Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରାଜ୍ୟର ଅଧ ଡଜନେରୁ ଅଧିକ ହେଭିୱେଟ୍ ନେତା ଏବେ ପଲିଟିକାଲ୍ ହାଟରେ ଅନ୍ସୋଲଡ୍, ଜାଣନ୍ତୁ କାହାର କଣ ସ୍ଥିତି

22/01/2019 at 6:32 PM

ଭୁବନେଶ୍ବର ୨୨|୧: ଦିନେ ରାଜ୍ୟ ରାଜନୀତିରେ ଏମାନେ ଥିଲେ ଢେର୍ ପ୍ରଭାବଶାଳୀ । ବିଜୁ ବାବୁଙ୍କ ଖାସ୍ ଥିଲେ ବୋଲି ବି ଦାବି କରନ୍ତି । ସବୁ ନିର୍ବାଚନରେ ଏମାନଙ୍କ ଗୋଟି ଚାଳନାକୁ ନେଇ ଚର୍ଚ୍ଚା ବି ବଢେ । ଆଉ ଯେତେବେଳେ ମୁଣ୍ଡ ଉପରେ  ୧୯ ସମର, ଠିକ୍ ସେତିକିବେଳେ ଏମାନଙ୍କ ମୁଣ୍ଡ ଉପରେ କୌଣସି ଦଳ ନାହିଁ । ନିର୍ବାଚନ ପୂର୍ବରୁ ଏକାଥରେ ଏତେ ହେଭିୱେଟ୍ ଦଳହୀନ ହେବା ରାଜନୀତିର ରୋଚକତା ବେଶ୍ ବଢାଇ ଦେଇଛି । ….

ନିର୍ବାଚନ ପାଖେଇବା ସହ ଆରମ୍ଭ ହେଲାଣି ଓଡ଼ିଶା ପଲିଟିକାଲ୍‌ ଲିଗ୍‌ । ସୁବିଧା ଦେଖି ନେତାଏ କ୍ୟାମ୍ପ ଅଦଳ ବଦଳ ଆରମ୍ଭ କରିସାରେଲିଣି । ହେଲେ ଅଧ ଡଜନେରୁ ଅଧିକ ହେଭିୱେଟ୍ ନେତା ଏବେ ପଲିଟିକାଲ୍ ହାଟରେ ଅନ୍‌ସୋଲଡ୍‌ । ଏମାନଙ୍କ ଭିତରୁ କିଏ ଦଳ ଛାଡ଼ି ଦେଇଛି ତ ଆଉ କାହାକୁ ଦଳ ଛାଡ଼ି ଦେଇଛି । ନିର୍ବାଚନ ମୁଣ୍ଡ ଉପରେ, ହେଲେ ଏମାନଙ୍କ ଲାଗି ଠିକ୍ ବୋଲି ଲାଗୁପାରୁ ନାହିଁ । କାହାର ବେସ୍ ପ୍ରାଇସ୍ କମି ଯାଉଛି ତ କିଏ ସାମର୍ଥ୍ୟଠାରୁ ଅଧିକ କ୍ଷମତାରେ ଯିବାକୁ ଚାହୁଁଛି ।

ବିଜୟ ଓ ଦିଲ୍ଲୀପ ବିଜେପି ଛାଡ଼ିବାର ଦେଢ ମାସ ବିତିଲାଣି । ହେଲେ ଏମାନେ କୌଣସି ଦଳରେ ନାହାନ୍ତି । କେତେବେଳେ ଏମାନେ ବିଜେଡି ଲିଙ୍କରେ ଥିବା ଚର୍ଚ୍ଚା ହେଉଛି ତ କେତେବେଳେ ବିଜୁ ବାବୁଙ୍କ ନାଁରେ ବିଜେଡିର ବିକଳ୍ପ କରିବେ ବୋଲି ଶୁଣିବାକୁ ମିଳୁଛି । ହେଲେ କଥା କିଛି ବି ଆଗଉନି । ଖାରବେଳେ, ବ୍ରଜଙ୍କ ସାମ୍ମୁଖ୍ୟରୁ ବି ଏମାନେ ଦୂରେଇ ରହିଛନ୍ତି । ମାନେ ଏମାନଙ୍କ ଲାଗି କଂଗ୍ରେସ ବଡ଼ ବିକଳ୍ପ ହୋଇପାରେ । ହେଲେ ଅଣକଂଗ୍ରେସ ରାଜନୀତିର ଏତେ ବର୍ଷ ଲଢିବା ପରେ କଂଗ୍ରସେ ଯିବା ନେଇ କିଛି ଫାଇନାଲ୍ ହୋଇପାରୁନି ।

