Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦାମଙ୍କ ନୂଆ ଦଳ ଗଠନ ପ୍ରସଙ୍ଗରେ ଆରମ୍ଭ ହେଲା ରାଜନୈତିକ ହଟଚମଟ, ତାରା କହିଲେ ବିଜେଡିର ଭୋଟ କଟିବ ଏବଂ କଂଗ୍ରେସକୁ ଫାଇଦା ହେବ

11/11/2018 at 1:42 PM

ଭୁବନେଶ୍ୱର ୧୧/୧୧ : ଗତକାଲି ବିଜେଡିରୁ ବହିସ୍କୃତ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନିଜ ଆଞ୍ଚଳିକ ଦଳର ନା ବିଜୁ ସମତା କ୍ରାନ୍ତି ଦଳ ହେବା ବୋଲି ଘୋଷଣା କରିବାପରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି | ଦାମଙ୍କ ନୂଆ ଦଳର ରୂପରେଖ କଣ ହେବ ତାହା ଦୁଇ ଚାରିଦିନ ପରେ ସ୍ପଷ୍ଟ ହେବ | କିନ୍ତୁ ଦାମ ଯେ ନୂଆ ଦଳ ଗଠନ କରୁଛନ୍ତି ଏହା ନିଶ୍ଚିତ | ଦାମଙ୍କ ନୂଆ ରାଜନୈତିକ ଦଳ ଗଠନକୁ କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱାଗତ କରିଛନ୍ତି | ସେ କହିଛନ୍ତି ଯେ, ଦାମଙ୍କ ଦଳ ଗଠନ ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି |

ଏହାଦ୍ବାରା ବିଜେଡିର ଭୋଟ କଟିବ ଏବଂ କଂଗ୍ରେସକୁ ଲାଭ ହେବ | ବିଜୁ ବାବୁଙ୍କ ଅନୁଗତଙ୍କୁ ଦଳରୁ ବାହାର କରିଛି ବିଜେଡି | ଯେଉଁମାନେ ବିଜୁ ବାବୁଙ୍କୁ ଗାଳି କରୁଥିଲେ ସେମାନେ ଏବେ ଗେହ୍ଲା ପୁଅ ହୋଇଛନ୍ତି ବୋଲି ତାର କଟାକ୍ଷ କରିଛନ୍ତି | ଅପରପକ୍ଷରେ ଦାମ ରାଉତ ନୂଆ ଦଳ ଗଢିବା ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ଦେବାଶିଷ ସାମନ୍ତରାୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଏହା ପୂର୍ବରୁ ବହୁ ଦଳ ଗଠନ ହୋଇଛି | ହେଲେ ଏହାର କୌଣସି ପ୍ରଭାବ ପଡିନାହିଁ | ପ୍ୟାରୀ ମହାପାତ୍ର ମଧ୍ୟ ଅତୀତରେ ଦଳ ଗଢିଥିଲେ | ହେଲେ ତାର କୌଣସି ପ୍ରଭାବ ପଡିଲାନି ବୋଲି ଦେବାଶିଷ କହିବା ସହ ଦମଙ୍କ ନୂଆ ଦଳର ଭବିଷ୍ୟତ ମଧ୍ୟ ସେୟା ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି |

   Related Posts