Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ମୋଦିଙ୍କୁ ଟ୍ରମ୍ପ ଫାଦର ଅଫ୍‌ ଇଣ୍ଡିଆ କହିବାପରେ ଜୋର ଧରିଛି ରାଜନୀତି

25/09/2019 at 7:35 PM

ନୂଆଦିଲ୍ଲୀ ୨୫।୦୯ – ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଫାଦର ଅଫ୍‌ ଇଣ୍ଡିଆ କହିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ଗତକାଲି ନ୍ୟୁୟର୍କରେ ମୋଦି-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା ବେଳେ ସାମ୍ବାଦିକ ମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାବେଳେ ତାଙ୍କୁ ଫାଦର ଅଫ୍ ଇଣ୍ଡିଆ କହିଥିଲେ । ତେବେ ଜାତିର ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ ସାରା ଦେଶ ଜାଣିଥିଲେ ମଧ୍ୟ ମୋଦିଙ୍କୁ ଏପରି ସମ୍ବୋଧନ କରାଯିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ ।

ମୋଦି-ଟ୍ରମ୍ପ ବନ୍ଧୁତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗୋଟିଏ ପଟେ ହାଓଡ଼ି ମୋଦି କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ନ୍ୟୁୟର୍କରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଭେଟଘାଟରେ ଏକ ପ୍ରକାରର ଚିନ୍ତାଧାରା ରଖୁଥିବା ଟ୍ରମ୍ପ ଓ ମୋଦି ପରସ୍ପରକୁ ବେଶ ପ୍ରଶଂସା କରିଥିବା ବେଳେ ଟ୍ରମ୍ପଙ୍କର ଗୋଟିଏ ପଦ କଥାକୁ ନେଇ ସବୁଠୁ ବେଶୀ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ବିବାଦ ଓ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଟ୍ରମ୍ପ କହୁ କହୁ ମୋଦିଙ୍କୁ ଫାଦର ଅଫ୍ ଇଣ୍ଡିଆ ବୋଲି କହିଛନ୍ତି । ପରିବାରର ବାପାଙ୍କ ଭଳି ସେ ସମସ୍ୟାର ସମାଧାନ କରୁଛନ୍ତି । ଆତଙ୍କବାଦ ଠାରୁ କାଶ୍ମୀର ପର୍ଯ୍ୟନ୍ତ ସେ ସବୁ ସମସ୍ୟାର ସମାଧାନ ସଫଳତାର ସହ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି ।…

ଟ୍ରମ୍ପଙ୍କ ଏହି ପଦିଏ କଥା ମୋଦି ଏବଂ ତାଙ୍କ ସମର୍ଥକଙ୍କୁ ହୁଏତ ଖୁସି କରିପାରିଥାଏ । ହେଲେ ଏହାକୁ ବିରୋଧୀ ସହଜରେ ଗ୍ରହଣ କରିପାରିନାହାନ୍ତି ।ଏଆଇଏମ୍ଆଇଏମ୍‌ ନେତା ଅସାଦୁଦ୍ଦିନ ଓୱେସୀ କହିଛନ୍ତି ଯେ ମୋଦିଙ୍କୁ ଫାଦର୍ ଅଫ୍ ଇଣ୍ଡିଆ ବୋଲି କହି ଟ୍ରମ୍ପ ଗାନ୍ଧିଜୀଙ୍କର ମତବାଦକୁ ଅପମାନିତ କରିଛନ୍ତି । କେବଳ ଗାନ୍ଧିଜୀ ହିଁ ହେଉଛନ୍ତି ଫାଦର୍ ଅଫ୍ ନେସନ । ଏପରିକି ଜବାହାରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ ଏପରି ସମ୍ମାନ କେବେହେଲେ ମିଳିନାହିଁ । ତେବେ ବିଜେପି ପକ୍ଷରୁ ଏହାକୁ ହାଲକା ଭାବେ ନିଆଯାଇଛି ।…

ଆମେରିକାର ହଷ୍ଟନରେ ହାଉଡ଼ି ମୋଦି କାର୍ଯ୍ୟକ୍ରମର ବିପୁଳ ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ଟ୍ରମ୍ପ ତାଙ୍କୁ ଆମେରିକୀୟ ମ୍ୟୁଜିସିଆନ୍‌ ଏଲଭିସ୍‌ ପ୍ରେସଲେଙ୍କ ସହିତ ତୁଳନା କରିଛନ୍ତି । ତେବେ ମୋଦିଙ୍କୁ ଫାଦର୍ ଅପ୍‌ ନେସନ୍‌ କହିବା ମୋଦିଙ୍କ ପାଇଁ ଆଗକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ  ।

   Related Posts