ପଣା ସଂକ୍ରାନ୍ତିରେ ରାଜଧାନୀରେ ଜମିଲା ନିର୍ବାଚନ ପ୍ରଚାର ; ସାହି, ବସ୍ତି, ମନ୍ଦିର, ବ୍ଲକରେ ପଣା ସହ ପଲିଟିକ୍ସ ଫେଣ୍ଟିଲେ ନେତାଏ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪|୪: ଆସନ୍ତା ୨୩ରେ ରାଜଧାନୀରେ ଭେ।ଟ୍ । ପାଖେଇ ଆସିଲାଣି ତାରିଖ । ତେଣୁ କ୍ୟାମ୍ପେନ, ମିଟିଂ, ରେ।ଡ ସେ।’ରେ କମ୍ପୁଛି ରାଜଧାନୀ। ଆଜି ପଣା ସଂକ୍ରାନ୍ତିରେ ପଣା-ପାଣି ସହ ଫେଣ୍ଟି ହେ।ଇଯାଇଥିଲା ପଲିଟିକ୍ସ । ସମର୍ଥକ, କର୍ମୀଙ୍କ ସହ ପଣା ପିଇ ଭେ।ଟ୍ ଭିକ୍ଷା କରିଥିଲେ ପ୍ରାର୍ଥୀ । ଦେଖନ୍ତୁ ରାଜଧାନୀରେ କେମିତି ଜମିଥିଲା ପଣା-ପାଣି ସହ ପ୍ରଚାର ।

{"id":103492}

ପଣା-ପାଣି ସହ ରାଜଧାନୀରେ ଆଜି ଫେଣ୍ଟି ହୋଇଯାଇଥିଲା ପଲିଟିକ୍ସ । ବିଭିନ୍ନ ସ୍ଥାନରେ ପଣା ଆସର ଜମିଥିଲା । ଏହାକୁ କିନ୍ତୁ ଅଧିକ ସରଗରମ କରିଥିଲା ନିର୍ବାଚନ । ମନ୍ଦିର, କ୍ଳବ, ସାହି ବସ୍ତି, କଲୋନୀରେ ପଣା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ । ଭୋଟର, ସମର୍ଥକ, ଶୁଭେଚ୍ଛୁଙ୍କ ସହ ମିଶି ପଣା ପିଇ ପ୍ରଚାର କରିଥିଲେ ପ୍ରାର୍ଥୀ । ଇନ୍ଦିରା ହାଉସିଂ କଲୋନୀ, ଗଙ୍ଗୋତ୍ରୀ ନଗର, ଲିଙ୍ଗିପୁରରେ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ପଣା ପିଇ ପ୍ରଚାର କରିଥିଲେ ଭୁବନେଶ୍ବର ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା।

{"id":103493}

ଖାରବେଳନଗର ଗୁରୁଦ୍ବାରରେ ଏକାଠି ଦେଖିବାକୁ ମିଳିଥିଲା ଭୁବନେଶ୍ବର ମଧ୍ୟର ଦୁଇ ପ୍ରତିଦ୍ବନ୍ଦ୍ବୀ- ବିଜେଡିର ଅନନ୍ତ ନାରାୟଣ ଜେନା ଓ ବିଜେପିର ଜଗନ୍ନାଥ ପ୍ରଧାନଙ୍କୁ । ଗୁରୁଦ୍ବାରରେ ଅନୁଷ୍ଠିତ ଏକ ଉତ୍ସବରେ ଦୁଇ ପ୍ରାର୍ଥୀ ଯୋଗ ଦେଇଥିଲେ । ଶିଖ୍ ଭୋଟରଙ୍କୁ ହାତେଇବାକୁ ଉଭୟ ଉଦ୍ୟମ କରିଥିଲେ । ଦୁଇ ପ୍ରତିଦ୍ବନ୍ଦ୍ବୀ ପରସ୍ପର ହାତ ମିଳାଇ କିଛି ସମୟ ସୁଖ ଦୁଃଖ ହୋଇଥିଲେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଣା ଉତ୍ସବରେ ଯୋଗ ଦେଇ ଜଗନ୍ନାଥ ଓ ଅନନ୍ତ ଭୋଟ ଭିକ୍ଷା  କରୁଥିବା ଦେଖିବାକୁ ମିଳିଥିଲା । ଣୁଣନ୍ତୁ କଣ କହୁଛନ୍ତି ଦୁଇ ପ୍ରତିଦ୍ବନ୍ଦ୍ବୀ।

{"id":103494}

ଭୋଟରଙ୍କୁ ଭେଟି ଭୋଟ ଭିକ୍ଷା କରିବାରେ ପଣା ଆଜି ପାଲଟିଥିଲା ମାଧ୍ୟମ । ରାଜଧାନୀରେ ଆହୁରି ଅନେକ ବିଧାୟକ ଓ ସାଂସଦ ପ୍ରାର୍ଥୀ ପଣା-ପାଣି ସହ ଚଳାଇଥିଲେ ପ୍ରଚାର ପଲିଟିକ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.