କଟକରେ ସିରିଜ୍ ହତ୍ୟାକାଣ୍ଡ ଘଟଣା : ରାଜରାସ୍ତାକୁ ଓହ୍ଲାଇଲେ ବିଭିନ୍ନ ରାଜନୈତିକ ଦଳ
28/07/2019 at 4:18 PM

କଟକ ୨୮|୭: କଟକରେ ସିରିଜ ହତ୍ୟାକାଣ୍ଡ ପରେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ କଟକ ରେଳ ଷ୍ଟେସନରେ ବୁଲି ବାହାରେ ରହୁଥିବା ଶ୍ରମିକଙ୍କୁ ସଚେତନ କରାଇଛନ୍ତି ।

ସେହିଭଳି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ ବାଦାମବାଡି ବଜ୍ରକବାଟି ଓ ରାଣୀହାଟ ବୁଲି ରାଜରାସ୍ତାରେ ଶୋଉଥିବା ବ୍ୟକ୍ତିଙ୍କୁ ସଚେତନ କରାଇବା ସହ ସହରରେ ରାତ୍ର ଆଶ୍ରୟସ୍ଥଳ ସଠିକ୍ ରୂପେ କାର୍ଯ୍ୟ କରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ସେପଟେ ହତ୍ୟାକାଣ୍ଡ ଘଟାଉଥିବା ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି । ରାତ୍ରି ପାଟ୍ରୋଲିଂକୁ ଅଧିକ କଡାକଡି କରିବା ସହ ଖୋଦ୍ କଟକ ଡିସିପି ଅଖିଳେଶ୍ବର ସିଂ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।
Related Posts
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021