Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ରୋଚକ ମୋଡରେ ମଧ୍ୟପ୍ରଦେଶ ରାଜନୀତି : କଂଗ୍ରେସ ବୈଠକରୁ ଚାରି ବିଧାୟକ ଗାୟବ, କମଲନାଥ କହିଲେ ବହୁମତ ଆମ ପାଖରେ ଅଛି

11/03/2020 at 9:41 AM

ଭୋପାଳ ୧୧।୦୩: ମଧ୍ୟପ୍ରେଦଶ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ  ମଙ୍ଗଳବାର ଦିନ କଂଗ୍ରେସକୁ ଅଲବିଦା କହିଛନ୍ତି । ଏବେ ବୁଧବାର ଦିନ ବିଜେପିର ହାତ ଧରିବାକୁ ଯାଉଥିବା ସୂଚନା ମିଳିଛି । ସିନ୍ଧିଆଙ୍କ କଂଗ୍ରେସରୁ ଇସ୍ତଫା ଦେବା ପରେ କିଛି କଂଗ୍ରେସ ବିଧାୟକ ଦଳ ଛାଡି ବିଜେପିକୁ ଯାଇପାରନ୍ତି । ଯାହାଦ୍ବାରା କି ପୁଣି ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବାର ସ୍ବପ୍ନ ଦେଖୁଛି ବିଜେପି । କିନ୍ତୁ ବିଜେପିର ଏହି ସ୍ବପ୍ନ କେତେ ଯେ ତାହା ସମୟ କହିବ । ବିଜେପି ମଧ୍ୟ ଫୁଲ ଦମ୍‌ରେ ସରକାର ଗଢିବାକୁ ଯୋଜନା ଓ ରଣନୀତି ପ୍ରସ୍ତୁତ କରୁଛି ।

ଭାରତୀୟ ଜନତା ପାର୍ଟି ବହୁ ପୂର୍ବରୁ ମଧ୍ୟପ୍ରଦେଶ ସରକାରଙ୍କୁ ଶାସନ ଗାଦିକୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରିସାରିଥିଲା । ତେବେ ଏଥିରେ  ସଫଳ ହୋଇପାରିନଥିଲା । କିନ୍ତୁ ଯେତେବେଳେ ମଧ୍ୟପ୍ରଦେଶ ତଥା ଦେଶର ଜଣେ ବରିଷ୍ଠ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ  କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ବିଜେପିକୁ ନିଜର ଦେଖିଥିବା ସ୍ବପ୍ନ ପୂରଣ ହେଲା ଭଳି ଲାଗୁଛି । ବିଜେପି କଂଗ୍ରେସକୁ ଭାଙ୍ଗିବା ଆରମ୍ଭ କରିସାରିଲାଣି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ସରକାର ଏବେ ବହୁମତରେ ଅଛି ବୋଲି ଦାବି କରିଛନ୍ତି । ଗଣମାମଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଚିନ୍ତାର କୌଣସି ବିଷୟ ନାହିଁ, ଆମ ପାଖରେ ବହୁମତ ରହିଛି । କଂଗ୍ରେସର କିଛି ବିଧାୟକଙ୍କୁ ଲୁଚାଇ ରଖାଯାଇଛି ବୋଲି ମଧ୍ୟ କହିଛନ୍ତି କମଳନାଥ ।

ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକ ମଧ୍ୟରେ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ଓ କିଛି କଂଗ୍ରେସ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ କେବଳ ୮୮ଜଣ ବିଧାୟକ ଉପସ୍ଥିତ ଥିବା ବେଳେ ୨୬ଜଣ ବିଧାୟକ ଅନୁପସ୍ଥିତ ଥିଲେ । ତେବେ ଅନୁପସ୍ଥିତ ଥିବା ୨୬ଜଣଙ୍କ ମଧ୍ୟରୁ ୨୨ଜଣ ବିଧାୟକ ଇସ୍ତଫା ଦେଇସାରିଥିବା ବେଳେ ଅନ୍ୟ ଚାରି ଜଣ ବୈଠକରେ ଅନୁପସ୍ଥିତ ରହିଛନ୍ତି ।

କଂଗ୍ରେସ ବିଧାୟକ ଦଳରେ ମାଟ ୯୨ଜଣ ବିଧାୟକ ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରୁ ୪ଜଣ ନିର୍ଦଳୀୟ ବିଧାୟକ । ନିର୍ବାଚନରେ ବିଜୟୀ ପରେ କଂଗ୍ରେସ ପାଖରେ ମୋଟ ୧୧୪ଜଣ ବିଧାୟକ ରହିଥିଲେ । ଯେଉଁମାନଙ୍କ ମଧ୍ୟରୁ ୨୨ଜଣ ଇସ୍ତଫା ଦେଇସାରିଲେଣି । ଅନ୍ୟ ଚାରିଜଣ ନିଖୋଜ ଅଛନ୍ତି । ଗୋଟିର ପଟେ ବୈଠକରେ ବିଧାୟକ ଗାୟବ , ଅନ୍ୟପଟେ ସରକାରଙ୍କ ପାଖରେ ବହୁମତ ଥିବା ନେଇ ଦାବି କରୁଛନ୍ତି କମଳନାଥ ।  ସେହିପରି କଂଗ୍ରେସର ବରିଷ୍ଠ ନେତା ଅରୁଣ ଯାଦବ ମଧ୍ୟ କହିଛନ୍ତି ଯେ,ସରକାରକୁ କୌଣସି ବିପଦ ନାହିଁ । ଆମ ପାଖରେ ବହୁମତ ରହିଛି ।

   Related Posts