ଠିକ୍ ସେମିତି ଅବସ୍ଥା ବୈଜୟନ୍ତ ପଣ୍ଡାଙ୍କ । ବିଜେଡିରେ ବହିସ୍କୃତ ପରେ ବିଜେପି ଯିବା ଏକ ପ୍ରକାର ଫାଇନାଲ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାହା ବି ଏ ଯାଏଁ ସ୍ଥିର ହୋଇପାରୁନି । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଅଣବିଜେପି-ଅଣବିଜେଡି ରାଜନୈତିକ ମଞ୍ଚକୁ ଯିବାର ଇସାରା ଦେଇଛନ୍ତି ।

ନଗଦ କଂଗ୍ରେସରୁ ତଡ଼ା ଖାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ବି ଏହି ତାଲିକାରେ ସାମିଲ ହୋଇଛନ୍ତି । ୨୫ରେ ରାହୁଲଙ୍କ ବିରୋଧରେ ମହାଖୁଲାସାର ଧମକ ଦେଇଛନ୍ତି । ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି, କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟି ଓ ନୀତିଶ୍ କୁମାରଙ୍କ ଜେଡିୟୁ ସହ ବି ଲିଙ୍କରେ ଅଛନ୍ତି ଶ୍ରୀକାନ୍ତ ।

ସେପଟେ ବିଜେଡିରୁ ବିତାଡ଼ିତ ଦାମୋଦର ରାଉତ ବେଶ୍ କିଛି ପରୀକ୍ଷା ନିରୀକ୍ଷା ପରେ ନିଜର ନୂଆ ଦଳ ଜନତା କ୍ରାନ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି । ବିଜୟ, ଦିଲ୍ଲୀପ, ପଞ୍ଚାନନଙ୍କୁ ସାଥୀରେ ନେଇ କଂଗ୍ରେସ ଓ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ସହ ମେଣ୍ଟର ଅଙ୍କ କଷୁଛନ୍ତି । ଆଉ ଏପଟେ ନେତାଙ୍କ ଦଳ ଛାଡ଼ିବା କଷ୍ଟରେ ପୀଡ଼ିତ କଂଗ୍ରେସ ଏ ସ୍ଥିତିରୁ ଲାଭ ଉଠାଇବାକୁ ଚାହିଁ ବସିଛି । ତେବେ ୨୫ରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବେଳେ କଂଗ୍ରେସ ସହ ହେବାକୁ ଥିବା ସମୀକରଣ କ୍ଲିଅର ହୋଇପାରେ ।

ଏହି ନେତାଙ୍କ ଭିତରୁ ଅଧିକାଂଶ ନିଜକୁ ବିଜୁ ବାବୁଙ୍କ ଖାସ୍ ବୋଲି ଦାବି କରନ୍ତି । ସେହି ସାହସରେ ନିଜକୁ ଦଳଠାରୁ ବି ବଡ଼ ବୋଲି ଦେଖେଇବାକୁ ପଛେଇ ନାହାନ୍ତି । ଆଇପିଏଲ ସମୟ ପାଖେଇ ଆସୁଥିବା ବେଳେ ନିର୍ବାଚନ ଆଇପିଏଲ ଏକା ସମୟରେ ହେବେ । ହେଲେ ଏମାନେ ଗ୍ରାଉଣ୍ଡକୁ ଓହ୍ଲାଇ ପାରୁଛନ୍ତି ନା ଅନସୋଲଡ୍ ହୋଇ ରହିବେ ତା ଉପରେ ରହିଛି ନଜର ।

   Related Posts