Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ରାଜନେତା ଓ ଅଧିକାରୀ: ଚାଲିଛି କ୍ଷୟକ୍ଷତି ଆକଳନ, ଲୋକଙ୍କ ଦାବି ସ୍ଥାୟୀ ପ୍ରତିକାର ହେଉ

10/09/2020 at 5:19 PM

ଭଦ୍ରକ ୧୦।୦୯:  ବନ୍ୟା ଛାଡିଯାଇଛି। କ୍ଷୟକ୍ଷତିର ଆକଳନ ଚାଲିଛି। ଚାଷୀ ଚାଷ ପାଇଁ ବିହନ ଖୋଜୁଛି , ଆଉ ବନ୍ୟାରେ ଘର ଭାଙ୍ଗିବା ପରେ ଏବେ ଘର ସଜାଡି ଅଣ୍ଟା ସଳଖିବା ପାଇଁ ଚେଷ୍ଟା କରୁଛନ୍ତି ବିପନ୍ନ । ଜିଲ୍ଲାପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି । କିନ୍ତୁ ଏତିକି ବେଳେ ବନ୍ୟାଞ୍ଚଳ ବୁଲୁଛନ୍ତି ନେତା, ରାଜନେତା ଓ ବିଭାଗୀୟ ଅଧିକାରୀ । ସବୁଠି ଚାଲିଛି ବନ୍ୟାକୁ ପ୍ରତିହତ କରିବା ନେଇ ଯୋଜନା ଆଉ ବିଭିନ୍ନ ଦାବି।

ଜିଲ୍ଲା ପ୍ରଶାସନର ପ୍ରାଥମିକ ଆକଳନ ଅନୁଯାୟୀ  ଜିଲ୍ଲାର ୭ ଟି ଯାକ ବ୍ଲକ ଓ ୪ ଟି ସହରାଞ୍ଚଳ ବନ୍ୟା ପ୍ରଭାବିତ ହୋଇଛନ୍ତି। ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୪୩ ହଜାର ଚାଷଜମି ବନ୍ୟା ପ୍ଳାବିତ ହୋଇଛି । ୪ ଗାଈ ଗୋରୁ ସମେତ ୩ ଜଣ ଲୋକଙ୍କ ମୁଣ୍ଡ ନେଇଛି ଏହି ବନ୍ୟା । ଏତେ ପରେ ବୈତରଣୀ ନଦୀ ଛଡା , କୋଚିଳା , ରେବ , ଗେଙ୍ଗୁଟି ଆଦି ନଦୀରେ ଜଳ ସ୍ତର ମଧ୍ୟ ପ୍ରଭାବିତ କରିଛି । କେଉଁଠି ବନ୍ଧ ଭାଙ୍ଗିଛି ତ କେଉଁଠି ନଦୀ ଗର୍ଭ କୁ ବନ୍ଦ ଧସିଯାଇଛି । ଏବେ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀ ଗାଁ ଗାଁ ବୁଲି ଆକଳନ କରୁଛନ୍ତି ରିଲିଫ ଦିଆଯାଉଛି । କିନ୍ତୁ ଏବେ ଲୋକେ କହିଲେଣି କିଛି ସ୍ଥାୟୀ ପ୍ରତିକାର କର । ନହେଲେ ପୁଣି ଯଦି ବନ୍ୟା ହେବ ଅବସ୍ଥା ଦୁର୍ବିସହ ହେବ , କାରଣ ବନ୍ୟାର ବୀଭିଷିକାକୁ ନିଜ ଆଖି ରେ ଅତି ନିକଟ ରୁ ଦେଖିଛନ୍ତି ଏମାନେ ।

ବିଜେପି , ବିଜେଡ଼ି ଓ କଂଗ୍ରେସର ପ୍ରତିନିଧି ମଣ୍ଡଳୀ ଘନ ଘନ ଗ୍ରସ୍ତ କରୁଛନ୍ତି ବନ୍ୟାଞ୍ଚଳ। ପୁଣି ଅନେକ ଦାବି। କଂଗ୍ରେସର ଦାବି ରହିଛି ଗେଙ୍ଗୁଟି ନଦୀ ବନ୍ଧ ନିର୍ମାଣ ଓ ମରାମତି ପାଇଁ ବ୍ୟୟ ଅର୍ଥର ତଦନ୍ତ ଜଣେ ମାନ୍ୟବର ହାଇକୋର୍ଟଙ୍କ ସିଟିଙ୍ଗ ଜଜ କରନ୍ତୁ । ବିଜେପି କହିଲାଣି ଯେ ବୈତରଣୀରେ ବ୍ୟାରେଜ କର। ନହେଲେ ପ୍ରତିବାଦ ହେବ । ୧ ଲକ୍ଷ ଲୋକଙ୍କ ଦସ୍ତଖତ ସହ ଦାବୀ ମହାମହିମ ରାଜ୍ୟପାଳଙ୍କୁ ଦେବୁ । ୪ଟି ବ୍ଲକରେ ବୈତରଣୀ ନଦୀ କୂଳେ କୂଳେ ପଦଯାତ୍ରା କରିବୁ।

ଭଦ୍ରକ ସାଂସଦ, ପୂର୍ବତନ ବିଧାୟକ ଓ ସର୍ବୋଚ୍ଚ ଯନ୍ତ୍ରୀ ଆଖୁଆପଦା ଠାରେ ସମୀକ୍ଷା କରିଛନ୍ତି। ପରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ସାଂସଦ ଓ ଏକ ଟିମ ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକର ମଲ୍ଲିମାହାର, କଣ୍ଟି ଏସକେପ, ଗୌରାଙ୍ଗପୁର ଏସକେପ ଆଦି ବୁଲି ଦେଖିଛନ୍ତି । ଗୌରଙ୍ଗପୁର ଏସକେପର ପ୍ରୋଟେକ୍ସନ ୱାଲ ସହ ପଥର ବନ୍ଧ କୁ ତାଡି ନେଇଛି ବନ୍ୟା । ଚାଷ ଜମି ରେ କାଶତଣ୍ଡି ଫୁଲ ଫୁଟିଲାଣି । ଚାଷ କଥା କିଏ ପଚାରେ। ଏବେ ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏଥର ଏସକେପକୁ ଉଚ୍ଚା କରାଯିବ ।

   Related Posts