ରାଜା ଭୈୟାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସମ୍ପର୍କରେ ଶଳା-ଭିଣୋଇ ଏହି ୧୫ ରାଜନେତା

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ ୦୬/୦୯ : ଦେଶରେ ଏମିତି କିଛି ରାଜନେତା ଅଛନ୍ତି ଯେଉଁମାନେ ପରସ୍ପର ସମ୍ପର୍କୀୟ। କିଛି ରାଜନେତା ପରସ୍ପର ସମୁଦୀ ତ ଆଉ କିଛି ନେତାଙ୍କ ମଧ୍ୟରେ ଶଳା-ଭିଣୋଇ ସମ୍ପର୍କ ମଧ୍ୟ ଅଛି। ଏଥିରେ ରାଜା ଭୈୟାଠୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ମଧ୍ୟ ସାମିଲ ଅଛି। ଆସନ୍ତୁ ଜାଣିବା ଦେଶରେ ସେହି ରାଜନେତାଙ୍କ ମଧ୍ୟରେ ଶଳା-ଭିଣୋଇ ସମ୍ପର୍କ ଅଛି।

ଉତ୍ତର ପ୍ରଦେଶର ବାହୁବଳୀ ବିଧାୟକ ଓ ରାଜା ଭୈୟା ଓ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ପରସ୍ପର ଶଳା ଓ ଭିଣୋଇ। ରାଜା ଭୈୟାଙ୍କ ମାମୁ ଝିଅ ଭଉଣୀ ନିହାରିକାଙ୍କ ବାହାଘର ବିଜେପି ସାଂସଦ ଦୁଷ୍ୟନ୍ତ ସିଂହଙ୍କ ସହ ହୋଇଛି।

{"id":507319,"sizeSlug":"full","linkDestination":"none"}

ରବି ଶଙ୍କର ପ୍ରସାଦ ଓ ରାଜୀବ ଶୁକ୍ଲା ମଧ୍ୟ ଶଳା-ଭିଣୋଇ। ରବି ଶଙ୍କର ପ୍ରସାଦଙ୍କ ଭଉଣୀ ଅନୁରାଧା ପ୍ରସାଦଙ୍କ ବାହାଘର ରାଜୀବ ଶୁକ୍ଲାଙ୍କ ସହ ହୋଇଛି।

{"id":507321,"sizeSlug":"full","linkDestination":"none"}

ଛତିଶଗଡ଼ର ରାଜନନ୍ଦଗାଓଁର କଂଗ୍ରେସର ପୂର୍ବତନ ସାଂସଦ ଦେବବ୍ରତ ସିଂହ ମଧ୍ୟ ରାଜା ଭୈୟାଙ୍କ ଭଉଣୀ ଜ୍ୱାଇଁ। ରାଜା ଭୈୟାଙ୍କ ମାଉସୀ ଝିଅ ଭଉଣୀ ବିଭୁ ସିଂହଙ୍କ ବାହାଘର ଦେବବ୍ରତ ସିଂହଙ୍କ ସହ ହୋଇଛି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ ଓ ମୁଲାୟମ ସିଂହ ଯାଦବଙ୍କ ନାତି ତେଜ ପ୍ରତାପ ସିଂହ ମଧ୍ୟ ଶଳା-ଭିଣୋଇ। ତେଜ ପ୍ରତାପ ଫିରୋଜବାଦ ଲୋକସଭା ସାଂସଦ ଥିଲେ। ସେ ତେଜସ୍ୱି ଯାଦବଙ୍କ ଭଉଣୀ ରାଜଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି।

ଗ୍ୱାଲିୟର ରାଜବଂଶର ରାଜା ଓ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜାମ୍ମୁ କାଶ୍ମୀର କଂଗ୍ରେସରେ ଏମଏଲସି ଥିବା ବିକ୍ରମାଦିତ୍ୟ ସିଂହ ଶଳା-ଭିଣୋଇ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକମାତ୍ର ଭଉଣୀ ଚିତ୍ରାଂଗଦା ସିଂହଙ୍କ ବାହାଘର ବିକ୍ରମାଦିତ୍ୟଙ୍କ ସହ ହୋଇଛି।

{"id":507309,"sizeSlug":"full","linkDestination":"none"}

ସାଧୁ ଯାଦବ ଯାହାଙ୍କ ଅସଲି ନାଁ ଅନିରୁଦ୍ଧ ପ୍ରସାଦ ସେ ଲାଲୁ ପ୍ରସାଦ ଯାଦବଙ୍କ ଶଳା। ସାଧୁ ଯାଦବ ରାବଡୀ ଦେବୀଙ୍କ ଭାଇ।

ହରିୟାଣା ରେବରୀର କଂଗ୍ରେସ ବିଧାୟକ ଚିରଞ୍ଜିବି ରାଓ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଅନୁଷ୍କା ରାଓଙ୍କୁ ବିବାହ କରିଛନ୍ତି। ଚିରଞ୍ଜିବି ରାଓ, ତେଜ ପ୍ରତାପ ଓ ତେଜସ୍ୱି ଯାଦବଙ୍କ ଭିଣୋଇ।

{"id":507314,"width":636,"height":477,"sizeSlug":"full","linkDestination":"none"}

ଉମର ଅବଦୁଲ୍ଲାଙ୍କ ଭଉଣୀ ସାରା ସଚିନ ପାଇଲଟଙ୍କୁ ବିବାହ କରିଛନ୍ତି। ସଚିନ ଓ ଉମର ମଧ୍ୟ ଶଳା ଭିଣୋଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.