Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମିଲା ପ୍ରଚାର : ସବୁ ଦଳର ହେବିୱେଟଙ୍କ ତୋଫାନୀ ଗସ୍ତ

18/04/2019 at 6:40 PM

ଭୁବନେଶ୍ବର ୧୮|୪: ସରିଛି ଦ୍ବିତୀୟ ପର୍ଯ୍ୟାୟ ଏଥିସହିତ ୨୩ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ଆଜି ଜୋରଦାର କ୍ୟାମ୍ପେନିଂ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ମାରାଥନ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

 ତୃତୀୟ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ କ୍ୟାମ୍ପେନ । ମୈଦାନରେ ତିନି ଦଳର ଷ୍ଟାର କ୍ୟାମ୍ପେନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଖୋର୍ଦ୍ଧାରେ ଗଡ଼ିଛି ନବୀନଙ୍କ ରଥ।   କଟକ ବଡ଼ମ୍ବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସରକାର କ୍ଷମତାକୁ ଆସିବା ମାତ୍ରେ କାଳିଆ ଟଙ୍କା ଲୋକଙ୍କ ଖାତାକୁ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଓଡ଼ାପଡ଼ା ଓ ଗଁନ୍ଦିଆଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ହିନ୍ଦୋଳ ଗୁଡ଼ିଆ କାଟେଣୀଠାରେ ଜନ ସମାବେଶକୁ ସମ୍ବୋଧିତ କରିଥିଲେ।

ଏପଟେ ବିଜେପି ପାଇଁ ପ୍ରଚାରରେ ଆଜି ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଯାଜପୁର ରାମବାଗଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଗଡ଼କରୀ । ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରିପାରୁନଥିବା ବେଳେ କେନ୍ଦ୍ର ଅବହେଳା କଥା କହି କେବଳ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଗଡ଼କରୀ ଆକ୍ଷେପ କରିଛନ୍ତି। ପରେ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଗଡ଼କରୀ । ସେପଟେ ଢେଙ୍କାନାଳ ଭୁବନରେ ଆଜି ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ସେପଟେ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ପୁରୀରେ ସାଂସଦ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ଏବଂ ବିଧାନସଭା ପ୍ରାର୍ଥୀ ଅରୋପ୍ରସାଦ ମିଶ୍ର ଗଳିକନ୍ଦି ବୁଲି ପ୍ରଚାର ଚଳାଇଛନ୍ତି । କୁଚିଣ୍ଡାର ବିଭିନ୍ନ ସ୍ଥାନରେ ବିଜେପି ସାସଂଦ ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଏବଂ ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାଏକଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ସିନେ ଅଭିନେତ୍ରୀ ଅନୁଚୌଧୁରୀ ।

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀର । କରିଲୋପାଟଣା ହାଟ ପଡ଼ିଆଠାରୁ ରୋଡ୍ ସୋରେ ବାହାରିଥିଲେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ଅସୁସ୍ଥ ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ।ସେପଟେ ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଭେଟିଥିଲେ ବନ୍ଧୁ ଦିଲ୍ଲୀପ ରାୟ, ଯାହାକୁ ନେଇ କେନ୍ଦ୍ରାପଡା ରାଜନୀତିରେ ନୂଆ ଅଙ୍କକଷା ଆରମ୍ଭ ହୋଇଛି।  

   Related Posts