Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ହୁକିଟୋଲା ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ; ଦୁଃଖଦ ପରିସ୍ଥିତିରେ ରାଜନୈତିକ ଫାଇଦା ଉଠାଉଛନ୍ତି ରାଜନେତା

4/01/2019 at 6:55 PM

ପାରାଦୀପ| ଜଗତସିଂହପୁର ୪|୧: ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ନିଖୋଜ ଥିବା ଶିଶୁର ମୃତଦେହ ଉଦ୍ଧାର ହୋଇଛି । ଦୁର୍ଘଟଣାସ୍ଥଳରୁ ୩କିଲୋମିଟର ଦୂରରୁ ଏନଡିଆରଏଫ ଟିମ୍ ମୃତଦେହ ଠାବ କରିଛି । କାଲି ମୃତ ୯ଜଣଙ୍କୁ ଏକ ସଙ୍ଗେ ଗାଁ ମଶାଣିରେ ଶେଷ ବିଦାୟ ଦିଆଯାଇଛି । ୧୦ ଜଣଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଗାଁ ଲୋକେ । ହେଲେ ଏହି ଦୁଃଖଦ ପରିସ୍ଥିତିରେ ନିଜର ରାଜନୈତିକ ଫାଇଦା ଉଠାଇବା ପାଇଁ କିନ୍ତୁ ଭୁଲି ନାହାନ୍ତି ବିଭିନ୍ନ ଦଳର ରାଜନେତା । ଆଗକୁ ନିର୍ବାଚନ ଥିବାରୁ ନିଜ ନିଜର ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ନେତାଙ୍କ ଭିତରେ ଚାଲିଛି ପ୍ରତିଯୋଗୀତା ।

ମହାନଦୀ ନିପାଣିଆ ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ସେଦିନ ନିଖୋଜ ଥିବା ଶିଶୁର ମୃତଦେହ ଆଜି ଉଦ୍ଧାର ହୋଇଛି । ମିଲି ସ୍ବାଇଁ ଓ ବୟସ ୬ ବର୍ଷ । ଦୁର୍ଘଟଣାସ୍ଥଳରୁ ୩କିଲୋମିଟର ଦୂରରୁ ଏନଡିଆରଏଫ ଟିମ୍ ମିଲିର ମୃତଦେହ ଠାବ କରିଛି । ମୃତ ୯ଜଣଙ୍କୁ କାଲି ଏକ ସଙ୍ଗେ ଗାଁ ମଶାଣୀରେ ଶେଷ ବିଦାୟ ଦେଇଛନ୍ତି ଗ୍ରାମବାସୀ । ଏହି ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ସୃଷ୍ଟି କରିଛି । ଘଟଣା ପାଇଁ କିଏ ଦାୟୀ, ସେନେଇ କାରଣ ଖୋଜା ଚାଲିଛି। 

ହସିଣା ଗାଁରେ ଦୁଃଖର ପାହାଡ଼ ପଡ଼ିଛି। ଆଉ ଏହି ଦୁଃଖଦ ସମୟରେ କିଏ ମୃତକଙ୍କ ପରିବାରକୁ ସମବେଦନା ଜଣାଇ କେତେ ଫାଇଦା ନେଇପାରିବ ସେନେଇ ଚାଲିଛି ପ୍ରତିଯୋଗିତା । କିଏ ଆସି ଆନ୍ଦୋଳନରେ ସାମିଲ ହେଉଛନ୍ତି ତ ପୁଣି କିଏ ସହାୟତା ଟଙ୍କା ବାଣ୍ଟିବାକୁ ଆସି ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି । ଆଉ କିଏ ସରକାରଙ୍କ ଦୋଷ, ନାଉରିଆର ଦୋଷ, ପ୍ରଶାସନର ଦୋଷ କହି ଫାଇଦା ନେବାକୁ ଚେଷ୍ଟା କରୁଛି । ଗତକାଲି ପାରାଦୀପ ବିଧାୟକ ମୃତଦେହ ସଂସ୍କାର ପାଇଁ ୩ ହଜାର ଟଙ୍କା ଘୋଷଣା କରି ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। ସେମିତି ପାରାଦୀପ କଂଗ୍ରେସ ନେତା ବାପି ସରଖେଲ ବି ପହଞ୍ଚିଥିଲେ ସେହିପରି ଜଗତ୍‌ସିଂହପୁର ସାଂସଦ କୁଳମଣି ସାମଲ ବି ପ୍ରତିଯୋଗିତାରୁ ବାଦ୍‌ ପଡ଼ିନାହାନ୍ତି।

ସମବେଦନା ଯେତିକି ନାହିଁ ତା ଠାରୁ ଅଧିକ ରାଜନୀତିର ଗନ୍ଧ ବାରି ହୋଇପଡୁଛି । ଏ ସନ୍ଦେହ ସ୍ଥାନୀୟ ଲୋକେ ବି କରୁଛନ୍ତି । ନେତାଙ୍କୁ ଆସିବାକୁ ମନା କରୁନାହାନ୍ତି ଗ୍ରାମବାସୀ  । ହେଲେ  ଏହି ଦୁଃଖଦ ସମୟରେ ରାଜନୀତି କରାଯିବାକୁ ନାପସନ୍ଦ କରିଛନ୍ତି  ଗ୍ରାମବାସୀ ।

ଦୁଃଖଦ ପରିସ୍ଥିତିରୁ ରାଜନୈତିକ ଫାଇଦା ନେବା ପାଇଁ ନେତାଙ୍କ ଚେଷ୍ଟା ନିନ୍ଦନୀୟ ନିଶ୍ଚିତ ।ଏଥିରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ ।

   Related Posts