ପ୍ରଚାର ଆରମ୍ଭ ହୋଇନି ମଇଦାନରେ ବୁଲିଲାଣି ଭୁଜାଲି, ବିଜେପୁରରେ ପ୍ରାକ ନିର୍ବାଚନୀ ହିଂସା

Published By : Prameya-News7 Bureau | September 28, 2019 IST

ଭୁବନେଶ୍ୱକ/ବିଜେପୁର - ବିଜେପୁର ଉପନିର୍ବାଚନ ବିଗୁଲ ବାଜୁ ବାଜୁ ଆରମ୍ଭ ହୋଇଗଲାଣି ପ୍ରାକ ନିର୍ବାଚନୀ ହିଂସା । ପ୍ରାର୍ଥୀ ଘୋଷଣା ସରିନି କି ପ୍ରଚାର ଆରମ୍ଭ ହୋଇନି ମଇଦାନରେ ବୁଲିଲାଣି ଭୁଜାଲି। ଯେଉଁଥିରେ ଲହୁ ଲୁହାଣ ହୋଇଛନ୍ତି  ବିଜେପି କର୍ମୀ। ଏଭଳି ଆକ୍ରମଣକୁ ନେଇ ବିଜେପି ଓ କଂଗ୍ରେସ ବିଜେଡିକୁ ଟାର୍ଗେଟ କରିଛନ୍ତି। ଏପଟେ ବିଜେଡି ତଦନ୍ତ କଥା କହି ମାମଲାକୁ ହଲକା କରିବାକୁ ଉଦ୍ୟମ କରିଛି । … 

{"id":163853,"width":563,"height":258}

ପ୍ରଚାର ଆରମ୍ଭ ହୋଇନି କି ପ୍ରାର୍ଥୀ ଘୋଷଣା ସରିନି । ବିଜେପୁରରେ ଆରମ୍ଭ ହୋଇଗଲାଣି  ହିଂସା ଓ ହଣାକଟା । ବିଜେପୁର ବ୍ଳକ ପଡା ଗାଁର ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ଭୁଜାଲିରେ ହାଣି ଆକ୍ରମଣ କରି ଲହୁଲହାଣ କରିଛନ୍ତି କିଛି ଦୁର୍ବୃତ୍ତ । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ  ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେପୁରରେ ଭୟ ଓ ଆତଙ୍କ ବାତାବରଣ ସୃଷ୍ଟି କରିବାକୁ ବିଜେଡି ଉଦ୍ୟମ କରୁଛି ବୋଲି ବିଜେପି ଅଭିଯୋଗ କରିଛି। କଂଗ୍ରେସ କହିଛି ଏଭଳି ହିଂସାରୁ ଦୂରେଇ ରହୁ ବିଜେଡି।  ବିଜେପି ଉପସଭାପତ ସମୀର ମହାନ୍ତି ଓ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହି ହିଂସା ପାଇଁ ବିଜେଡିକୁ ଦାୟୀ କରିଛନ୍ତି ।

{"id":163855,"width":569,"height":279}

୨୦୧୭ରେ ବିଜେପୁର ଉପନିର୍ବାଚନରେ ଗୋଟିଏ ମୁଣ୍ଡ ଗଡିଥିଲା । ଏବେ ଆକ୍ରମଣର ଶିକାର ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କ ଘରେ ଗୁଳି ମାଡ ବି ହୋଇଥିଲା । ଯାହାକୁ ଗଣ୍ଠିକରି ବିରୋଧୀ ବିଜେଡି ଉପରକୁ ଦୋଷ ଲଦୁଥିବା ବେଳେ ବିଜେଡି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ସବୁ ହିଂସାକାଣ୍ଡକୁ ରାଜନୈତିକ ହିଂସାକାଣ୍ଡ ରୂପେ ତୁଳନା କରାଯିବା ଉଚିତ ନୁହେଁ । ପୋଲିସ ତଦନ୍ତ ପରେ ଜଣାପଡିବ ଏଥିରେ କାହାର ହାତ ଅଛି ବୋଲି ଶାସକଦଳ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି  । 

{"id":163856,"width":537,"height":263}

 ଏହି ଘଟଣା ପରେ ବିଜେଡି ବିଜେପି କର୍ମୀଙ୍କ ଭିତରେ ଛକାଛକି ଆରମ୍ଭ ହୋଇଗଲାଣି। ଏବେଠୁ ପଦକ୍ଷେପ ନନେଲେ ପୁଣି ୨୦୧୭ ଉପନିର୍ବାଚନ ଭଳି ସ୍ଥିତି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.