ରାଜ୍ୟରେ ବିଭିନ୍ନ ବୁଥରେ ନିର୍ବାଚନୀ ହିଂସା : ଦିନ ଗୋଟାଏ ସୁଦ୍ଧା ୨୧ ପ୍ରତିଶତ ମତଦାନ, ବାଲେଶ୍ୱରରେ ପୋଲିସ ଜନତା ମୁହାଁମୁହିଁ

Published By : Prameya-News7 Bureau | April 29, 2019 IST

ଭୁବନେଶ୍ୱର ୨୯/୪ : ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୨୧ ପ୍ରତିଶତ ମତଦାନ ହୋଇଛି | ଦିନ ଗୋତ୍ର ସୁଦ୍ଧା ଦେଶରେ ୨୫.୮୭ ପ୍ରତିଶତ ମତଦାନ ହୋଇଛି | ବାଲେଶ୍ୱରରେ ଦିନ ଗୋଟାଏ ସୁଦ୍ଧା ୨୨.୬୬ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୨୧.୦୮ ପ୍ରତିଶତ ମତଦାନ ହୋଇଛି | କେନ୍ଦ୍ରାପଡାରେ ୨୮ ପ୍ରତିଶତ ମତଦାନ ହୋଇଥିବାବେଳେ ଯାଜପୁରରେ ୧୩.୨୪ ପ୍ରତିଶତ ମତଦାନ ହୋଇଛି | ଦିନ ଗୋଟାଏ ସୁଦ୍ଧା ଜଗତସିଂହପୁରରେ ୧୭ ପ୍ରତିଶତ ମତଦାନ ହୋଇଥିବାବେଳେ ମୟୁରଭଞ୍ଜରେ ୨୨.୬୭ ପ୍ରତିଶତ ମତଦାନ ହୋଇଛି |

{"id":108684}


ମତଦାନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ବାଲେଶ୍ୱର ପାହଡ଼ବଡ଼ ପଂଚାୟତରେ ପୋଲିସ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି | ଜନତାଙ୍କ ଆକ୍ରମଣରେ ୨ ପୋଲିସ କର୍ମୀ ଆହତ ହୋଇଛନ୍ତି | ମୟୁରଭଞ୍ଜ ଜିଲ୍ଲା ମୋରଡାରେ ମଧ୍ୟ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ବିଜେପି କର୍ମୀ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ବିଜେଡି କର୍ମୀ ସ୍ଥାନୀୟ ଥାନାରେ ଆଶ୍ରୟ ନେଇଛନ୍ତି |

{"id":108685}


କାକଟପୁର ୧୮୭ ଓ ୧୮୮ ନମ୍ବର ବୁଥରେ ମଧ୍ୟ ଉତ୍ତେଜନା ଲାଗିରହିଛି | ବିଜେଡି ପ୍ରାର୍ଥୀ ବୁଥରେ ପ୍ରବେଶ କରିଥିବାକୁ ନେଇ ବୁଥରେ ଉତ୍ତେଜନା ଦେଖାଦେଇଥିଲା | ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି | କେନ୍ଦ୍ରାପଡା ମାହାଙ୍ଗାରେ ବିଜେପି ଏଜେଣ୍ଟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି | ବିଜେଡି କର୍ମୀ ବିଜେପି ଏଜେଣ୍ଟଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି | ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି |

{"id":108686}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.