କଟକ ଜିଲ୍ଲା ମାହାଙ୍ଗାରେ ରାଜନୈତିକ ହିଂସାକାଣ୍ଡ, ରାଜନୈତିକ ଗୋଷ୍ଠୀ ସଂଘର୍ଷରେ ଜଣେ ଯୁବକ ମୃତ
15/12/2018 at 12:13 AM

କଟକ ୧୪/୧୨: କଟକ ଜିଲ୍ଲା ମାହାଙ୍ଗାରେ ରାଜନୈତିକ ହିଂସାକାଣ୍ଡ । ମାହାଙ୍ଗା ନୃତ୍ତାଙ୍ଗଗାଁରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ବିକାଶ ଜେନା ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ବିକାଶ ଜେନାଙ୍କ ଶବକୁ ଥାନା ଆଗରେ ରଖି ତାଙ୍କ ପରିବାର ଲୋକେ ହତ୍ୟାକାରୀଙ୍କର ଗିରଫ ଦାବି କରିଛନ୍ତି। ନୃତ୍ତାଙ୍କ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି। ଧାନକଟା ପାଇଁ ମୂଲିଆ ଯୋଗାଡ଼ କରିବାକୁ ସେହି ଗାଁକୁ ବିକାଶ ଓ ପରେଶ ନାମକ ୨ ଜଣ ଲୋକ ଯାଇଥିବା ବେଳେ ସରପଞ୍ଚଙ୍କର ସ୍ବାମୀ ଓ ତାଙ୍କ ସମର୍ଥକ ମାନେ ଆକ୍ରମଣ କରିଥିଲେ। ଏଥିରେ ବିକାଶ ଜେନାଙ୍କର ମୃତ୍ୟୁ ଘଟିଥିଲା ।
Related Posts
କଳାକନା ବୁଲାଇଦେଲେ ଲୁଟେରା, ଗୋଟିଏ ଦିନରେ ୨ଟି ମନ୍ଦିରରୁ ଚୋରି
27 February 2021
ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ, ପାଣିରେ ଭାସୁଛି ଗାମୁଛା….
27 February 2021
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021