ନେତା ଜଗିଲେ ସୀମା, ଆନ୍ଧ୍ର ନିର୍ବାଚନରୁ ଓଡିଆ ଭୋଟରକୁ ଦୂରେଇ ରଖିବାକୁ ପ୍ରୟାସ

Published By : Prameya-News7 Bureau | April 08, 2021 IST

କୋରାପୁଟ ୦୮।୦୪: ଆନ୍ଧ୍ର ନିର୍ବାଚନରୁ ଓଡ଼ିଶା ଭୋଟରଙ୍କୁ ରୋକିବା ପାଇଁ ନେତାଙ୍କ ସୀମା ସିଲ୍ । କୋଟିଆରେ ଆନ୍ଧ୍ର ସିମା ଜଗିଲେ ୩ ରାଜନୈତିକ ଦଳର ତୁଙ୍ଗ ନେତା। ବିଜେଡି , ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡ଼ିଶା ଆନ୍ଧ୍ର ସୀମାରେ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି ।

ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର , ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି । ଘଟଣାକୁ କୋରାପୁଟ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି । ଓଡ଼ିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଓଡ଼ିଶା ନେତା । ବିଗତ ଦିନରେ ଆନ୍ଧ୍ର ପ୍ରଶାସନ ଯେଭଳି ଭାବେ ପଞ୍ଚାୟତ ନିର୍ବାଚନ କଲା , ତାହାର ପୁନାରାବୃତ୍ତି ହେବାକୁ ଦିଆଯିବନାହିଁ ବୋଲି ରାଜନୈତିକ ଦଳର ପ୍ରତିନିଧିମାନେ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.