Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

‘କାଳିଆ’ ଯୋଜନାକୁ କିଏ କହିଲା ବୁଢା ବାଘର କଂକଣ ଉପାଖ୍ୟାନ ତ କିଏ ଦେଲା ମହାଭାରତର ଉଦାହଣ

22/12/2018 at 7:27 PM

ଭୁବନେଶ୍ବର୨୨|୧୨:ଚାଷୀ ଅସନ୍ତୋଷ ଦୂର ପାଇଁ ରାଜ୍ୟ ସରାକର କାଳିଆ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏଭଳି ଯୋଜନା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। କଂଗ୍ରେସ ମହାଭାରତର କାହାଣୀ  ଓ ବିଜେପି ବୁଢ଼ା ବାଘର କଙ୍କଣ ଦାନ ଉପାଖ୍ୟାନ ସହ ଯୋଡିଛନ୍ତି। ସରକାର କାଳିଆ ନାଁ ଯୋଡି ଭୋଟ୍‌ ପୂର୍ବରୁ ଭୋଟ୍‌ ଗୋଟାଇବାକୁ ପ୍ରାୟସ କରିଛନ୍ତି । ଯାହାର ଲୋକେ ଜବାବ ଦେବେ ବୋଲି କହିଛନ୍ତି ବିରୋଧୀ ।

କାଳିଆଯୋଜନାକୁ ନେଇ ବିରୋଧୀଙ୍କ ଟାର୍ଗେଟ୍‌ରେ ରାଜ୍ୟ ସରକାର । ବିଶେଷକରି କଂଗ୍ରେସ ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛି । ରାଫେଲ୍‌ ଡିଲ୍‌ ନେଇ ଓଡିଶା ଆସିଥିବା କଂଗ୍ରେସ ପ୍ରବକ୍ତା ଅଭିଷେକ ମନୁ ସିଙ୍ଗିଭି କହିଛନ୍ତି କୁମ୍ଭକର୍ଣ୍ଣ ୬ ମାସ ଶୋଉଥିବା ବେଳେ ନବୀନ ସରକାରଙ୍କ ନିଦ ୧୮ ବର୍ଷ ପରେ ନିର୍ବାଚନ ଆସିବା ବେଳେ ଭାଙ୍ଗିଛି ।କାଳିଆ ଶବ୍ଦ ଯୋଡି ଧର୍ମୀୟ ଭାବନା ସହିତଲୋକଙ୍କୁ ଯୋଡିବାକୁ ପ୍ରାୟସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କାଳିଆ ଯୋଜନାକୁ ବୁଢ଼ା ବାଘର କଙ୍କଣ ଦାନ ଉପାଖ୍ୟାନ ସହିତ ଯୋଡିଛନ୍ତି । ୧୯ ବର୍ଷ ଶାସନରେ ଚାଷୀଙ୍କ ଘରେ କଳାକନା ବୁଲାଇଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ କରିଛନ୍ତି। ଯାହାର କଡା ଜବାବ ଦେଇଛି ବିଜେଡି ।

ବିଜେଡିର ଯୁକ୍ତି କାଳିଆ ଯୋଜନାରେ ୯୦ ପ୍ରତିଶତ ଚାଷୀ ଉପକୃତ ହେବେ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ଚାଷୀ, କୃଷି ଶ୍ରମିକ, ଗୋପାଳନ ଓ କୁକୁଡା ପାଳନ କରୁଥିବା ପ୍ରତି ପରିବାର ସହାୟତ ପାଇବେ । 

 

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଚାଷୀ ଅସନ୍ତୋଷ ପାଇଁ ସରକାର ପରିବର୍ତ୍ତନ ହୋଇଥିବାରୁ ଏବେ ରାଜନୈତିକ ଦଳଗୁଡିକର ଚାଷୀଙ୍କ ପାଇଁ ଦରଦ ବଢ଼ିଛି।

   Related Posts