତି।

 ପୂଜା ଥିବାରୁ ଗଣ୍ଡାଗଣ୍ଡା ନେତା ଗଡ଼ ଜଗି ବସିଛନ୍ତି  ସତ କିନ୍ତୁ ଜୋରଦାର ପ୍ରଚାର  ଆରମ୍ଭ ହୋଇପାରିନି। ଦଶହରା ପରେ ଆସନ୍ତା ୧୦ ତାରିଖରୁ ତିନି ଦଳ ପ୍ରଚାରରେ ଆହୁତି ଦେବେ। ବିଜେପି ଓ କଂଗ୍ରେସ ଷ୍ଟାର ତାଲିକା ପ୍ରସ୍ତୁତ କରି ଦେଇଛନ୍ତି ହେଲେ କାହା ସିଡ୍ୟୂଲ ଫାଇନାଲ ହୋଇପାରୁନି।  ନବରାତ୍ରି ଯିବା ପରେ ୯ ତାରିଖ ରାତିରେ ତିନି ଦଳର ତୁଙ୍ଗ ନେତା ପହଁଞ୍ଚି ୧୦ ତାରିଖରୁ ପ୍ରଚାର ମଙ୍ଗ ଧରିବେ ବୋଲି କହିଛନ୍ତି।

ମା ଦୁର୍ଗା ଧରା ପୃଷ୍ଠକୁ ଅବତରଣକରିଛନ୍ତି । ଏହି ସମୟରେ ଭୋଗ ଧଣ୍ଡା ଖାଇ ଓଖୁଆଇ ପ୍ରଚାର କଲେ ଅଧିକ ପ୍ରଭାବ ପଡ଼େ ବୋଲି କୁହାଯାଏ। ତେଣୁ ମା ହିଁ ପାର୍‌ କରିବେ ।

   Related Posts