ପାଠକଙ୍କ ଭାବି ସମୁଦି କିଏ ? ସରକାରଙ୍କୁ ପ୍ରଶ୍ନ କଲେ ସାଲୁଜା: ସେପଟେ ଆକାଶଙ୍କ ପ୍ରେମିକାଙ୍କୁ ନେଇ ଚର୍ଚ୍ଚା

Published By : Prameya-News7 Bureau | November 27, 2020 IST

ଭୁବନେଶ୍ବର୨୭/୧୧: ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ତଦନ୍ତ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି।  ପାଠକଙ୍କ ପରିବାର ସହ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ପୂର୍ବତନ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ପାଠକଙ୍କ ସମ୍ପତ୍ତି ସୁରକ୍ଷିତ ଥିଲା। ଗୁରୁବାର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଫେରିବା ବେଳେ ଆକାଶ ପାଠକଙ୍କ ସହ ଜଣେ ଯୁବତୀ ନଜର ଆସିଥିଲେ। ସେ ଯୁବତୀ ଜଣଙ୍କ କିଏ, ଆକାଶ ପାଠକଙ୍କ ସହ ତାଙ୍କର କଣ ରହିଛି ସଂପର୍କ, ଏ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଚାଲିଛି। ଏପରି ତାଙ୍କ ସାଙ୍ଗରେ ଥିବା ଯୁବତୀ ଆକାଶଙ୍କ ପ୍ରେମିକା ବୋଲି ଚର୍ଚ୍ଚା ହେଉଛି।   ଏହା ମଧ୍ୟ ପାଠକଙ୍କ ପରିବାର ସହ ନେତା-ମନ୍ତ୍ରୀଙ୍କ ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି।

ବୁଧବାର ପୁନେରେ ଚଢ଼ଉ ପରଠୁ ଭିଜିଲାନ୍ସ ଟିମ୍‌ ଆକାଶଙ୍କୁ ନିଜ ହେପାଜତରେ ରଖିଥିଲା । ସେଠାରୁ ଭିଜିଲାନ୍ସ ଟିମ୍‌ ସହ ଉଭୟେ ବିମାନ ଯୋଗେ ପ୍ରଥମେ ହାଇଦ୍ରାବାଦ୍‌ ଆସିଥିଲେ । ସେଠାରୁ ବାହାରି ରାତି ୮.୫୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ଭିଜିଲାନ୍ସ ଟିମ୍‌ ଆକାଶ ଓ ତାଙ୍କ ପ୍ରେମିକାଙ୍କୁ ନେଇ ଅଫିସକୁ ଯାଇଥିଲା ଜଣାପଡିଛି।

ସୂଚନା ମୁତାବକ, ଭୁବନେଶ୍ୱର ବିମାନବନ୍ଦରରେ ଆକାଶ ଜଣେ ଯୁବତୀଙ୍କ ସହ ପହଞ୍ଚିଥିଲେ।    ଭିଜିଲାନ୍ସ ଟିମ୍‌ ପୁନେସ୍ଥିତ ଫାର୍ମହାଉସ୍‌ରୁ ଉଭୟଙ୍କୁ ଧରି ଏଠାକୁ ଆଣିଛି । ସମ୍ପୃକ୍ତ ଯୁବତୀଜଣକ ଆକାଶଙ୍କ ପ୍ରେମିକା ବୋଲି ଚର୍ଚ୍ଚା ହେଉଛି । ସେ ପୁଣି ଶାସକ ଦଳର ଜଣେ ଆଗଧାଡିର ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଝିଅ । ଯୁବତୀଙ୍କ ସହ ଆକାଶଙ୍କ ବିବାହ ହେବାର ଯୋଜନା ଥିଲା । ରାଜସ୍ଥାନ ଉଦୟପୁରରେ ‘ତାଜ ଲେକ୍‌ ପ୍ୟାଲେସ୍‌’ ନାମକ ବିଳାସପୂର୍ଣ୍ଣ ରିସୋର୍ଟକୁ ବିବାହ ପାଇଁ ବୁକ୍‌ କରାଯାଇଥିଲା । ସେଠାରେ ଉଭୟଙ୍କ ‘ଡେଷ୍ଟିନେସନ ୱେଡିଂ’ ହେବାର ଥିଲା । ଏଥିପାଇଁ ଅଗ୍ରୀମ ୨୦ ଲକ୍ଷ ଟଙ୍କା ଦିଆ ସରିଥିଲା । ଏବେ ଆକାଶ ଭିଜିଲାନ୍ସ ଜାଲରେ ପଡି଼ବା ପରେ ତାଙ୍କ ପ୍ରେମିକା ଓ ତାଙ୍କ ବାପା ଭିଜିଲାନ୍ସ ସ୍କାନରକୁ ଆସିବେ । ତାଙ୍କୁ ଜେରା କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.