Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ ଭୋଟିଂ : ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମତଦାନ

ନୂଆଦିଲ୍ଲୀ ୨୩|୪: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଜାରି ରହିଛି । ବହୁ ହେବିଓ୍ବେଟ୍ ନେତାମାନେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍‌ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜୁରାଟର ଅହମ୍ମଦାବାଦ ପହଞ୍ଚି ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟର ମତଦାନ ସାବ୍ୟସ୍ତ କରିଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ତଥା ଦିଗଜ୍ଜ ବାମପନ୍ଥୀ ନେତା ପିନରାଇ ବିଜୟନ କନ୍ନୁର ଜିଲ୍ଲାରେ ମତଦାନ ସାବ୍ୟସ୍ତ କରିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏବଂ ତାଙ୍କ ସ୍ତ୍ରୀ ଅଞ୍ଜଳି ରାଜକୋଟର ଅନୀଲ ଜ୍ଞାନ ମନ୍ଦିର ସ୍କୁଲ ମଦତାନ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ୍ ର ପ୍ରାର୍ଥୀ ଶଶୀ ଥରୁର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ପ୍ରିୟଙ୍କ ଖଡଗେ ଏବଂ ତାଙ୍କ ସ୍ତ୍ରୀ ଶ୍ରୁତି ଖଡକେ କଳାବୁରଗି ନିର୍ବାଚନ ମଣ୍ଡଳୀରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଶରତ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ନିଜ ପରିବାର ସହ ମତଦାନ ସାବ୍ୟସ୍ତ କରିଛନ୍ତି ।

127 Views

   ସମ୍ବନ୍ଧିତ ଖବର