Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଚିନ୍ତା ବଢ଼ାଇଲାଣି ନିର୍ବାଚନୀ ହିଂସା: କେନ୍ଦୁଝରରୁ ଭୁବନେଶ୍ବର ପର୍ଯ୍ୟନ୍ତ ସବୁଠି ଝରିଛି ରକ୍ତ, କେମିତି ହେବ ଅବାଧ ମତଦାନ?

22/04/2019 at 6:10 PM

ଭୁବନେଶ୍ବର୨୨|୪: କେବଳ ପ୍ରଦୀପ ମହାରଥୀଙ୍କ ଘଟଣା ନୁହେଁ ଗତକାଲି ସାଇଲେନ୍‌ସ ପିରିୟଡ ଆରମ୍ଭ ହେବା ପରେ କେନ୍ଦୁଝରରୁ ଭୁବନେଶ୍ବର ଦେଖାଦେଇଥିଲା ରାଜନୈତିକ ସଂଘର୍ଷ।  ଘଷିପୁରାରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ଭିତରେ ସଂଘର୍ଷ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । କଂଗ୍ରେସ ଆଜି ଏସଡିପିଓଙ୍କ ଅଫିସ ଘେରାଉ କରିଥିବା ବେଳେ ପ୍ରେସ୍‌ମିଟ୍‌ କରି କଂଗ୍ରେସ ଉପରେ ଦୋଷ ଲଦିଛି ବିଜେଡି । ସେପଟେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣା ପରେ ଦୁହିଁକୁ ସୁରକ୍ଷା ଯୋଗାଇଦେବାକୁ କହିଛନ୍ତି ପୋଲିସ କମିଶନର ।…..

ଚିନ୍ତା ବଢ଼ାଇଲାଣି ନିର୍ବାଚନୀ ହିଂସା । ଗତକାଲି କେନ୍ଦୁଝର ଘସିପୁରାରୁ ରାଜଧାନୀ ଭୁବନେଶ୍ବର ଯାଏଁ ନିର୍ବାଚନୀ ହିଂସାର ଝଲକ ଦେଖିବାକୁ ମିଳିଥିଲା । ଘଷିପୁରାରେ ବିଜେଡି ଓ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଥିବା ବେଳେ ଭୁବନେଶ୍ବର ମଧ୍ୟରେ ବିଜେପି ଓ ବିଜେଡିର ଦୁଇ ବିଧାୟକ ପ୍ରାର୍ଥୀଙ୍କ ଉପରେ ବୋମାମାଡ଼ ଘଟଣା ସହରରେ ଚହଳ ପକାଇଥିଲା । ଗତକାଲି କେନ୍ଦୁଝର ଘସିପୁରାରେ ବିଧାନସଭା କ୍ଷେତ୍ରରେ ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ପ୍ରଚାର ସାରି ଫେରୁଥିବା ବେଳେ ତାଙ୍କ ଉପରେ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି ।

ତେବେ ଏହି ଘଟଣାରେ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପୁଅମାନଙ୍କ ସଂପୃକ୍ତି ଥିବା ଦର୍ଶାଇ ଅଭିଯୁକ୍ତଙ୍କୁ ଗିରଫ ଦାବି ସହ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ସିସିଟିଭି ଲଗାଇବାକୁ ଦାବି କରିଛି କଂଗ୍ରେସ । ଗତକାଲି କଂଗ୍ରେସ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲା। ଆଜି କଂଗ୍ରେସ ଭବନରେ କଂଗ୍ରେସ ନେତାମାନେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ।  ସେପଟେ ଘଷିପୁରାରେ  କଂଗ୍ରେସ ପର୍ଯ୍ୟବେକ୍ଷକ ହିସାବରେ  ରମେଶ ଜେନାଙ୍କୁ କାହିଁକି ନିଯୁକ୍ତି ଦେଇଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ନେତା ।

ସେପଟେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଦୁଇ ଦଳର ଦୁଇ ବିଧାୟକ ପ୍ରାର୍ଥୀଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ମଧ୍ୟ ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦିଛନ୍ତି । ଗତକାଲି ସଂଧ୍ୟାରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର୍‌ ଉପରେ ବୋମାମାଡ଼ ଘଟଣାକୁ କିଛି ସମୟ ନପୁରୁଣୁ ଝାରପଡ଼ା କେନାଲ ରୋଡ଼ରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିଲା । ଯେଉଁଥିରେ ଅନନ୍ତ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିଥିଲେ।

ସେପଟେ  ବୋମାମାଡ଼ର ଶିକାର ହୋଇଥିବା  ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇଦେବାକୁ କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି । ସେହିଭଳି ଦୁଇଟି ଯାକ ଘଟଣାରେ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ।

କେନ୍ଦୁଝରରୁ ଭୁବନେଶ୍ବର ଗୁଣ୍ଡାଗର୍ଦ୍ଦି ନେଇ ରାଜନୀତି ହୁଲୁସ୍ତୁଲ। ଏଣେ ପ୍ରଚାର ମୈଦାନରେ ସେହି ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗରେ ମୁହିଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୋଟିଏ ପଟେ ଦଳଗୁଡ଼ିକ ଅପରାଧ ପ୍ରବଣ ନେତାଙ୍କୁ ପ୍ରାର୍ଥୀ କରୁଛନ୍ତି, ନିଜେ ପ୍ରାର୍ଥୀ ବି ଅପରାଧ ଭିଆଉଛନ୍ତି ଆଉ ଏଣେ ଦଳଗୁଡ଼ିକ ପରସ୍ପର ଉପରେ ଗୁଣ୍ଡାଗର୍ଦ୍ଦିର ଆକ୍ଷେପ କରି ରାଜନୀତିରେ ମାତିଛନ୍ତି ।  ଏମିତିରେ ଏବେ ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ନିର୍ବାଚନ ଅଧିକାରୀଙ୍କ ସହ ପୋଲିସ ପ୍ରଶାସନ ପାଇଁ ମଧ୍ୟ ଚାଲେଂଜ୍‌ ସୃଷ୍ଟି କରିଛି ।

   Related Posts