Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କଳାହାଣ୍ଡି ସରଗରମ ରାଜନୀତି: ୬ରେ ରାହୁଲ, ୧୮ରେ ନବୀନ ଆଉ ଶେଷ ସପ୍ତାହରେ ମୋଦି

4/02/2019 at 6:23 PM

ଭବାନୀପାଟଣା୪|୨: ପାଖେଇ ଆସିଲାଣି ନିର୍ବାଚନ । କଳାହାଣ୍ଡି ରାଜନୀତି ପୁରା ସରଗରମ । ୩ ପ୍ରମୁଖ ରାଜନୈତିକ ଦଳ ଏବେ ପୁରା ଆକ୍ଟିଭ । କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ଆଣି  ପରିବର୍ତ୍ତନ ସଂକଳ୍ପ କରିବ ୬ ତାରିଖରେ । ୧୮ରେ ବିଜେଡିର ମହିଳା ସମାବେଶକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଚଳିତ ମାସ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଣିବାକୁ ଫୁଲ ଦମ୍‌ରେ ଲାଗିଛି ବିଜେପି ….

୧୯ ନିର୍ବାଚନ ପାଇଁ କଳାହାଣ୍ଡି ପଲିଟିକ୍ସ ପୁରା ସରଗରମ । ସବୁ ଦଳର ନେତା ବି ଆକ୍ଟିଭ ହୋଇଗଲେଣି । ଆସନ୍ତା ୬ରେ କଂଗ୍ରେସ ଭବାନୀପାଟଣା ଠାରେ କରୁଛି ପରିବର୍ତ୍ତନ ସଂକଳ୍ପ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେଇ  ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ଫୁଙ୍କିବେ ନିର୍ବାଚନୀ ବିଗୁଲ୍ ।

ସମାବେଶରେ ୯ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଖୋଲିବେ ରାହୁଲ ।

୧୮ରେ ବିଜେଡି ଭବାନୀପାଟଣାରେ  କରୁଛି ମହିଳା ସମାବେଶ । ପ୍ରାୟ 50 ହଜାର ମହିଳା ସାମିଲ୍ ହେବେ ସମାବେଶରେ ।ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଭୋଟରଙ୍କୁ ଟାର୍ଗେଟ୍ କରିବେ ମୁଖ୍ୟମନ୍ତ୍ରୀ ।  ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ନବୀନ ।ବିଜେଡି, କଂଗ୍ରେସର କସରତ ଭିତରେ ବିଜେପି ବି ପଛରେ ପଡିନି । ଫେବୃାୟାରୀ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଳାହାଣ୍ଡି ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ ।

   Related Posts