Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ଆସନ୍ତାକାଲି ବିଜେଡି ଓ ବିଜେପି ଭିତରେ ହେବ ଲଢ଼େଇ : ପୁରୀରେ ନବୀନଙ୍କ ମହିଳା ସମାବେଶକୁ ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ

4/01/2019 at 5:56 PM

ଭୁବନେଶ୍ବର ୪|୧: ଆସନ୍ତାକାଲି ବିଜେଡି ଓ ବିଜେପି ଭିତରେ ହେବ ଲଢ଼େଇ । ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୁରୀରେ ନବୀନ ଶକ୍ତି ପ୍ରଦର୍ଶନ । ତାପୂର୍ବରୁ ନବୀନ ମୋଦିଙ୍କ ଆଗରେ ପ୍ରଶ୍ନ ବାଣ ଠିଆ କରାଇସାରିଲେଣି । ଖୋର୍ଦ୍ଧା ସମାବେଶ ମୋଦି ଯାହା ପ୍ରଶ୍ନ ପଚାରିଥିଲେ ତାର ଜବାବ ରଖି ନବୀନ କାଉଣ୍ଟର ଚ୍ୟାଲେଞ୍ଜ କରିଛନ୍ତି ।  ପୁରୀରେ ୫୦ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଏକାଠି କରିବେ ମୁଖ୍ୟମନ୍ତ୍ରୀ ।

ଜବାବ-ପ୍ରତିଜବାବ, ଆଟାକ୍‌ କାଉଣ୍ଟର ଆଟାକ। ପ୍ରଶ୍ନ ଉତ୍ତର ବାଣରେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ଖୋର୍ଦ୍ଧା ସମାବେଶ ପ୍ରଧାନମନ୍ତ୍ରୀ ମୋଦି ଜଳସେଚନ ନେଇ ରାଜ୍ୟ ସରକାରଙ୍କ କରିଥିବା ପ୍ରଶ୍ନର ଜବାବ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଦେବା ପରେ ଏବେ ଜୋର ଧରିଛି ରାଜନୀତି । ମୋଦିଙ୍କୁ ଓଲଟା ସ୍ପଷ୍ଟୀ କରଣ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଘେରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଜବାବ ରଖିଛି । ବଜେପି କହିଛି ରାଜ୍ୟରେ କାଗଜ କଲମରେ  ଜଳ ସେଚନ ଚାଲିଛି। ୧୯ ବର୍ଷ ଭିତରେ  ଗୋଟିଏ ବି ପ୍ରକଳ୍ପ କାମ ଶେଷ ହୋଇନି  ବରଂ ପ୍ରକଳ୍ପର ବ୍ୟୟ ବରାଦ  ୫ହଜାର କୋଟିରୁ ୧୭ହଜାର କୋଟିରେ ପହଞ୍ଚିଲାଣି।  ଏପଟେ ବିଜେପି ଆଶା କରିଛି ମୋଦି ବାରିପଦାରେ  ରାଜ୍ୟ ବିଜେପି ତାଳରେ ତାଳ ମିଳାଇ ରାଜ୍ୟ ସରକାରଙ୍କୁ ଜବାବ ଦେବେ।

ତେବେ ବିଜେଡି ପ୍ରଶ୍ନ କରିଛି ପ୍ରଧାନମନ୍ତ୍ରୀ ଜଳ ସେଚନ ବାବଦରେ କେନ୍ଦ୍ର କେତେ ଅର୍ଥ ଓଡ଼ିଶାକୁ ଦେଇଛି ତାହା ସ୍ବଷ୍ଟ କରନ୍ତୁ।  ଆଜି ବି ପୁଣି ମୁଖ୍ୟମନ୍ତ୍ରୀ  ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଖୋର୍ଦ୍ଧା ରୁ ନୟାଗଡ ଏକ୍ସପ୍ରେସ ଟ୍ରେନ ଏବଂ ଗରିବ ରଥ ଚଲାଇବାକୁ ଅନୁରୋଧ କରିବା ସହ ବଲାଙ୍ଗୀରରୁ ଭାଇଁସାପାଲି ୧୬ କିଲୋମିଟର ସମ୍ପୂଣ୍ଣ ହୋଇଥିବାରୁ ଏହି ରୂଟରେ ଟ୍ରେନ ଚଳାଚଳ କରିବାକୁ ଦାବି କରିଛନ୍ତି।  ଚିଠିରେ ଓଡିଶାର ଦାବି କରିବା ସହିତ ମୋଦିଙ୍କ ସଭାକୁ  କାଉଣ୍ଟର କରିବାକୁ  ପୁରୀରେ ମୁଖ୍ୟମମନ୍ତ୍ରୀ ମହିଳା ସ୍ବଂୟ ସହାୟଗୋଷ୍ଠୀଙ୍କୁ ଏକାଠି କରିବେ। ପ୍ରାୟ ୫୦ ହାଜାର ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି।

ନିର୍ବାଚନ ଆଉ ତିନି ମାସ । ବିଜେପି ଟାର୍ଗେଟରେ ଓଡିଶା । ଯେଉଁଥିପାଇଁ ମୋଦି ଓ  ଶାହାଙ୍କ ଘନ ଘନ ଗସ୍ତ। ଆଉ ବିଜେପିକୁ କାଉଣ୍ଟର କରିବାକୁ ଦୀର୍ଘ ୧୯ ବର୍ଷ ଧରି ଶାସନରେ ଥିବା ବିଜେଡି ବି କାଉଣ୍ଟର ଜବାବ ଦେଉଛି। ଆସନ୍ତାକାଲିର ପୁରୀରୁ ବାରିପଦା ଚାଲିବ ପ୍ରଶ୍ନ ବାଣର ଲଢ଼େଇ।

   Related Posts