Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜାଗ ହେଲାଣି ରାଜନୈତିକ ଦଳ, ବିଜେପି ଓ ବିଜେଡିର ଚାଲିଛି ସମର ସଜ୍ଜା

3/08/2021 at 7:29 PM

ଭୁବନେଶ୍ୱର, ୦୩/୦୮: ପଞ୍ଚାୟତ ଓ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନାହିଁ । ହେଲେ ଏବେ ଠାରୁ ରାଜନୈତିକ ବଳ କଷା କଷି ଆରମ୍ଭ ହେଲାଣି । ଗାଁ ଓ ସହରର ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଁଚିବାକୁ ଏକ ପ୍ରକାର ଆରମ୍ଭ ହୋଇଗଲାଣି ରାଜନୈତିକ ପ୍ରତିଯୋଗିତା । ଶାସକ ଦଳ ସଙ୍ଗଠନ ବଢାଇ ସରକାରଙ୍କ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ସରକାରଙ୍କ ବିଫଳତା ଓ ବିଭିନ୍ନ ଦୁର୍ନୀତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ପହଞ୍ଚିବାକୁ ରଣନୀତି କରୁଛନ୍ତି । ଗାଁର ପ୍ରସଙ୍ଗକୁ ଫୋକସ କରି ରାଜଧାନୀରେ କଂଗ୍ରେସ, ବିଜେପି ଓ ବିଜେଡିର ଚାଲିଛି ସମର ସଜ୍ଜା ।

ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ବୋଲି ଆଭାସ ମିଳିବା ପରେ ବିରୋଧୀ ବିଜେପି ଆଗ୍ରେସିଭ ମୋଡକୁ ଆସିଛି । ଗାଁ ଲୋକଙ୍କ ସହ ପ୍ରସଙ୍ଗକୁ ଧରି ସରକାରଙ୍କୁ ଘେରିବାରେ ଲାଗିଛି। ବିଜୁଳି ବିଲ ବଢିବା, ଧାନମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା,  ଆବାସ ଯୋଜନା, ରାସନକାର୍ଡ ଦୁର୍ନୀତି ମନରେଗା ଅନିୟମିତତା ଭଳି ପ୍ରସଙ୍ଗକୁ ଧରି ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି ।

ସୂଚନା ଅନୁସାରେ ୧୬ ତାରିଖରେ  ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ରାଜ୍ୟ ଗସ୍ତରେ ଆସିବେ । ବିଜେପି ବଡ଼ କାର୍ଯ୍ୟକ୍ରମ ପ୍ଲାନ କରିଛି । ମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଏୟାରପୋର୍ଟ ଠାରୁ  ଶୋଭାଯାତ୍ରା ଆୟୋଜନ ହୋଇଛି । ରାଜଧାନୀରେ ସଭା ଆୟୋଜନ ହେବ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କମିଟି ଗଢିଥିବା ବିଜେପି ରାଜଧାନୀରେ ଏକ ପ୍ରକାର ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବ ବୋଲି ସୂଚନା ମିଳିଛି । ସେପଟେ କଂଗ୍ରେସ ଭବନରେ ବି ନେତାଙ୍କ ଗହଳି ବଢିଲାଣି । ପଞ୍ଚାୟତ ନିର୍ବାଚନ ପାଇଁ କମିଟି ଗଢିଥିବା କଂଗ୍ରେସ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ  ନେଇ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଆଟକ ବି କରୁଛି ।

ଶାସକ ଦଳ ବି ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ପ୍ରସ୍ତୁତ କରିଛି ଦୁଇ ପ୍ରକାକରର ପ୍ଲାନ।  ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଅବହେଳା ନାରାକୁ ବିଜେଡି ଲୋକଙ୍କ ପାଖକୁ ନେବ । ଏମଏସପି ବୃଦ୍ଧି, ଚାଉଳ କିଣା ଓ ବକେୟା କିସ୍ତି ଅର୍ଥ ପ୍ରଦାନ ଓ ଚାଷ ପାଇଁ ଆବଶ୍ୟକ ହେଉଥିବା ସାର ଯୋଗାଣକୁ ପ୍ରସଙ୍ଗ କରି ସାମ୍ବାଦିକ ସମ୍ମଳନୀ କରି ସିଧା ସିଧା କେନ୍ଦ୍ରକୁ ଟାର୍ଗେଟ କରୁଛି ବିଜେଡି ।

   Related Posts