Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ହିନ୍ଦୀ ଫିଲ୍ମ ‘The Accidental Prime Minister’କୁ ନେଇ ରାଜନୈତିକ ଝଡ : ଚୁପ ରହିଲେ ମନମୋହନ

29/12/2018 at 12:57 PM

ମୁମ୍ବାଇ ୨୯/୧୨ : ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ନିର୍ମିତ ହିନ୍ଦୀ ଫିଲ୍ମ ‘The Accidental Prime Minister’କୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଛି | ଉଭୟ ପକ୍ଷର ନେତାମାନେ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି | ତେବେ ଏହି ବିବାଦୀୟ ଫିଲ୍ମକୁ ନେଇ ମନମୋହନ ସିଂଙ୍କୁ ମଧ୍ୟ ତାଙ୍କ ପ୍ରତିକ୍ରିୟା ପଚରାଯାଇଥିଲା | କିନ୍ତୁ ସେ କିଛି ପ୍ରତିକ୍ରିୟା ନଦେଇ ଚୁପ ରହିଥିଲେ | ଫିଲ୍ମଟି ଆସନ୍ତା ମାସରେ ରିଲିଜ ହେବାକୁ ଯାଉଛି |

ଫିଲ୍ମରେ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅଭିନୟ କରିଛନ୍ତି ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର | ଫିଲ୍ମର ଟ୍ରେଲର ଗତ ଗୁରୁବାର ଦିନ ରିଲିଜ ହୋଇଥିଲା | ଟ୍ରେଲର ରିଲିଜ ହେବାପରେ ଫିଲ୍ମ ସୋସିଆଲ ମିଡ଼ିଆରେ ଧୁମ ମଚେଇ ଚାଲିଛି | ୨୦ ଘଣ୍ଟାରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଟ୍ରେଲର ଦେଖି ସାରିଥିଲେ | ମନମୋହନ ସିଂ ଗତ ୨୦୦୪ ମସିହା ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତାର ୧୦ ବର୍ଷ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ | ତେବେ କଂଗ୍ରେସ ଏହି ଫିଲ୍ମର ରିଲିଜକୁ ନେଇ ପ୍ରବଳ ବିରୋଧ କରୁଛି |

ମହାରାଷ୍ଟ୍ରର ଯୁବ କଂଗ୍ରେସ ଅଧ୍ୟକ୍ଷ ସତ୍ୟଜିତ ତାମ୍ବେ ଫିଲ୍ମ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଘୋଷଣା କରିଛନ୍ତି | ତାମ୍ବେ ଦାବି କରିଛନ୍ତି ଯେ, ଫିଲ୍ମ ଜରିଆରେ ଜଣେ ସମ୍ମାନିତ ନେତାଙ୍କୁ ଅପମାନିତ କରିବା ପାଇଁ ଷଡଯନ୍ତ୍ର କରାଯାଇଛି | ତେବେ ଫିଲ୍ମ ରିଲିଜ ପୂର୍ବରୁ ଏହାର ସ୍କ୍ରିନିଙ୍ଗ ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା | ତାଙ୍କ କହିବାନୁଯାୟୀ, ଯଦି ଫିଲ୍ମରେ କୌଣସି ଆପତ୍ତିଜନକ ଦୃଶ୍ୟ ନଥିବା ତାହେଲେ ଫିଲ୍ମ ରିଲିଜ କରିବାକୁ ଅନୁମତି ଦିଆଯିବ | ନଚେତ କଂଗ୍ରେସ କର୍ମୀ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସେ ସୂଚନା ଦେଇଛନ୍ତି |

   Related Posts