Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ରାଜନୈତିକ ଦଳଙ୍କୁ କହିବାକୁ ହେବ କାହିଁକି ଅପରାଧୀଙ୍କୁ କରିଛନ୍ତି ପ୍ରାର୍ଥୀ: ସୁପ୍ରିମକୋର୍ଟ

13/02/2020 at 3:30 PM

ନୂଆଦିଲ୍ଲୀ ୧୩।୨: ରାଜନୀତିରେ ଅପରାଧ ଛବି ଥିବା ଲୋକଙ୍କ ଭାଗିଦାରୀ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ସୁପ୍ରିମକୋର୍ଟ ଗୁରୁବାର ଚିନ୍ତାବ୍ୟକ୍ତ କରିବା ସହ ସବୁ ରାଜନୈତିକ ଦଳଙ୍କୁ ସେମାନଙ୍କ ନିଜନିଜ ୱେବ୍‌ସାଇଟ୍‌ରେ ପ୍ରାର୍ଥୀଙ୍କ ସମସ୍ତ ସୂଚନା ସାର୍ବଜନିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଥିରେ ଦଳମାନେ ପ୍ରାର୍ଥୀଙ୍କ ବିରୋଧରେ ରୁଜୁ ସମସ୍ତ ଅପରାଧୀକ ମୋକଦ୍ଦମା, ବିଭିନ୍ନ କୋର୍ଟରେ ସେଗୁଡିକର ଶୁଣାଣି ସ୍ଥିତି ଓ ତାଙ୍କୁ ଦଳ କାହିଁକି ପ୍ରାର୍ଥୀ କରିବାକୁ ମନୋନୀତ କଲା ତାର କାରଣ ଜଣାଇବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କହିଛନ୍ତି।

ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ରୁଜୁ ଏ ସମ୍ପର୍କିତ ମାମଲାରେ ଦେଇଥିବା ରାୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶାନୁସାରେ ଏଣିକି ରାଜନୈତିକ ଦଳମାନେ ପ୍ରାର୍ଥୀ ସୂଚୀ ଘୋଷଣା କରିବାର ୭୨ ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କ ସମସ୍ତ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବା ସହ ଘୋଷିତ ସମସ୍ତ ପ୍ରାର୍ଥୀଙ୍କ ସୂଚନା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ କରିବେ। ଯଦି କୌଣସି ରାଜନୈତିକ ଦଳ ଏହା ନ କରନ୍ତି ତେବେ ଏହାକୁ ସର୍ବୋଚ୍ଚନ୍ୟାୟାଳୟଙ୍କ ଅବମାନନା ବିବେଚନା କରାଯିବ ।

ସୂଚନା ଯୋଗ୍ୟଯେ ଗତ କିଛି ବର୍ଷ ହେଲା ରାଜନୀତିରେ ଅପରାଧ ଛବି ଥିବା ଲୋକଙ୍କ ସମ୍ପୃକ୍ତି ବଢିବାରେ ଲାଗିଛି। ଏହାର ଉଦାହରଣ ଭାବେ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଗ୍ରହଣ କରାଯାଇପାରେ। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ ଏକ ରିପୋର୍ଟ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜିତିଥିବା ବିଭିନ୍ନ ରାଜନୈତିକ ଦଳର ୭୦ଜଣ  ପ୍ରାର୍ଥୀଙ୍କ ମଧ୍ୟରୁ ୩୭ ଜଣଙ୍କ ବିରୋଧରେ ଗୁରୁତର ଅପରାଧୀକ ମାମଲା ରହିଛି।  

   Related Posts