ଆନନ୍ଦପୁରରୁ ଆରମ୍ଭ ହେଲା ପ୍ରଥମ ନିର୍ବାଚନୀ ହିଂସା, ଗଡିଲା ମୁଣ୍ଡ: ଚାଲିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ

Published By : Prameya-News7 Bureau | March 26, 2019 IST

ଆନନ୍ଦପୁରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା । ରାଜନୈତିକ ପତିଆରାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଦୁଇ ଗାଁ ଭିତରେ ଥିବା ଗଣ୍ଡଗୋଳ ସମାଧାନ କରିବା ଆଳରେ ତାଙ୍କୁ  ଘରୁ ଡାକି ନେଇ ବିଭତ୍ସ ଭାବେ ହାଣିଦେଇଛନ୍ତି କିଛି ଦୁର୍ବୃତ୍ତ । ଏମିତିକି ତାଙ୍କ କଟାହାତକୁ ମଧ୍ୟ ନେଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ହିଁ ରାମଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି ।…..

{"id":97223}

ୟେ ହାତ୍‌ ମୁଝେ ଦେ ଠାକୁର । ସୋଲେ ଫିଲ୍ମରେ ଠାକୁର ହାତର ବଳ ମାପିବା ପରେ, ନିଜର ସୁରକ୍ଷା ପାଇଁ ହାତ କାଟିଦେଇଥିଲା ଗବର । ଠାକୁର ଆଉ ଗବରର ଏହି ରିଲ୍‌ ଷ୍ଟୋରୀ ଆଉ ଗଲା ରାତିରେ  ଆନନ୍ଦପୁରରେ ଘଟିଥିବା ରିୟଲ ଷ୍ଟୋରି ଭିତରେ କିଛି ବି ଫରକ୍‌ ନାହିଁ । ରାଜନୀତିର ପତିଆରା ଲଢ଼େଇରେ ବଳି ପଡ଼ିଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା । ଆଜି ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ସହ ହାତ ମିଳାଇ ବିଜେଡିରେ ମିଶିଥାନ୍ତେ । ହେଲେ ଏହାର କିଛି ଘଣ୍ଟା ପୂର୍ବରୁ ତାଙ୍କର ହାତ କାଟି ନେଇଛନ୍ତି କିଛି ଦୁର୍ବୃତ୍ତ । ଗାଁ ଗଣ୍ଡଗୋଳ ସମାଧାନ ଆଳରେ ଘରୁ ଡାକି ନେଇ ବିଭତ୍ସ ଭାବେ ହାଣିଲେ । ଆଉ କଟା ହାତ ନେଇ ବୁଲି ବୁଲି ସମସ୍ତଙ୍କୁ ଦେଖାଇଲେ ।

{"id":97224}

୨୦୧୪ରେ ଘସିପୁରା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ ରାମଚନ୍ଦ୍ର । ଆଉ ଏଥର ନିର୍ବାଚନକୁ ନେଇ ମଧ୍ୟ ଖୁବ୍‌ ସକ୍ରିୟ ଥିଲେ । ହେଲେ ରାମଚନ୍ଦ୍ରଙ୍କ ହାତର ବଳ ମାପିଦେଇଥିବା ରାଜନୀତିର କିଛି ଗବର, ଆଉ ସେଇ ହାତ କାଳେ ସେମାନଙ୍କ ରାସ୍ତାରେ ବାଧକ ସାଜିବ ସେଇଥିପାଇଁ ତାଙ୍କ ହାତ କାଟିନେଲେ । ରାମଚନ୍ଦ୍ର ପାର୍ଟିରେ ମିଶିବା ପରେ କାଳେ ବିରୋଧୀଙ୍କ ପତିଆରା କମିଯିବ ସେଇଥିପାଇଁ ସେମାନେ ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ଅଭିଯୋଗ କରୁଛନ୍ତି ମୃତକଙ୍କ ସମ୍ପର୍କୀୟ ।

{"id":97225}

ନିର୍ବାଚନ ମାହୋଲ ଭିତରେ ରାଜନୈତିକ ଆକ୍ରୋଶ କାରଣରୁ ଯେତେବେଳେ ମୁଣ୍ଡଗଡ଼ିଛି, ସେତେବେଳେ ଏଭଳି ଘଟଣାକୁ ଗୁରୁତର ସହ ନେଇଛି ଘସିପୁରା ପୋଲିସ । ପ୍ରଥମ ପର୍ଯ୍ୟାୟରେ ୫ଜଣଙ୍କୁ ଡାକି ପଚରାଉଚରା ପରେ ସେମାନଙ୍କ ଭିତରୁ ୩ଜଣଙ୍କୁ ଗରିଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅଜିତ୍‌ ପୃଷ୍ଟି, ଅଶୋକ ପୃଷ୍ଟି, ସଂଜିତ୍‌ ପୃଷ୍ଟି ।

{"id":97226}

ରାମଚନ୍ଦ୍ରଙ୍କୁ ହତ୍ୟା ଘଟଣାକୁ ନେଇ ଘସିପୁରା ରାଜନୀତିରେ ତେଜ୍‌ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ । ବିଜେପି ନେତା ଏହି ଘଟଣା ପାଇଁ  ସିଧା ସଳଖ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ଉପରକୁ ଆଙ୍ଗୁଠି ଉଠାଇଥିବା ବେଳେ ମନ୍ତ୍ରୀ କିନ୍ତୁ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି । ରାମଚନ୍ଦ୍ରଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।  

{"id":97227}

ଅଭିଯୁକ୍ତଙ୍କ ରାଜନୈତିକ ଲିଙ୍କ୍‌ ହତ୍ୟାକାଣ୍ଡର ମୂଳ କାରଣକୁ ସ୍ପଷ୍ଟ କରୁଛି । ତେବେ ନିର୍ବାଚନକୁ ନଜରରେ ରଖି ଉଦେଶ୍ୟମୂଳକ ଭାବେ ଆରୋପ ପ୍ରତ୍ୟାରୋପ ଅପେକ୍ଷା ଘଟଣାର ନିରପେକ୍ଷ ତଦନ୍ତ ହିଁ ଘଟଣା ପଛର ରହସ୍ୟ ଉପରୁ ପରଦା ହଟାଇବା ସହ ଏହି ଘଟଣାର ମାଷ୍ଟରମାଇଣ୍ଡ କିଏ ତା’ର ଖୁଲାସା କରିପାରିବ । ଆଉ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହିଁ ରାମଚନ୍ଦ୍ରଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ଦେଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.