Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଏମାନଙ୍କୁ ନିମନ୍ତ୍ରଣ ଅର୍ଥାତ ଜେନେରାଲ ଡାୟରକୁ ଆମନ୍ତ୍ରଣ ! ଚର୍ଚ୍ଚାରେ ବିବାହ ନିମନ୍ତ୍ରଣ ପତ୍ର

27/11/2021 at 4:03 PM

ଝଜ୍ଜର ୨୭।୧୧:  ହରିୟାଣା ଝଜ୍ଜରର ବାସିନ୍ଦା ରାଜେଶ ଧନଖଡଙ୍କ ଝିଅ ବାହାଘର ଡିସେମ୍ବର ୧ ତାରିଖରେ। ନିମନ୍ତ୍ରଣ କାର୍ଡ ବଣ୍ଟା ସରିଲାଣି। ତେବେ ଧନଖଡ ପରିବାର ବାଣ୍ଟିଥିବା ନିମନ୍ତ୍ରଣ କାର୍ଡକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଏଥିରେ ବିଜେପି, ଜେଜେପି ଓ ଆରଏସଏସ ସମ୍ପର୍କିତ ଲୋକଙ୍କୁ କୃପାକରି ସମାରୋହକୁ ନ ଆସିବା ଲାଗି ନିବେଦନ କରାଯାଇଛି।

କେନ୍ଦ୍ର ସରକାର ଗତବର୍ଷ କୃଷି ଆଇନ ସଂସଦରେ ଗୃହୀତ କରିଥିଲେ। ଏହା ପରଠାରୁ ହରିୟାଣାରେ ଲୋକେ ବିଜେପି, ଜେଜେପି ଓ ଆରଏସଏସକୁ ସାମାଜିକ ବାସନ୍ଦ କରିଥିଲେ। ଏହି ଦଳ ଓ ସଙ୍ଗଠନ ସମ୍ପର୍କିତ ଲୋକଙ୍କ ଗ୍ରାମ ପ୍ରବେଶ ଉପରେ ଗାଁ ଗାଁରେ କଟକଣା ଥିଲା। ସେତେବେଳେ ଏହାକୁ ଜନ ଅସନ୍ତୋଷ ବୋଲି ବୁଝା ଯାଉଥିଲା। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିବା ବେଳେ କ୍ୟାବିନେଟ ମଧ୍ୟ ମଞ୍ଜୁର କରିଦେଇଛି। ଏଣୁ ଧିରେ ଧିରେ ସବୁ ସ୍ୱଭାବିକ ହୋଇଯିବ ବୋଲି ବିଚାର କରାଯାଉଥିବା ବେଳେ ବିବାହ ନିମନ୍ତ୍ରଣ ପତ୍ରରେ ବହିଷ୍କାର ହରିୟାଣାରେ ଶାସକ ଦଳଙ୍କୁ ଚିନ୍ତାରେ ପକାଇଛି।

ରାଜେସ ଧନଖଡ ବିଶ୍ୱବୀର ଜାଟ ମହାସଭାର ସଭାପତି ଅଛନ୍ତି। କୃଷି ଆଇନ ପ୍ରତ୍ୟାହାର ପରେ ବି ଏପରି ବହିଷ୍କାର କଣ ପାଇଁ ବୋଲି ପଚରା ଯାଇଥିଲା। ଏହାର ଜବାବରେ ଆଇନ ବିରୋଧରେ ଆନ୍ଦୋଳନ କେବଳ ହରିୟାଣାର ୬୦୦ରୁ ଅଧିକ ଚାଷୀ ପ୍ରାଣବଳୀ ନେଇଛି। ଜାଣିଶୁଣି ଚାଷୀଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଏହା ପରେ ବି ଆମେ ଏମାନଙ୍କ ସହ ସାମାଜିକ ସମ୍ପର୍କ ରକ୍ଷା କରି ପାରିବା କି ? ସ୍ୱର୍ଗତ ଚାଷୀଙ୍କ ଆତ୍ମା ଆମକୁ କ୍ଷମା କରିବ କି ବୋଲି ଓଲଟି ପ୍ରଶ୍ନ କରିଛନ୍ତି। ଏମାନଙ୍କୁ ପାରିବାରିକ ଓ ସାମାଜିକ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ଅର୍ଥାତ ଜେନେରାଲ ଡାୟରକୁ ଆମନ୍ତ୍ରଣ କରିବା ସହ ସମାନ ବୋଲି ସେ କହିଛନ୍ତି।

ବାସ୍ତବ କଥା ହେଲା କୃଷି ଆଇନକୁ ନେଇ ହରିୟାଣାର ଚାଷୀଙ୍କ ଉପରେ ଖଟ୍ଟର ସରକାରଙ୍କ ଦମନ ଲିଳା ସମସ୍ତ ସୀମା ପାର କରିଥିଲା। ଏଣୁ ପରିଣାମ ଏବେ ଏପରି ହୋଇଛି ବୋଲି ଲୋକେ କହୁଛନ୍ତି। ରାଜନୀତିରେ ତ ଲୋକେ ଖଟ୍ଟର ସରକାର ଓ ସହଯୋଗୀଙ୍କୁ ବହିଷ୍କାର କରିଦେଇଛନ୍ତି ଏବେ ସାମାଜିକ ଚଳନରୁ ମଧ୍ୟ ବହିଷ୍କାର କରିଦେଲେଣି। ଏପରି ନିମନ୍ତ୍ରଣ ପତ୍ରର ପ୍ରଚଳନ ରାଜ୍ୟରେ କ୍ରମଶଃ ବଢିବଢି ଯିବ ଏଣୁ ଏପରି ଦଳ ଓ ସଙ୍ଗଠନ ସମ୍ପର୍କିତ ଲୋକେ ମଧ୍ୟ ସାମାଜରେ ଅପାଙକ୍ତେୟ ହୋଇଯିବା ପରି ଏବେ ଅନୁମାନ କରାଗଲାଣି।

ଏମିତିରେ ହରିୟାଣା ସାମାଜିକ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଖାପ ପଞ୍ଚାୟତ। ବିଭିନ୍ନ ଖାପ ପଞ୍ଚାୟତ କୃଷି ଆଇନକୁ ସମର୍ଥନ କରୁଥିବା ନେତାଙ୍କୁ ଗ୍ରାମରେ ପୁରାଇ ନ ଦେବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ତେବେ କୃଷି ଆନ୍ଦୋଳନରେ ଚାଷୀଙ୍କ ମୃତ୍ୟୁକୁ ଏବେ ଲୋକେ ପ୍ରସଙ୍ଗ କରିବା ବିଜେପି ଓ ଆରଏସଏସ ନିମନ୍ତେ ବିପରୀତ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଥିବା ସ୍ପଷ୍ଟ ହୋଇଗଲାଣି।

   Related Posts