Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଜେପୁରରେ ପ୍ରାର୍ଥୀ ଚୟନ ପାଇଁ ତିନି ଦଳର କସରତ ଆରମ୍ଭ

22/09/2019 at 6:28 PM

ଭୁବନେଶ୍ୱର ୨୨।୦୯ – ବିଗୁଲ ବାଜିବା ପରେ ଏବେ ବିଜେପୁରରେ ପ୍ରାର୍ଥୀ ଚୟନ ନେଇ ତିନି ଦଳରେ କସରତ ଆରମ୍ଭ ହୋଇଛି । ଆସନ୍ତା କାଲି ବିଜେଡିର ନିବୀନ ନିବାସରେ ବୈଠକ ବସିବାକୁ ଯାଉଥିବା ବେଳେ ବିଜେପି ଖୁବ ଶୀଘ୍ର କେନ୍ଦ୍ରୀୟ କମିଟିକୁ ତିନିଜଣଙ୍କ ନାମ ସୁପାରିଶ କରିବ । ଏପଟେ କଂଗ୍ରେସ ଆସନ୍ତା ୨୪ ତାରିଖରେ ବିଜେପୁର ପାଇଁ ଗଠିତ କମିଟିର ବୈଠକ ଡାକିଛି।  

ପ୍ରାର୍ଥୀ ଚୟନ ପାଇଁ ଆରମ୍ଭ ହେଲା କସରତ। ବିଜେପୁରରେ ବନ୍ଧୁତ୍ୱପୂର୍ଣ୍ଣ ନୁହେଁ ଜୋର ଦାର ଲଢ଼େଇ ହେବ । ତିନି ଦଳରେ ଆଶାୟୀଙ୍କୁ ନେଇ ବଢ଼ିଲାଣି ଅଙ୍କକଷା । ପ୍ରାର୍ଥୀ ଚୟନ ପାଇଁ ବିଜେଡିର ବୈଠକ ଆସନ୍ତାକାଲି ନବୀନ ନିବସରେ ବସିବ । କିଏ ପ୍ରାର୍ଥୀ ହେବ , କିଏ କିଏ ଦାୟିତ୍ବରେ ରହିବେ, ଷ୍ଟାର ପ୍ରାଚାରକ କେଉଁମାନେ ରହିବେ । ସେନେଇ ଆଲୋଚନା ହେବ। ବିଜେଡି ସୁପ୍ରିମୋଙ୍କ ସହିତ ବିଜେପୁର ନିର୍ବାଚନ ସମନ୍ବୟ କମିଟିର ବୈଠକ ବସିବ । ବୈଠକ ପରେ ନବୀନ ଦିନେ ଦୁଇ ଦିନ ଭିତରେ  ପ୍ରାର୍ଥୀ ନାମ ଘୋଷଣା କରିବେ ।

ବିଜେଡି ବିଜେପି ଭିତରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇକୁ ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା । ଖୁବ ଶୀଘ୍ର ଏଥିପାଇଁ ବୈଠକ ବସି ରଣନୀତି ଚୂଡାନ୍ତ ହେବ। ତିନି ଜଣିଆ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ କମିଟିକୁ ପଠାଯିବ। କେନ୍ଦ୍ରୀୟ କମିଟି ହିଁ ନେବ ଚୂଡ଼ାନ୍ତ ନିଷ୍ପତ୍ତି ।  

ଏପଟେ ଫାଇଦା ଉଠାଇବାକୁ କଂଗ୍ରେସ ଛକି ବସିଛି। ବିଜେଡି ବିଜେପି  ମିଶିଛିନ୍ତି  ଏହିକଥା କହି କଂଗ୍ରେସ ତାର ପୁରୁଣା ଗଡ ଦଖଲ ଉଦ୍ୟମ କରୁଛି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଜେପୁର କମିଟି ପ୍ରାର୍ଥୀ ସ୍ଥିର କରିବା ସହିତ ରଣନୀତି ମଧ୍ୟ ସ୍ଥିର କରିବ। କଂଗ୍ରେସ ଏଥର ରିପୁନାଥ ସେଠ କିମ୍ବା ତାଙ୍କ ପୁଅ ଅଭିଷେକ ସେଠଙ୍କୁ ମଇଦାନକୁ ଛାଡିବା ନେଇ ଚର୍ଚ୍ଚା ହେଉଛି।

ଗତ ନିର୍ବାଚନରେ ବିଜେଡି ବିଜେପି ଭିତରେ କଡା ଟକ୍କର ହୋଇଥିଲା । ହେଲେ ବର୍ତ୍ତମାନ ବିଜେଡି ବିଜେପି ଭିତରେ ରାଜନୀତି ଗଣିତ ବଦଳିଛି । ବିଜେପୁର ଗଣିତ କଣ ହେବ ତାକୁ ନେଇ କର୍ମୀ ଅପେକ୍ଷା କରିଛନ୍ତି ନେତାଙ୍କ ଇସାରାକୁ।  

   Related Posts