Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଗାଁରେ ତେଜୁଛି ରାଜନୈତିକ ହିଂସା: ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଆହତ, ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଅଧିକାରୀଙ୍କୁ ସ୍ମାରକପତ୍ର

5/11/2020 at 11:02 PM

ଦିଗପହଣ୍ଡି୫/୧୧: ଦିଗପହଣ୍ଡି ବ୍ଳକ ଜକର ଗାଁରେ ଦିନକୁ ଦିନ ରାଜନୈତିକ ହିଂସା ଉଗ୍ର ହେବାର ଲାଗିଛି। ଗତ ରବିବାର ରାଜନୈତିକ ଆକ୍ରୋଶରୁ ଗ୍ରାମର ବାବୁଲା ରେଡ୍ଡୀଙ୍କୁ ପ୍ରତିପକ୍ଷ ଗୋଷ୍ଠୀର କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଆକ୍ରମଣକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗୁରୁବାର ବହୁ ସଂଖ୍ୟକ ବ୍ୟକ୍ତି କେ. ନୂଆଗାଁ ଥାନାରେ ପହଞ୍ଚି ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ଅନୁପସ୍ଥିତିରେ ଏସ ଆଇ ଶିଶିର ସାହାଣୀଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବାବୁଲାଙ୍କ ସ୍ତ୍ରୀ ବାସନ୍ତୀ ରେଡ୍ଡୀ ଏ ନେଇ ଏତଲା ମଧ୍ୟ ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୪୮/୨୦ ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ମକଦ୍ଦମା ରୁଜୁ କରିଥିଲେ। ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।

ଅଭିଯୁକ୍ତମାନେ ନିର୍ଭୟରେ ଗାଁରେ ବୁଲୁଥିବା ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏ ନେଇ ଥାନା ଆଇ ଆଇ ସିଙ୍କୁ ପଚାରିବାରୁ ଉଭୟ ପକ୍ଷଙ୍କ ଏତଲା କ୍ରମେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

   Related Posts