ନିଆଳିରେ ରାଜନୈତିକ ହିଂସା : ବିଜେପି ସମର୍ଥକଙ୍କୁ ଘରୁ ଡାକି ଆଣି ମାଡ଼ ମାରିଥିବା ଅଭିଯୋଗ, ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | May 27, 2019 IST

ନିଆଳି ୨୭/୫ : ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାର କିଛି ଦିନ ହୋଇନଥିବା ବେଳେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପୋଖରୀଗାଁରେ କିଛି ବିଜେପି ସମର୍ଥକଙ୍କୁ ଘରୁ ଡାକି ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ନାବାଳିକାଙ୍କ ସମେତ ତିନି ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଦୁଇ ଜଣଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ନାବାଳିକାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଚି ।

{"id":116553}

ଦୁଇଜଣ ଗୁରୁତରଙ୍କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସମ୍ପୃକ୍ତ ଆକ୍ରମଣକାରୀଙ୍କ ଉପରେ ନିଆଳିର ଜଣେ ବଡ ନେତାଙ୍କ ହାତ ଥିବାରୁ ନିଆଳି ଥାନାର ଜଣେ ପୋଲିସ କର୍ମଚାରୀ ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଘଣ୍ଟ ଘୋଡାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ସୁରକ୍ଷାକୁ ନଜରେ ରଖି ନିଆଳି ଥାନା ପକ୍ଷରୁ ପୋଖରୀଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.