Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସୁରଟକୁ ବିମାନ ଉଡିବା ନେଇ ଶ୍ରେୟ କାହାର, ଆରମ୍ଭ ହୋଇଗଲାଣି ବୟାନବାଜି

23/01/2020 at 3:11 PM

ଭୁବନେଶ୍ବର ୨୩/୧: ଭୁବନେଶ୍ବରରୁ ଗୁଜରାଟର ସୁରଟକୁ ସିଧାସଳଖ ବିମାନ ଚଳାଚଳ ସୋମବାରଠାରୁ ଆରମ୍ଭ ହୋଇଛି।  ଲକ୍ଷ ଲକ୍ଷ ସୁରଟବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ତେବେ ସୁରଟବାସୀଙ୍କ ଏହି ଦାବି କିଏ ପୂରଣ କଲେ।  କେଉଁନେତା ଏଥିପାଇଁ ଉଦ୍ୟମ କରିବାରୁ ସୁରଟକୁ ବିମାନ ଚାଲିବା ସମ୍ଭବପର ହେଲା। ଏବଂ ସୁରଟବାସୀ ଏଥିପାଇଁ କାହାକୁ ଧନ୍ୟବାଦ ଦେବା ଉଚିତ ଏନେଇ ଆରମ୍ଭ ହୋଇଯାଇଛି ଘମାଘୋଟ  ବୟାନବାଜି। 

ଯେଉଁଦିନ ବିମାନ ଚାଲିଲା ସେହିଦିନ ହିଁ ବିମାନରେ ଯାତ୍ରା କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ଜାହିର କରିଥିଲେ।   ସେ ଏ ବାବଦରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ  ପୂର୍ବରୁ ଜଣାଇଥିବା ଉଲ୍ଲେଖ କରିଥିଲେ।  ସେହିଦିନ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଥିଲେ ଯେ ସେ ଏନେଇ ୨୦୧୭ରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।   ଯାହାକି ଏବେ ଫଳପ୍ରଦ ହୋଇଛି। ଓ ଏଥି ପାଇଁ  ସେ  ମନ୍ତ୍ରୀଙ୍କୁ  ଧନ୍ୟବାଦ ଜଣାଇଥିଲେ।  ଦୁଇ ଦିନ ପରେ   ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗତକାଲି ସୁରଟ ମହୋତ୍ସବରେ ଯୋଗ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଉଦ୍ୟମ ଯୋଗୁଁ  ସୁରଟ ବିମାନ ଚଳାଚଳ ସମ୍ଭବପର ହୋଇଛି। ଯାହାକୁ ବିରୋଧୀ ବିଜେପି ଓ କଂଗ୍ରେସ ହଜମ କରିପାରିନାହାନ୍ତି। 

ବିଜେପି କହିଛି  ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ହିଁ  ଏହା ସମ୍ଭବ ହୋଇଛି।  ତେଣୁ ବିଜେଡିର ଏଭଳି ବୟାନବାଜି ଭୁଲ ବୋଲି ବିଜେପି ଦର୍ଶାଇଛି। ସେପଟେ କଂଗ୍ରେସ ବାଚସ୍ପତିଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛି।  ବାଚସ୍ପତି ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି  ବକ୍ତବ୍ୟ ଦେବାକଥା।  ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କ ବିବୃତିକୁ ଠିକ ଦର୍ଶାଇଛନ୍ତି।  କହିଛନ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀ ଏନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ। 

   Related Posts