କର୍ଣ୍ଣାଟକ ସଙ୍କଟ : ସରିଲା ଡେଡ୍‌ଲାଇନ୍ ଆସିଲାନି ଫଇସଲା, ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

Published By : Prameya-News7 Bureau | July 19, 2019 IST

ବେଙ୍ଗାଲୁରୁ ୧୯|୭: ଡେଡଲାଇନ୍ ସରିଲା ମାତ୍ର କର୍ଣ୍ଣାଟକ ସଙ୍କଟର ସମାଧାର ହୋଇପାରିଲାନାହିଁ । ଦିନ ୧ଟା ୩୦ ସୁଦ୍ଧା ବହୁମତ ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ତେବେ ୧ଟା ୩୦ ସୁଦ୍ଧା ଗୃହରେ ବିତର୍କ ଶେଷ ହୋଇନଥିଲା । ଫଳରେ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି ।

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଡେଡଲାଇନ୍ ଦେଇଥିଲେ ଏବଂ ଡେଡଲାଇନ୍ କାର୍ଯ୍ୟକାରୀ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବ ବୋଲି ସେ ସ୍ପଷ୍ଟ ଶୁଣାଇଥିଲେ । ଗତକାଲି କାଲି ସୁଦ୍ଧା ସରକାରକୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ।

ଗତକାଲି ସନ୍ଧ୍ୟାରେ କିନ୍ତୁ ଗୃହକୁ ମୁଲତବୀ କରିଦେଇଥିଲେ ବାଚସ୍ପତି । ଏହାପରେ ଆଜି ବହୁମତ ପ୍ରମାଣ ଦେବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବାଚସ୍ପତିଙ୍କ କାର୍ଯ୍ୟ ପ୍ରତିବାଦରେ ୟେଦ୍ୟୁରପ୍ପା ଓ ଅନ୍ୟ ବିଜେପି ବିଧାୟକମାନେ ଗୃହରେ ରାତିସାରା ଧାରଣା ଦେଇଥିଲେ ।  ସମସ୍ତ ବିଜେପି ବିଧାୟକ ମଧ୍ୟ ଗୃହରେ ଧାରଣା ଦେଇଥିଲେ । 

ତେବେ ଆଜି ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ  ପ୍ରଥମେ ବିତର୍କ ଶେଷ କରିବାକୁ ବିଜେପିକୁ ଆହ୍ବାନ ଦେଇଥିଲେ । ବିଶ୍ବାସ ପ୍ରସ୍ତାବରେ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ । ସେ କହିଥିଲେ ଅଙ୍କରେ ତାଙ୍କ ସରକାର ପଛେଇ ଯାଇଛନ୍ତି ଏବଂ ବିଜେପି ଆଗକୁ ସରକାର ଗଠନ କରିପାରିବ।  ତେବେ ବିଜେପି ଏତେ  ତରତର କାହିଁକି ହଉଛି ବୋଲି  ତାତ୍ସଲ୍ୟ କରିଥିଲେ କୁମାରସ୍ବାମୀ ।  ଗୃହରେ ବିତର୍କ ଶେଷ ନହେବାକୁ ଗୃହକୁ ବାଚସ୍ପତି ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.