Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ରହୁଲ ଗାନ୍ଧି ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା କରିବା ପରେ ରାଜ୍ୟ ରାଜନୀତିରେ ଚାଲିଲା ବୟାନବାଜି

29/01/2019 at 7:08 PM

ଭୁବନେଶ୍ବର୨୯|୧: ରାହୁଲଙ୍କ ନୂଆ ଷ୍ଟଣ୍ଟ । ଋଣଛାଡ ନାରା ପରେ ଏବେ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା ।  ଚାଷୀ ଓ ଗରିବ ସବୁବେଳେ ରାଜନୀତି ଚେସବୋର୍ଡରେ ଥିବାରୁ ସବୁଦଳ ମନଲୋଭା ଘୋଷଣାରେ ମାତିଛନ୍ତି । ଏମାମଲାରେ ରାହୁଲ ଅନ୍ୟଦଳ ଠାରୁ ଆଗରେ ଅଛନ୍ତି ।

ନିର୍ବାଚନକୁ ଆଖିରେ ରଖି ରାହୁଲଙ୍କ ଆଉ ଏକ ଘୋଷଣା । ଗରିବଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ପ୍ରଦାନର ଘୋଷଣା । ଛତିଶଗଡରେ ଏକ ରାଲିରେ ଯୋଗଦେଇ ରାହୁଲ ଏଭଳି ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ନିର୍ବାଚନ ବୈତରଣୀ ପାର ହେବାକୁ ରାହୁଲ ଯେଉଁ ପ୍ରତିଶ୍ରୁତି ଫିଙ୍ଗୁଛନ୍ତି ତାକୁନେଇ ବିରୋଧୀ ଖପ୍ପା । କହିଛନ୍ତି ରାହୁଲଙ୍କ ମୁଣ୍ଡକୁ ଯାହା ଆସୁଛି ତାହା କହି ଭୋଟରଙ୍କ ମନ ଲୋଭାଇବା ଯୋଜନାରେ ଅଛନ୍ତି । କିନ୍ତୁ ଅର୍ଥନୀତି ଉପରେ ଏହାର ପ୍ରଭାବ କଣ ପଡିବ ତାହା ଚିନ୍ତା କରୁନାହାଁନ୍ତି । ୫୦ ବର୍ଷ ଧରି କେନ୍ଦ୍ରରେ କ୍ଷମତା ଦଖଲ କରିଥିବା କଂଗ୍ରେସ ଗରୀବି ଦୂର କରିବାକୁ କଣ କରିଛି ତାର ହିସାବ ମାଗିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ।

ଶତୁରୀ ଦଶକରେ ଇନ୍ଦିରା ଗାନ୍ଧି ଗରିବୀ ହଟାଓ ନାରା ଦେଇ କ୍ଷମତାକୁ ଆସିଥିଲେ । ସେବେଠୁ ସବୁ ଦଳଙ୍କ ଗରିବୀଙ୍କ ପ୍ରତି ଦରଦ ଫେସନ ହୋଇଯାଇଛି । କିନ୍ତୁ ବାସ୍ତବ ଚିତ୍ର ଅଲଗା । ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାଇ ଭାରତରେ ଗରିବି ହଟାଇବାକୁ ପର୍ଯ୍ୟାପ୍ତ ପ୍ରୟାସ କରାଯାଇନି । ଏଥିପାଇଂ ଜନସଂଖ୍ୟା ବୃଦ୍ଧି, କୁଶଳୀ ଶ୍ରମିକ ଓ ବୈଷୟିକ ଶିକ୍ଷାର ଅଭାବ, ଶିଳ୍ପାୟନ ଠିକ୍ ଭାବେ ନହେବା, ରାଷ୍ଟ୍ରୀୟ ଉତ୍ପାଦନ ସ୍ତର କମ୍ ରହିବା , ବେରୋଜଗାର ଆଦି ଅନେକ ସମସ୍ୟା ଦାୟୀ । କଂଗ୍ରେସ କିନ୍ତୁ ରାହୁଲଙ୍କ ଏଭଳି ଘୋଷଣାରେ ଖୁସ୍ । ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଘୋଷଣା ମୁତାବକ କଂଗ୍ରେସ ସରକାର କୃଷିଋଣ ଛାଡ କରିଥିବାରୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ବି କାର୍ଯ୍ୟକାରୀ ହେବ ବୋଲି କଂଗ୍ରେସ କହିଛନ୍ତି ପିସିସି ସଭାପତିନିରଞ୍ଜନ ପଟନାୟକ

ଗରିବି ହଟାଓ ନାରା ଇନ୍ଦିରାଙ୍କୁ ସିନା ସଫଳତା ଦେଇଥିଲା । ହେଲେ ପରେ ଆଉ ଗରିବଙ୍କ ନାଁରେ କୌଣସି ସ୍କିମ କଂଗ୍ରେସ ପାଇଁ ବରଦାନ ହେଲାନାହିଁ । କାରଣ ଗରିବି ହଟାଓ କେବଳ ଏକ ସ୍ଲୋଗାନ ହୋଇ ରହିଗଲା । ଗରିବଙ୍କ ପାଇଁ ରାହୁଲ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଘୋଷଣା କଂଗ୍ରେସକୁ କେତେ ନିର୍ବାଚନୀ ଫାଇଦା ଦେବ ତାକୁ ଦେଖିବାକୁ ହେବ ।

   Related Posts