Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପଞ୍ଚାୟତ ଦଖଲ ଲାଗି ପଲିଟିକାଲ ପ୍ଲାନ, ୱାର୍ଡ ସ୍ତରରୁ ଭୋଟ୍ ବ୍ୟାଙ୍କ ଜଗିବାକୁ ଚାଲିଛି ରଣନୀତି

11/10/2021 at 8:35 PM

ଭୁବନେଶ୍ଵର ୧୧।୧୦: ପଞ୍ଚାୟତ ଦଖଲ ଲାଗି ପଲିଟିକାଲ ପ୍ଲାନ । ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ଦଳ ମାନେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଦଖଲ ନେଇ ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି । ରାଜ୍ୟ ବିଜେପି  ପଞ୍ଚାୟତ ନିର୍ବାଚନ ଲାଗି  ଆଗୁଆ ପାଗ ଭିଡା କରିଛି । ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀ, ଦଳର କୋର କମିଟି ସଦସ୍ୟ ସାଂସଦ ବିଧାୟକ ଜିଲ୍ଲା ସଭାପତି ମାନଙ୍କୁ ନେଇ ଗେମ ପ୍ଲାନ କରିଛି ଦଳ। ୱାର୍ଡ ସ୍ତରରୁ ଭୋଟ ବ୍ୟାଙ୍କ ଜଗିବାକୁ ଆଲୋଚନା ବି ହୋଇଛି । ସେପଟେ କଂଗ୍ରେସ ଓ  ବିଜେଡି ବି ନିଜ ନିଜ ପ୍ରସ୍ତୁତି ଚଳାଇଛନ୍ତି ।

କେମିତି ହାତକୁ ଆସିବ ପଞ୍ଚାୟତ ସମିତି, ଦଳଗୁଡ଼ିକ ଏବେ ପ୍ରସ୍ତୁତି ଜୋରଦାର କରିଛନ୍ତି। ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ଏମିତି ଚାଲିଲାଣି ପଲିଟିକାଲ ପ୍ଲାନ । ୨୦୧୭ ପଞ୍ଚାୟତ ନିର୍ବାଚନରେ  ୩ ଶହରୁ ଅଧିକ ଜିଲ୍ଲା ପରିଷଦ ସିଟ ହାତେଇଥିବା ବିଜେପି ଏଥର କେମିତି ଆହୁରି ଭଲ କରିବ ସେନେଇ ରଣନୀତି କରିଛି ।  ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁ଼ଡୁ, ଦଳର କୋର କମିଟି ସଦସ୍ୟ,  ସାଂସଦ ବିଧାୟକ ଜିଲ୍ଲା ସଭାପତି, ସବୁ ମୋର୍ଚ୍ଚାର ପଦାଧିକାରୀଙ୍କୁ ନେଇ ଗେମ ପ୍ଲାନ କରିଛି ଦଳ । ୱାର୍ଡ ସ୍ତରରୁ ଭୋଟ ବ୍ୟାଙ୍କ ଜଗିବାକୁ ଦଳର ରୁଦ୍ଧଦ୍ବାର ବୈଠକରେ ବ୍ଲୁ ପ୍ରିଣ୍ଟ କରିଛି ଦଳ ।

ଶାସକ ଦଳ ମଧ୍ୟ ପଞ୍ଚାୟତ ଦଖଲ ପାଇଁ ସଙ୍ଗଠନ ସଜାଡିବାରେ ଲାଗିଛି । ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ହେଭିୱେଟ ନେତାଏ ଜିଲ୍ଲାକୁ ଜିଲ୍ଲା ବୁଲି ଦଳର ସଙ୍ଗଠନ ସଜାଡ଼ିଡା ଓ ମିଶ୍ରଣ ପର୍ବ କରି ଦଳର ବଳ ବଢାଇବାରେ ଲାଗିଛନ୍ତି । ପଞ୍ଚମ ପାଳିରେ କ୍ଷମତାକୁ ଆସିବା ପରଠୁ ସବୁ ଉପନିର୍ବାଚନରେ ଜିତିଥିବା ବିଜେଡି ବିକାଶ ଧାରାକୁ ନେଇ ପଞ୍ଚାୟତ ନିର୍ବାଚନ ଲଢିବ ବୋଲି କହିଛି । ପଞ୍ଚାୟତ ନିର୍ବାଚନରେ ଲୋକେ ପୁଣି ବିଜେଡିକୁ ଭରସା କରିବେ ବୋଲି ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଛି। ସେପଟେ ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ବି ପ୍ରସ୍ତୁତି ଚଳାଇଛି । ଦଳର ବରିଷ୍ଠ ନେତାଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯଇଛି ।

ପଞ୍ଚାୟତ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା ଆସିଛି । ଅଭିଯୋଗ ଶୁଣାଣି ପରେ ୩୦ ସୁଦ୍ଧା ଚୂଡାନ୍ତ ତାଲିକା ଆସିବ । ଆଉ ତା ପରେ ପଞ୍ଚାୟତ ମୁହାଁ ହେବେ ନେତା ।

   Related Posts