Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ତିର୍ତ୍ତୋଲ-ବାଲେଶ୍ବର ଉପ ନିର୍ବାଚନରେ ବଢୁଛି ରାଜନୈତିକ ଉଷ୍ମତା: ଶାଣିତ ହେଉଛି ସବୁ ଦଳର ପ୍ରଚାର

26/10/2020 at 9:15 PM

ବାଲେଶ୍ବର/ତିର୍ତ୍ତୋଲ୨୬/୧୦:  ଉପ ନିର୍ବାଚନକୁ ନେଇ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ପ୍ରଚାର ସରଗରମ ।  ସବୁ ପ୍ରମୁଖ ଦଳ ପ୍ରଚାରକୁ  ଜୋରଦାର କରଛନ୍ତି । ତେବେ ଆଜି ଦଶହରା ଥିବାରୁ ତିର୍ତ୍ତୋଲରେ ପ୍ରଚାର ଟିକେ ମାନ୍ଦା ପଡିଛି । ପ୍ରାର୍ଥୀ ମାନେ ବିଭିନ୍ନ ଗାଁ ବୁଲି ଭୋଟର ମାନଙ୍କୁ ଭେଟି ଭୋଟଭିକ୍ଷା କରିଛନ୍ତି । ହେଲେ ଦଶହରା ସତ୍ବେ ବାଲେଶ୍ବରର ପ୍ରଚାର କମିନି। ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର ।

ତିର୍ତ୍ତୋଲରେ ବଢୁଛି ରାଜନୈତିକ ଉଷ୍ମତା । ଶାଣିତ ହେଉଛି ସବୁ ଦଳର ପ୍ରଚାର । ଆଜି ଦଶହରା ଯୋଗୁଁ ପ୍ରଚାର ଟିକିଏ ମାନ୍ଦା ପଡିଛି ସତ ହେଲେ ପ୍ରାର୍ଥୀ ମାନେ ରଣକୌଶଳ କରିବାରେ ଲାଗିଛନ୍ତି ।ବିଜେପି ପ୍ରାର୍ଥୀ ରଘୁନାଥପୁରରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଅଞ୍ଚଳ ବୁଲିଥିଲେ । ୩୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ଆସିବାର କାର୍ଯ୍ୟକ୍ରମ ଥିବାରୁ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ଆଜି ବିଜେଡି ବିଶେଷ ପ୍ରଚାର କରିନଥିଲେ ବି ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ୍‌ ରାଲିର କାର୍ଯ୍ୟକ୍ରମ ରହିଛି । ଏହାକୁ ସଫଳ କରିବା ପାଇଁ କର୍ମୀ ଓ ନେତା ଲାଗିପଡିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀଙ୍କୁ ସିପିଆଇଏମ ସମର୍ଥନ ଦେବା ପାଇଁ ଘୋଷଣା କରିବା ସହ ପ୍ରଚାରରେ ମଧ୍ୟ ସାମିଲ ହେବ । ଫଳରେ କଂଗ୍ରେସ ପ୍ରାର୍ଥୀ ଅଧିକ ଉତ୍ସାହିତ ଥିବା ଦେଖାଯାଇଛି ।

ବାଲେଶ୍ବର ନିର୍ବାଚନ ମଣ୍ଡଳୀରେରେ ନିର୍ବାଚନୀ ମାହୋଲ ବେଶ ସରଗରମ । ଦଶହରା ସତ୍ବେ ସବୁ ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ସହ ଗାଁ ଠାରୁ ସହର ବୁଲି ଡୋର ଟୁ ଡୋର କ୍ୟାମ୍ପନିଂ କରିଛନ୍ତି । ବିଭିନ୍ନ ମଣ୍ଡପ ଯାଇ ମାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି । ନିର୍ବାଚନରେ ସରକାରୀ ଦଳ କଳବଳ କୌଶଳର ଅପବ୍ୟାବହାର କରାଯାଉଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଯାହାର ଜବାବ ରଖିଛି ସରକାରୀ ଦଳ । ତେବେ ଚଳିତ ନିର୍ବାଚନରେ ପ୍ରମୁଖ ଦଳ ଗୁଡିକ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ । ୮୦ ବର୍ଷ ବୟସରେ ପାଖରେ ଅର୍ଥ ନଥିଲେ ବି ସେ ଧୀରେଧୀର ଲୋକଙ୍କ ପାଖରେ ଅସ୍ଥାଭାଜନ ହେଉଥିବା ଜଣାପଡିଛି ।

ସେପଟେ ବିହାରରେ ଆସନ୍ତା ୨୮ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିଛି ପ୍ରଚାର । ଶେଷଦିନରେ ଏନ୍‌ଡିଏ ଓ ମହାଗଠବନ୍ଧନର ନେତାମାନେ ଜୋରଦାର ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ୨୮ରେ ବିହାରର ୧୬ ଜିଲ୍ଲାର ୭୧ ଟି ବିଧାନସଭା ଆସନରେ ମତଦାନ ହେବ । ଯେଉଁଥିରେ ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ୪୭ ହଜାର ମତଦାତା ।  ଏଥିପାଇଁ ୩୧ ହଜାର ପୋଲିଂ ବୁଥ୍‌ କରାଯାଇଛି ।ପୋଲିଂ ପାର୍ଟି ବୁଥ୍‌ ଗୁଡିକରେ ପହଞ୍ଚି ସାରିଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।

   Related Posts