Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||

ନିର୍ବାଚନ ପରେ ସରିଲା ତର୍ଜମା , ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କଲେ ଘର ସଜଡା କାମ

24/08/2019 at 5:49 PM

ଭୁବନେଶ୍ବର ୨୪।୮- ସରିଲା ନିର୍ବାଚନ । କେଉଁଠି ଠିକ୍ ହେଲା କେଉଁଠି ଭୁଲ୍ ରହିଲା ସେ ନେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଗ୍ରେସ ତର୍ଜମା କରିଥିଲେ । ଆଉ ଏବେ ସଂଗଠନ ସଜଡା କାମ ଆରମ୍ଭ ହୋଇଛି । ବିଜେପି ଓ ବିଜେଡି ସଂଗଠନ ସଜଡ଼ାକାମ ଆରମ୍ଭ କରିଦେଇଥିବା ବେଳେ କଂଗ୍ରେସ ମଧ୍ୟ ଘର ସଜାଡ଼ିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ।

ନିର୍ବାଚନରେ ଠିକ୍ ଭୁଲ୍‌ର ତର୍ଜମା ପରେ ଏବେ ପ୍ରମୁଖ ରାଜନୈତିକ ସଂଗଠନ ସଜାଡି଼ବା କାମ । ପ୍ରଥମେ ବିଜେପି ଆଉ ଏବେ ବିଜେଡି ସଂଗଠନ କାର୍ଯ୍ୟ ତ୍ବରାନ୍ବିତ ପାଇଁ ଅଣ୍ଟା ଭିଡିଛନ୍ତି । ସାରା ଦେଶରେ ବିଜେପିର ସଦସ୍ୟତା ଅଭିଯାନ କାମ ଆରମ୍ଭ ହୋଇଯାଇଛି । ଦଳୀୟ ସାଂଗଠନିକ ନିର୍ବାଚନ ପାଇଁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରିବାକୁ ଯାଉଛି ବିଜେପି । ଏଥିପାଇଁ ୩୦୦ ନେତାଙ୍କୁ ଦାୟିତ୍ବ ବଣ୍ଟା ଯାଇଛି । ସବୁ ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ମନୋନୀତ ହୋଇଛନ୍ତି । ସେପଟେ ବିଜୁ ଜନତା ଦଳ ସେପ୍ଟେମ୍ବର ୨ରୁ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି । ଏଥିପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା, ପ୍ରତାପ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ଏହି କମିଟିର ସଦସ୍ୟ ରହିବେ । ଦେବୀ ମିଶ୍ର କମିଟିର ଆବାହକ ଦାୟିତ୍ବ ତୁଲାଇବେ।

ଅନ୍ୟପଟେ କଂଗ୍ରେସ ମଧ୍ୟ ନିଜ ସଂଗଠନ ସଜାଡିବାକୁ ସଜବାଜ ହେଉଛି । ଗତକାଲି ଏଆଇସିସି ପକ୍ଷରୁ ଦିଲ୍ଲୀରେ ଆୟୋଜିତ ବୈଠକରେ ଓଡିଶା ନେତାଏ ଯୋଗ ଦେଇ ଫେରିବା ପରେ କହିଛନ୍ତି, ଦଳର ସଂଗଠନ କାମ ଖୁବ ଶୀଘ୍ର ଆରମ୍ଭ ହେବ । ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ନେଇ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି । କିନ୍ତୁ ତାହା ଗ୍ରହଣ ହେଉନି । ଯାହା ଲାଗୁଛି ପିସିସି ସଭାପତି ପଦରେ ନିରଞ୍ଜନ ହିଁ ରହିବେ, ତାଙ୍କ ନେତୃତ୍ବରେ କଂଗ୍ରେସ ସଂଗଠନ ସଜାଡିବ ।

ଆଗକୁ ନିଗମ ଓ ମ୍ୟୁନିସପାଲିଟ ନିର୍ବାଚନ । ତେଣୁ ସବୁଦଳ ସଂଗଠନ କାମ ସାରିବାକୁ ଜୋରଦାର ପ୍ରସ୍ତୁତି କରିବା ମୁଡ୍‌ରେ । ସେପଟେ ରାଜ୍ୟ ବିଜେପିରେ ନୂଆ ସଭାପତି ସହ ସାଙ୍ଗଠନିକ ପୁନର୍ବିନ୍ୟାସ କାମ  ବାକି ରହିଛି । ତେଣୁ ନୂଆ ସଦସ୍ୟତା କାର୍ଯ୍ୟକ୍ରମ ପରେ ଦଳ ସଭାପତିଙ୍କ ନାଁ ଘୋଷଣା କରିବ ବିଜେପି । ବିଜେଡିରେ ଯେହେତୁ ସେ ସମସ୍ୟା ନାହିଁ ତେଣୁ ନୂଆ ନୂଆ ଲୋକଙ୍କୁ ମିଶାଇ ଦଳକୁ ମଜବୁତ କରିବା ଯୋଜନାରେ ବିଜେଡି । ସେପଟେ କଂଗ୍ରେସ ବି ସଂଗଠନରେ ବଡ ଅଦଳ ବଦଳ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।

   Related Posts